Advertisment

ଏବେ କ’ଣ କରିବେ ୧୮୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କେରଳ ସରକାର ଜାରି କରିଥିବା ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ରାଜ୍ୟରେ ଚାଲୁଥିବା ୨ଟି ମେଡିକାଲ୍‌ କଲେଜ୍‌ରେ ୧୮୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। କିନ୍ତୁ ଏବେ ସୁପ୍ରିମକୋର୍ଟ ଏହି ଅଧ୍ୟାଦେଶକୁ ଖାରଜ କରିଦେବା ପରେ ୧୮୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନାମ ଲେଖାରେ ବ୍ୟାପକ ଅନିୟମିତତା ହୋଇଥିବା ସୁପ୍ରିମକୋର୍ଟ ହୃଦୟଙ୍ଗମ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ସୁପ୍ରିମକୋର୍ଟ କେରଳର କନ୍ନୁର ମେଡିକାଲ୍‌ କଲେଜ୍‌ ଓ କରୁନା […]

ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ; ରାତିରେ ହିଁ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ ଦାବି

supremecourt

Advertisment
ନୂଆଦିଲ୍ଲୀ: କେରଳ ସରକାର ଜାରି କରିଥିବା ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ରାଜ୍ୟରେ ଚାଲୁଥିବା ୨ଟି ମେଡିକାଲ୍‌ କଲେଜ୍‌ରେ ୧୮୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। କିନ୍ତୁ ଏବେ ସୁପ୍ରିମକୋର୍ଟ ଏହି ଅଧ୍ୟାଦେଶକୁ ଖାରଜ କରିଦେବା ପରେ ୧୮୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନାମ ଲେଖାରେ ବ୍ୟାପକ ଅନିୟମିତତା ହୋଇଥିବା ସୁପ୍ରିମକୋର୍ଟ ହୃଦୟଙ୍ଗମ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି।
Advertisment
ଗତବର୍ଷ ସୁପ୍ରିମକୋର୍ଟ କେରଳର କନ୍ନୁର ମେଡିକାଲ୍‌ କଲେଜ୍‌ ଓ କରୁନା ମେଡିକାଲ୍‌ କଲେଜରେ ନାଁ ଲେଖାଇଥିବା ୧୮୦ ଜଣ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣକୁ ରଦ୍ଦ କରିଦେଇଥିଲେ। ତେବେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରୁଲିଂକୁ ଅଣଦେଖା କରି ୭ ମାସ ପରେ ଏକ ଅଧ୍ୟାଦେଶ ଜାରି କରିଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ବୈଧ ରହିଥିଲା। ଏପ୍ରିଲ ମାସରେ କେରଳ ବିଧାନସଭାରେ ସର୍ବସମ୍ମତିକ୍ରମେ ଏ ସଂକ୍ରାନ୍ତରେ ଏକ ବିଲ୍‌ ମଧ୍ୟ ପାସ୍‌ ହୋଇଥିଲା।
ତେବେ ଆଜି ସର୍ବୋଚ୍ଚ ଅଦାଲତ ଏଭି ଏକ ବିଲ୍‌କୁ ଅଲ୍ଟ୍ରା ଭାୟାର୍ସ ବୋଲି କହିବା ସହ ଏହା ସରକାରଙ୍କ କ୍ଷମତା ବାହାରେ ବୋଲି ଅଭିହିତ କରିଛନ୍ତି। ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉପରେ  ନୁହନ୍ତି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
Advertisment
ନାଁ ଲେଖା ପ୍ରକ୍ରିୟାରେ ଅନିୟମିତତା କରୁଥିବା ଘରୋଇ ମେଡିକାଲ୍‌ କଲେଜକୁ ଉଚିତ୍‌ ଜବାବ ଦେବାକୁ କୋର୍ଟ ଗତବର୍ଷ ମାର୍ଚ୍ଚ ମାସରେ କେରଳର ଦୁଇ ମେଡିକାଲ୍‌ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କରୁନା ମେଡିକାଲ୍‌ କଲେଜରେ ୩୦ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଥିବା ବେଳେ କନ୍ନୁର ମେଡିକାଲ୍‌ କଲେଜରେ ୧୫୦ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଥିଲେ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe