ତିରୁପତି (ଓଡ଼ିଶା ରିପୋର୍ଟର): ଗୋଟିଏ ସ୍ଥାନରେ ଏକ ଦମ୍ପତିଙ୍କ ଆତ୍ମହତ୍ୟା, କିନ୍ତୁ କାରଣ ଏବଂ ସମୟ ଭିନ୍ନ ଭିନ୍ନ। ପୂର୍ବକାଳରେ ପତିଙ୍କ ମୃତ୍ୟୁ ପରେ ପତ୍ନୀ ଆତ୍ମହତ୍ୟା କରିବା କଥା ପୁରାଣରେ ବର୍ଣ୍ଣିତ ଅଛି, କିନ୍ତୁ ଏକବିଂଶ ଶତାବ୍ଦୀରେ ଏଭଳି ଘଟିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ମନେହୁଏ।
ଆନ୍ଧ୍ରପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତି ଚଳନ୍ତା ଟ୍ରେନ୍ ଆଗରେ ଆତ୍ମହତ୍ୟା କରିବାର ଖବର ପାଇବା ପରେ ସେହି ସ୍ଥାନରେ ହିଁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି।
ତିରୁପତି ସହରରେ ବସବାସ କରୁଥିବା ପୂର୍ବତନ ଜିଲ୍ଲା ଜଜ୍ ପି ସୁଧାକରଙ୍କ ମୃତଦେହ ରେଂଟିଗୁଡା ନିକଟସ୍ଥ ଟ୍ରେନ ଲାଇନରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ସୁଚନା ଅନୁଯାୟୀ ଶାରିରୀକ ଅସୁସ୍ଥତା କାରଣରୁ ସେ ଟ୍ରେନ ଆଗକୁ ଡେଇଁବା ଭଳି ପଦକ୍ଷେପ ନେଇଥିଲେ। ଏହି ବିଷୟରେ ଖବର ପାଇ ତାଙ୍କ ପତ୍ନୀ ପି ବରଲକ୍ଷ୍ମୀ ଘଟଣାସ୍ଥଳକୁ ଦୌଡ଼ିଥିଲେ ଏବଂ କେହି କିଛି ବୁଝିବା ଆଗରୁ ସେହି ସ୍ଥାନରେ ଅନ୍ୟ ଏକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କମେଡି ପାଇଁ ସୁପାରୀ!
ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି।

National
୩୦ ବର୍ଷ ତଳେ କେମିତି ତାଲିବାନ କବଳରୁ ଖସି ଆସିଥିଲେ ଜଣେ ଭାରତୀୟ ମହିଳା?
୧୯୮୮ ମସିହା ଜୁଲାଇ ୨ରେ ଉଭୟ ଗୁପ୍ତ ଭାବେ ବିବାହ କରିଥିଲେ। ବାହାଘର ପରେ ଜାମବାଜ ତାଙ୍କୁ ଆଫଗାନିସ୍ତାନ ନେଇ ଯାଇଥିଲେ।

Politics
କମେଡିଆନ କୁନାଲ କାମରାଙ୍କୁ ନେଇ ବିବାଦ: ଅପମାନ ନା ବାକ ସ୍ୱାଧୀନତା?
ନିଜର କମେଡି ପାଇଁ କାହାକୁ କ୍ଷମା ମାଗି ପାରିବେ ନାହିଁ। ଯଦି କୋର୍ଟ କହିବେ, ତା’ହେଲେ ସେ କ୍ଷମା ମାଗିବେ। ନିଜର ଗର୍ଦାର ମନ୍ତବ୍ୟ ପାଇଁ ମଧ୍ୟ କୁନାଲ ଅନୁତପ୍ତ ନୁହନ୍ତି ବୋଲି ପୁଲିସ୍କୁ କହିଛନ୍ତି।

Crime
କେଉଁ ଗୋଟିଏ ଭୁଲ ମୁସ୍କାନ ଓ ସାହିଲକୁ ମହଙ୍ଗା ପଡ଼ିଲା?
ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ।

National
ଜଜଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ଘଟଣା: ନ୍ୟାୟିକ କାର୍ଯ୍ୟରୁ ଜଷ୍ଟିସ ବର୍ମାଙ୍କୁ ହଟାଇଲେ ହାଇକୋର୍ଟ
ହାଇକୋର୍ଟ ପକ୍ଷରୁ ଜାରି ସର୍କ୍ୟୁଲାରରେ କୁହାଯାଇଛି, ନିକଟରେ ଘଟୁଥିବା ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ସମସ୍ତ ପ୍ରକାରର ନ୍ୟାୟିକ କାର୍ଯ୍ୟରୁ ତତ୍କାଳ ଭାବେ ହଟାଯାଉଛି।