/odisha-reporter/media/post_attachments/uploads/2018/10/sa-6.jpg)
sa
ନୂଆଦିଲ୍ଲୀ: ଷ୍ଟାଫ୍ ସିଲେକସନ୍ କମିଶନ(ଏସ୍ଏସ୍ସି)ର ଗ୍ରାଜୁଏଟ୍ ଲେଭେଲ ପରୀକ୍ଷା ୨୦୧୭ ଫେବୃଆରୀ ମାସରେ ହୋଇଥିଲା। ତେବେ ଏହି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଏହାକୁ ବାତିଲ କରିବା ସପକ୍ଷରେ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଯୁକ୍ତି ବାଢ଼ିଛନ୍ତି।
ଏଥିସହ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମତ ରଖିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।
ପରୀକ୍ଷାରେ ବ୍ୟାପକ କପି ସହ ଅନ୍ୟାନ୍ୟ ଅନିୟମିତତା ହୋଇଥିଲା। ତେଣୁ ଏହାଦ୍ୱାରା ପରୀକ୍ଷାର୍ଥୀଙ୍କୁ କୌଣସି ଲାଭ ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି।
ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ଏସ୍ଏସ୍ସି ପରୀକ୍ଷାର ରେଜଲ୍ଟ ପ୍ରକାଶ ଉପରେ ରୋକ ଲଗାଇଥିଲେ। ପରୀକ୍ଷା ପତ୍ର ଲିକ୍ ସହ ଏକାଧିକ ଛାତ୍ର କପି କରିଥିଲେ ବୋଲି ଅଭିଯୋଗ ହେବା ପରେ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା।
ଶେଷରେ ମାର୍ଚ୍ଚ ମାସରେ ସରକାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ମେ’ ମାସରେ ସିଫି ଟେକ୍ନୋଲଜି ପ୍ରାଇଭେଟ୍ ଲିଃର ୧୦ ଜଣ କର୍ମଚାରୀଙ୍କ ସମେତ ୧୭ ଜଣଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
