/odisha-reporter/media/post_attachments/uploads/2018/09/bijnor.jpg)
bijnor
ବିଜନୋର: ଉତ୍ତରପ୍ରଦେଶର ବିଜନୋର୍ଠାରେ ଥିବା ଏକ ଘରୋଇ ପେଟ୍ରୋ-କେମିକାଲ୍ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ କାରଖାନାରେ କାର୍ଯ୍ୟରତ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ବି ଜଣେ ଶ୍ରମିକଙ୍କ ପତ୍ତା ମିଳିନାହିଁ। ଆଜି ସକାଳ ପ୍ରାୟ ୮ଟା ବେଳେ ନାଗିନ୍ ରୋଡ୍ଠାରେ ଥିବା ମୋହିତ ପେଟ୍ରୋ-କେମିକାଲ୍ ଫ୍ୟାକ୍ଟ୍ରିରେ ୯ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ।
Advertisment
ହଠାତ୍ ଏହି ସମୟରେ ବିସ୍ଫୋରଣ ଘଟିଥିଲା। ଏଥିରେ ବାଲଗୋବିନ୍ଦ, ରବି, ଲୋକେନ୍ଦ୍ର, କମଲଭୀର ଓ ଛେତ୍ରାମ ନାମକ ୫ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଶ୍ରମିକଙ୍କ ପରିଚୟ ମିଳିନାହିଁ।
ଆହତ ହୋଇଥିବା ୨ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
