Advertisment

୧୯ ଦିନ ପରେ ଅନଶନ ଭାଙ୍ଗିଲେ ହାର୍ଦ୍ଦିକ ପଟେଲ

ଅହମଦାବାଦ: ପଟିଦାର ସଂପ୍ରଦାୟଙ୍କ ପାଇଁ ସଂରକ୍ଷଣ ଓ କୃଷକଙ୍କ ଋଣ ଛାଡ଼ ଦାବିରେ ୧୯ ଦିନ ହେଲା ଆମରଣ ଅନଶନ କରୁଥିବା ହାର୍ଦ୍ଦିକ ପଟେଲ୍‌ ଆଜି ଶେଷରେ ଏହାକୁ ଭାଙ୍ଗିଛନ୍ତି।  ହାର୍ଦ୍ଦିକ ୧୯ ଦିନ ହେଲା କିଛି ନ ଖାଇ ପିଇ ଆନ୍ଦୋଳନ କରୁଥିଲେ ହେଁ ତାଙ୍କ ସହ ଗୁଜରାଟ୍‌ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଆଲୋଚନା ହୋଇନାହିଁ। ଉପବାସ ହେତୁ ହାର୍ଦ୍ଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ତେଣୁ ଆଜି ପଟିଦାର ସଂପ୍ରଦାୟର ନେତା ନରେଶ ପଟେଲ୍‌ […]

୧୯ ଦିନ ପରେ ଅନଶନ ଭାଙ୍ଗିଲେ ହାର୍ଦ୍ଦିକ ପଟେଲ 

hp

Advertisment
ଅହମଦାବାଦ: ପଟିଦାର ସଂପ୍ରଦାୟଙ୍କ ପାଇଁ ସଂରକ୍ଷଣ ଓ କୃଷକଙ୍କ ଋଣ ଛାଡ଼ ଦାବିରେ ୧୯ ଦିନ ହେଲା ଆମରଣ ଅନଶନ କରୁଥିବା ହାର୍ଦ୍ଦିକ ପଟେଲ୍‌ ଆଜି ଶେଷରେ ଏହାକୁ ଭାଙ୍ଗିଛନ୍ତି। 
Advertisment
ହାର୍ଦ୍ଦିକ ୧୯ ଦିନ ହେଲା କିଛି ନ ଖାଇ ପିଇ ଆନ୍ଦୋଳନ କରୁଥିଲେ ହେଁ ତାଙ୍କ ସହ ଗୁଜରାଟ୍‌ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଆଲୋଚନା ହୋଇନାହିଁ।
ଉପବାସ ହେତୁ ହାର୍ଦ୍ଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ତେଣୁ ଆଜି ପଟିଦାର ସଂପ୍ରଦାୟର ନେତା ନରେଶ ପଟେଲ୍‌ ଓ ସିକେ ପଟେଲ୍‌ ହାର୍ଦ୍ଦିକଙ୍କୁ ବୁଝାସୁଝା କରି ଲେମ୍ବୁ ପାଣି ପିଆଇ ଅନଶନ ଭଙ୍ଗ କରିଛନ୍ତି। ଲେମ୍ବୁପାଣି ପିଇବା ପରେ ହାର୍ଦ୍ଦିକ କହିଛନ୍ତି, ପଟିଦାର ଓ କୃଷକଙ୍କ ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି, ତାହା ଆଗକୁ ମଧ୍ୟ ଜାରି ରହିବ।
publive-image
ଅଗଷ୍ଟ ୨୫ରେ ହାର୍ଦ୍ଦିକ ଅହମଦାବାଦଠାରେ ଥିବା ତାଙ୍କ ଘର ନିକଟରେ ଅନଶନ ଆରମ୍ଭ କରିଥିଲେ। ଗୁଜରାଟ କୃଷକଙ୍କ ଋଣ ଛାଡ଼ ଏବଂ ଓବିସି ଶ୍ରେଣୀରେ ପଟିଦାର ସଂପ୍ରଦାୟକୁ ସାମିଲ କରି ସଂରକ୍ଷଣ ଦେବା ଦାବିରେ ସେ ଏହି ଅନଶନ ଆରମ୍ଭ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଦେଶଦ୍ରୋଦ ମାମଲାରେ ଗିରଫ ହୋଇଥିବା ଅଳ୍ପେଶ କଠେରିଆକୁ ପୁଲିସ୍‌ ମୁକ୍ତ କରୁ ବୋଲି ମଧ୍ୟ ହାର୍ଦ୍ଦିକ ଦାବି କରିଥିଲେ।
ଅନଶନର ୧୪ ତମ ଦିନରେ ହାର୍ଦ୍ଦିକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଦୁଇଦିନ ରହିବା ପରେ ପୁଣିଥରେ ଅନଶନ ଆରମ୍ଭ କରିଥିଲେ ହାର୍ଦ୍ଦିକ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe