Advertisment

୧୯ ବର୍ଷ ପରେ କଂଗ୍ରେସକୁ ଲେଉଟିଲେ ତାରିକ ଅନୱର

ନୂଆଦିଲ୍ଲୀ: କଂଗ୍ରେସକୁ ସମାଲୋଚନା କରି ଦଳ ଛାଡ଼ିବାର ଦୀର୍ଘ ୧୯ ବର୍ଷ ପରେ ବରିଷ୍ଠ ରାଜନେତା ତାରିକ୍‌ ଅନୱର ପୁଣିଥରେ ହାତ ଧରିଛନ୍ତି। ତାରିକ, ଶରଦ ପାୱର ଓ ଦିବଂଗତ ପିଏ ସାଙ୍ଗମା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଗଠନ କରିବାକୁ ୧୯ ବର୍ଷ ତଳେ କଂଗ୍ରେସ ଛାଡ଼ିଥିଲେ। ତେବେ ଗତ ମାସରେ ଏନ୍‌ସିପି ସଭାପତି ଶରଦ ପାୱାରଙ୍କ ସହ ମନାନ୍ତର ହେବାରୁ ସେ ଦଳ ଛାଡ଼ିଥିଲେ। ଆଜି ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ […]

author-image
Hemant Lenka
୧୯ ବର୍ଷ ପରେ କଂଗ୍ରେସକୁ ଲେଉଟିଲେ ତାରିକ ଅନୱର

r

ନୂଆଦିଲ୍ଲୀ: କଂଗ୍ରେସକୁ ସମାଲୋଚନା କରି ଦଳ ଛାଡ଼ିବାର ଦୀର୍ଘ ୧୯ ବର୍ଷ ପରେ ବରିଷ୍ଠ ରାଜନେତା ତାରିକ୍‌ ଅନୱର ପୁଣିଥରେ ହାତ ଧରିଛନ୍ତି। ତାରିକ, ଶରଦ ପାୱର ଓ ଦିବଂଗତ ପିଏ ସାଙ୍ଗମା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଗଠନ କରିବାକୁ ୧୯ ବର୍ଷ ତଳେ କଂଗ୍ରେସ ଛାଡ଼ିଥିଲେ। ତେବେ ଗତ ମାସରେ ଏନ୍‌ସିପି ସଭାପତି ଶରଦ ପାୱାରଙ୍କ ସହ ମନାନ୍ତର ହେବାରୁ ସେ ଦଳ ଛାଡ଼ିଥିଲେ।

Advertisment

ଆଜି ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଆଜିର ଏହି ମିଶ୍ରଣ ପର୍ବ ବେଳେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ଓ ବିହାର କଂଗ୍ରେସର ଇନ୍‌ ଚାର୍ଜ ଶକ୍ତିସିହ୍ନା ଗୋହିଲ ମଧ୍ୟ ଉପସ୍ଥିତ ରହିଥିଲେ।

ସେପ୍ଟେମ୍ବର ୨୮ରେ ଅନୱର ଏନସିପି ଛାଡ଼ିବା ସହ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଅନୱର ୨୦୧୪ରେ କଂଗ୍ରେସ ଓ ଆର୍‌ଜେଡିର ସମର୍ଥନ ପାଇ ୨୦୧୪ରେ ବିହାରର କଟିହାର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Advertisment