Advertisment

ୟାମୀନ୍‌ ହାରିଲେ, ମାଳଦ୍ୱୀପ ରାଷ୍ଟ୍ରପତି ହେବେ ଇବ୍ରାହିମ୍‌ ମହମ୍ମଦ ସୋଲିହ

ମାଲେ: ଚୀନ୍‌ ସମର୍ଥିତ ବର୍ତ୍ତମାନର ରାଷ୍ଟ୍ରପତି ଅବଦୁଲ୍ଲା ୟାମୀନ୍‌ଙ୍କୁ ପରାସ୍ତ କରି ବିରୋଧୀ ମେଣ୍ଟର ପ୍ରାର୍ଥୀ ଇବ୍ରାହିମ ମହମ୍ମଦ ସୋଲିହ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି। ସେ ଖୁବ୍‌ଶୀଘ୍ର ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ଶପଥ ନେବେ। ସମଗ୍ର ମାଳଦ୍ୱୀପରେ ଅବଦୁଲ୍ଲାଙ୍କ ଦବଦବା ରହିଥିଲା। ତେଣୁ ସେ ନିର୍ବାଚନରେ ପରାସ୍ତ ହେବେ ବୋଲି କେହି ଆଶା କରି ନଥିଲେ। ତେବେ ଇବ୍ରାହିମ୍‌ ଅପ୍ରତ୍ୟାଶିତ ଭାବେ ଅବଦୁଲ୍ଲାଙ୍କୁ ପରାସ୍ତ କରିଦେଇଛନ୍ତି। ଅବଦୁଲ୍ଲା ୪୧.୭% ଭୋଟ୍‌ ପାଇଥିବା […]

author-image
Hemant Lenka
ଅଦ୍ୟତନ ହୋଇଛି
ୟାମୀନ୍‌ ହାରିଲେ, ମାଳଦ୍ୱୀପ ରାଷ୍ଟ୍ରପତି ହେବେ ଇବ୍ରାହିମ୍‌ ମହମ୍ମଦ ସୋଲିହ

m1

ମାଲେ: ଚୀନ୍‌ ସମର୍ଥିତ ବର୍ତ୍ତମାନର ରାଷ୍ଟ୍ରପତି ଅବଦୁଲ୍ଲା ୟାମୀନ୍‌ଙ୍କୁ ପରାସ୍ତ କରି ବିରୋଧୀ ମେଣ୍ଟର ପ୍ରାର୍ଥୀ ଇବ୍ରାହିମ ମହମ୍ମଦ ସୋଲିହ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି। ସେ ଖୁବ୍‌ଶୀଘ୍ର ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ଶପଥ ନେବେ।

Advertisment

ସମଗ୍ର ମାଳଦ୍ୱୀପରେ ଅବଦୁଲ୍ଲାଙ୍କ ଦବଦବା ରହିଥିଲା। ତେଣୁ ସେ ନିର୍ବାଚନରେ ପରାସ୍ତ ହେବେ ବୋଲି କେହି ଆଶା କରି ନଥିଲେ। ତେବେ ଇବ୍ରାହିମ୍‌ ଅପ୍ରତ୍ୟାଶିତ ଭାବେ ଅବଦୁଲ୍ଲାଙ୍କୁ ପରାସ୍ତ କରିଦେଇଛନ୍ତି।

ଅବଦୁଲ୍ଲା ୪୧.୭% ଭୋଟ୍‌ ପାଇଥିବା ବେଳେ ଇବ୍ରାହିମଙ୍କ ସପକ୍ଷରେ ୫୮.୩% ଜନମତ ଯାଇଛି।

Advertisment

[caption id="attachment_279569" align="aligncenter" width="931"]publive-imageବାମରୁ ୟାମୀନ୍‌ ଓ ଇବ୍ରାହିମ ମହମ୍ମଦ ସୋଲିହ[/caption]

ନିର୍ବାଚନ ଫଳାଫଳ ପରେ ଅବଦୁଲ୍ଲା ନିଜର ପରାଜୟକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ମୁଁ ଏହି ପରାଜୟକୁ ଗ୍ରହଣ କରୁଛି। ଏବେ ନୂଆ ରାଷ୍ଟ୍ରପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାରେ ସମସ୍ତ ପ୍ରକାରର ସହଯୋଗ କରିବି। ମାଳଦ୍ୱୀପ ଲୋକମାନେ ଯାହା ଚାହୁଁଥିଲେ, ତଦ୍‌ନୁଯାୟୀ ଭୋଟ୍‌ ଦେଲେ। ଆଜି ମୁଁ ଇବ୍ରାହିମ୍‌ଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇଛି।”