Advertisment

ଶବ ସତ୍କାର ପାଇଁ ମିଳୁନି ଜାଗା, ରାଗ ଶୁଝାଉଛନ୍ତି ଗ୍ରାମବାସୀ

ଘର ଭିତରେ ପଡ଼ିଛି ଶବ । ବାହାରେ ବନ୍ଧା ହୋଇଛି କୋକେଇ। ହେଲେ ଉଠିପାରୁନି ମୃତଦେହ। କାରଣ ଶବ ସତ୍କାର ନିମନ୍ତେ ଗାଁ ଲୋକେ ଜାଗା ଦେବାକୁ ଅମଙ୍ଗ। ଉକ୍ତ ବ୍ୟକ୍ତିଜଣକ ଧର୍ମ ପରିବର୍ତ୍ତନ କରିଥିବାରୁ ଏବେ ତାଙ୍କ ମୃତଦେହ ଉପରେ ରାଗ ଶୁଝାଉଛନ୍ତି ଗ୍ରାମବାସୀ

author-image
Niharika Rout
ଅଦ୍ୟତନ ହୋଇଛି
DeadBody

DeadBody

ଘର ଭିତରେ ପଡ଼ିଛି ଶବ । ବାହାରେ ବନ୍ଧା ହୋଇଛି କୋକେଇ। ହେଲେ ଉଠିପାରୁନି ମୃତଦେହ। କାରଣ ଶବ ସତ୍କାର ନିମନ୍ତେ ଗାଁ ଲୋକେ ଜାଗା ଦେବାକୁ ଅମଙ୍ଗ। ଉକ୍ତ ବ୍ୟକ୍ତିଜଣକ ଧର୍ମ ପରିବର୍ତ୍ତନ କରିଥିବାରୁ ଏବେ ତାଙ୍କ ମୃତଦେହ ଉପରେ ରାଗ ଶୁଝାଉଛନ୍ତି ଗ୍ରାମବାସୀ। ଫଳରେ ଗତ ୨୪ ଘଣ୍ଟା ହେଲା ମୃତଦେହ ଘରେ ପଡ଼ିଥିବା ବେଳେ ବାହାରୁଛି ପଚା ଗନ୍ଧ । ପୁଲିସ୍‌, ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ତ୍ୱେ ଏହାର ସମାଧାନ ହୋଇ ପାରୁନି।

Advertisment

ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ପଣ୍ଡିକୋଟ ଗାଁରେ ଘଟିଛି। ମୃତକ ହେଲେ ପଣ୍ଡିକୋଟ ଗାଁର ଡୋମୁ ଜାନୀ । ଗତକାଲି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏ ମୃତଦେହ ଘରେ ପଡ଼ି ରହିଛି।

ଡୋମୁ ଜାନୀଙ୍କ ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ଡୋମୁ ଜାନୀ ପୂର୍ବରୁ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ତେଣୁ ମୃତଦେହ ସତ୍କାର ନିମନ୍ତେ ଗାଁ ଶ୍ମଶାନରେ ଜାଗା ଦେଉ ନାହାନ୍ତି। ଡୋମୁ ଜାନୀଙ୍କ ପତ୍ନୀ ବାରମ୍ବାର ନେହୁରା ହେଲେ ବି ସେମାନଙ୍କ ହୃଦୟ ତରଳୁନି। ଏପରିକି ନିଜ ଜାଗାରେ ସ୍ୱାମୀଙ୍କ ଶେଷକୃତ୍ୟ କରିବାକୁ ଡୋମୁଙ୍କ ପତ୍ନୀ କହିବାରୁ ଏହାକୁ ବି ମନା କରିଦେଇଛନ୍ତି ଗ୍ରାମବାସୀ।

Advertisment
Meetingପୁଲିସ୍‌ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ବସିଥିଲେ ବି ଘଟଣାର ସମାଧାନ ହୋଇ ପାରିନି।

ଖବର ପାଇ ଗତ ରାତିରେ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ। ମାତ୍ର ତାହା ସଫଳ ହୋଇପାରିନି। ଫଳରେ ରାତି ସାରା ମୃତଦେହ ଘରେ ପଡ଼ି ରହିଛି। ଆଜି ପୁଣି ଥରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ସମାଧାନ ପାଇଁ ଉଦ୍ୟମ କରିବ ବୋଲି ଜଣାଯାଇଛି।

ପ୍ରାୟ ୨୪ ଘଣ୍ଟା ରୁ ଉର୍ଦ୍ଧ ହେବ ଶବ ଘରେ ପଡିରହିଥିବା ବେଳେ ପଡ଼ୋଶୀ ରନ୍ଧାବଢ଼ା କରି ନ ପାରି ଅଖିଆ ଅପିଆ ପଡ଼ି ରହିଛନ୍ତି। ଏଥିସହ ଶବରୁ ଦୁର୍ଗନ୍ଧ ବାହାରୁଥିବାରୁ ତୁରନ୍ତ ସତ୍କାର ନିମନ୍ତେ ପଡ଼ୋଶୀ ଦାବି କରିଛନ୍ତି।

Deadbody Nabarangpur