Advertisment

ନକ୍ସଲଙ୍କ ଗୁଳିରେ ଜଣେ ସବ୍‌ଇନ୍ସପେକ୍ଟର ଓ ଜଣେ କନଷ୍ଟେବଲ ସହିଦ

କିଛି ଦିନ ତଳେ ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳିରେ ଜଣେ ଓଡ଼ିଆ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ।

author-image
Jitendra Garnayak
Soldier

Soldier

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚାଇବାସାରେ ଏନ୍‌କାଉଣ୍ଟର ବେଳେ ନକ୍ସଲଙ୍କ ଗୁଳିରେ ସହିତ ହୋଇଛନ୍ତି ୨ ଜଣ ସୁରକ୍ଷା କର୍ମଚାରୀ। ସେମାନେ ହେଉଛନ୍ତି ଝାଡ଼ଖଣ୍ଡ ଜାଗୁଆର ୟୁନିଟ୍‌। ସେମାନଙ୍କ ମଧ୍ୟରୁ ଜଣେ ସବ୍‌ଇନ୍ସପେକ୍ଟର ହୋଇଥିବା ବେଳେ ଆଉ ଜଣେ କନଷ୍ଟେବଲ। ଝାଡ଼ଖଣ୍ଡ ଡିଜିପି ଏହି ସୂଚନା ଦେଇଛନ୍ତି।

Advertisment

ଘଟଣାଟି ଗତକାଲି ରାତିର। ଝାଡ଼ଖଣ୍ଡ ଜାଗୁଆରର ଯବାନମାନେ ନକ୍ସଲ ବିରୋଧୀ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ନକ୍ସଲମାନେ ସଂଘବଦ୍ଧ ହୋଇ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ। ଏହି ଗୁଳିବିନିମୟ ବେଳେ ୨ ଜଣ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

ଦୁଇ ସୁରକ୍ଷା କର୍ମଚାରୀ ସହିଦ ପରେ ଚାଇବସା କ୍ୟାମ୍ପରେ ସ୍ୱାଧୀନତା ଦିବସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କିଛି ଦିନ ତଳେ ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳିରେ ଜଣେ ଓଡ଼ିଆ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ।

Advertisment
Naxal Attack Jharkhand