Advertisment

ମାଓବାଦୀ ହମ୍‌ଲାରେ ୪ ଯବାନ ସହିଦ

ରାୟପୁର: ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଛତିଶଗଡ଼ର ବିଜାପୁରରେ ଆଜି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ୪ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନମାନେ ଆଜି ଆଣ୍ଟି ଲ୍ୟାଣ୍ଡମାଇନ୍‌ ଭ୍ୟାନ୍‌ରେ ଯାଉଥିବା ବେଳେ ମାଟିତଳେ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ଯୋଗୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ବିଜାପୁର ଏସ୍‌ପି ମୋହିତ ଗର୍ଗଙ୍କ ସୂଚନା ଅନୁଯାୟୀ, ଆୱାପାଲି ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ସିଆର୍‌ପିଏଫ୍‌ର […]

author-image
Hemant Lenka
ମାଓବାଦୀ ହମ୍‌ଲାରେ ୪ ଯବାନ ସହିଦ

g

ରାୟପୁର: ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଛତିଶଗଡ଼ର ବିଜାପୁରରେ ଆଜି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ୪ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନମାନେ ଆଜି ଆଣ୍ଟି ଲ୍ୟାଣ୍ଡମାଇନ୍‌ ଭ୍ୟାନ୍‌ରେ ଯାଉଥିବା ବେଳେ ମାଟିତଳେ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ଯୋଗୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

Advertisment

ବିଜାପୁର ଏସ୍‌ପି ମୋହିତ ଗର୍ଗଙ୍କ ସୂଚନା ଅନୁଯାୟୀ, ଆୱାପାଲି ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ସିଆର୍‌ପିଏଫ୍‌ର ମୁରଦାନ୍ଦ କ୍ୟାମ୍ପ ନିକଟରେ ହିଁ ଏହି ବିସ୍ଫୋରଣ ଘଟିଛି। ୧୬୮ ବ୍ୟାଟାଲିୟନ୍‌ର ଯବାନମାନେ ଆଜି ଅପରାହ୍ଣ ୪ରେ ଅପରେସନ୍‌ରେ ବାହାରିଥିଲେ। ତେବେ ୬ ଜଣ ଯବାନଙ୍କୁ ନେଇ ଆଣ୍ଟି ଲ୍ୟାଣ୍ଡମାଇନ୍‌ ଗାଡ଼ିଟି କ୍ୟାମ୍ପଠାରୁ ମାତ୍ର ଏକ କିମି ଦୂରରେ ପହଞ୍ଚିଥିବା ବେଳେ ପୂର୍ବରୁ ସେଠାରେ ଖଞ୍ଜା ଯାଇଥିବା ଆଇଇଡି ଯୋଗେ ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା ଏବଂ ଘଟଣା ସ୍ଥଳରେ ୪ ଜଣ ଯବାନ ସହିଦ ହୋଇଥିଲେ। ଭ୍ୟାନ୍‌ରେ ଥିବା ଅନ୍ୟ ୨ ଜଣ ଯବାନଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ବି ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଶ୍ରୀ ଗର୍ଗ କହିଛନ୍ତି।

Advertisment

ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ଜଣାପଡ଼ିଛି।

ଆସନ୍ତା ନଭେମ୍ବର ୧୨ରେ ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ତେବେ ଏହାପୂର୍ବରୁ ମାଓବାଦୀମାନେ ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଏଭଳି ବିସ୍ଫୋରଣ କରିଥାଇ ପାରନ୍ତି ବୋଲି କୁହାଯାଉଛି।