Advertisment

ସେନାର ପ୍ୟାରେଡ୍‌ ସମୟରେ ଚାଲିଲା ଗୁଳି,୮ ସୁରକ୍ଷାକର୍ମୀ ମୃତ

ତେହେରାନ୍‌: ଇରାନ୍‌ର ଅହଭାଜ୍‌ଠାରେ ଚାଲିଥିବା ସେନା ବାହିନୀର ପ୍ୟାରେଡ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୮ ଜଣ ସୁରକ୍ଷାକର୍ମୀ ନିହତ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ବିସ୍ତୃତ ତଥ୍ୟ ମିଳିପାରିନାହିଁ। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ତକ୍‌ଫିରି ବାହିନୀ ଏହି ହମ୍‌ଲା କରିଛି ବୋଲି ସନ୍ଦେହ କରାଯାଉଛି। ଜଣେ ଅ଼ଧିକାରୀ କହିଛନ୍ତି, ଦୁଇ ଜଣ ବନ୍ଧୁକଧାରୀ […]

author-image
Hemant Lenka
ସେନାର ପ୍ୟାରେଡ୍‌ ସମୟରେ ଚାଲିଲା ଗୁଳି,୮ ସୁରକ୍ଷାକର୍ମୀ ମୃତ

as

ତେହେରାନ୍‌: ଇରାନ୍‌ର ଅହଭାଜ୍‌ଠାରେ ଚାଲିଥିବା ସେନା ବାହିନୀର ପ୍ୟାରେଡ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୮ ଜଣ ସୁରକ୍ଷାକର୍ମୀ ନିହତ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ବିସ୍ତୃତ ତଥ୍ୟ ମିଳିପାରିନାହିଁ।

Advertisment

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ତକ୍‌ଫିରି ବାହିନୀ ଏହି ହମ୍‌ଲା କରିଛି ବୋଲି ସନ୍ଦେହ କରାଯାଉଛି।

publive-image

ଜଣେ ଅ଼ଧିକାରୀ କହିଛନ୍ତି, ଦୁଇ ଜଣ ବନ୍ଧୁକଧାରୀ ଖାକି ପୋଷାକ ପିନ୍ଧି ମୋଟର ସାଇକେଲ୍‌ ଯୋଗେ ପ୍ୟାରେଡ୍‌ ସ୍ଥଳରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ପ୍ୟାରେଡ୍‌ରେ ଭାଗ ନେଇଥିବା ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

Advertisment

ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଇରାନର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଘଟଣାସ୍ଥଳର ଫଟୋ ଜାରି କରାଯାଇଛି। ଯେଉଁଥିରୁ ଆକ୍ରମଣ କେତେ ଭୟଙ୍କର ଥିଲା, ତାହା ସ୍ପଷ୍ଟ ହୋଇଛି।