Advertisment

ଗୋଟିଏ ସ୍ଥାନରେ ପତିପତ୍ନୀଙ୍କ ଆତ୍ମହତ୍ୟା

ତିରୁପତି (ଓଡ଼ିଶା ରିପୋର୍ଟର): ଗୋଟିଏ ସ୍ଥାନରେ ଏକ ଦମ୍ପତିଙ୍କ ଆତ୍ମହତ୍ୟା, କିନ୍ତୁ କାରଣ ଏବଂ ସମୟ ଭିନ୍ନ ଭିନ୍ନ। ପୂର୍ବକାଳରେ ପତିଙ୍କ ମୃତ୍ୟୁ ପରେ ପତ୍ନୀ ଆତ୍ମହତ୍ୟା କରିବା କଥା ପୁରାଣରେ ବର୍ଣ୍ଣିତ ଅଛି, କିନ୍ତୁ ଏକବିଂଶ ଶତାବ୍ଦୀରେ ଏଭଳି ଘଟିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ମନେହୁଏ।  ଆନ୍ଧ୍ରପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତି ଚଳନ୍ତା ଟ୍ରେନ୍‌ ଆଗରେ ଆତ୍ମହତ୍ୟା କରିବାର ଖବର ପାଇବା ପରେ ସେହି ସ୍ଥାନରେ ହିଁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି।  ତିରୁପତି ସହରରେ ବସବାସ […]

ଗୋଟିଏ ସ୍ଥାନରେ ପତିପତ୍ନୀଙ୍କ ଆତ୍ମହତ୍ୟା

Tirupati-railway-track

Advertisment

ତିରୁପତି (ଓଡ଼ିଶା ରିପୋର୍ଟର): ଗୋଟିଏ ସ୍ଥାନରେ ଏକ ଦମ୍ପତିଙ୍କ ଆତ୍ମହତ୍ୟା, କିନ୍ତୁ କାରଣ ଏବଂ ସମୟ ଭିନ୍ନ ଭିନ୍ନ। ପୂର୍ବକାଳରେ ପତିଙ୍କ ମୃତ୍ୟୁ ପରେ ପତ୍ନୀ ଆତ୍ମହତ୍ୟା କରିବା କଥା ପୁରାଣରେ ବର୍ଣ୍ଣିତ ଅଛି, କିନ୍ତୁ ଏକବିଂଶ ଶତାବ୍ଦୀରେ ଏଭଳି ଘଟିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ମନେହୁଏ। 

Advertisment

ଆନ୍ଧ୍ରପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତି ଚଳନ୍ତା ଟ୍ରେନ୍‌ ଆଗରେ ଆତ୍ମହତ୍ୟା କରିବାର ଖବର ପାଇବା ପରେ ସେହି ସ୍ଥାନରେ ହିଁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। 

ତିରୁପତି ସହରରେ ବସବାସ କରୁଥିବା ପୂର୍ବତନ ଜିଲ୍ଲା ଜଜ୍ ପି ସୁଧାକରଙ୍କ ମୃତଦେହ ରେଂଟିଗୁଡା ନିକଟସ୍ଥ ଟ୍ରେନ ଲାଇନରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ସୁଚନା ଅନୁଯାୟୀ ଶାରିରୀକ ଅସୁସ୍ଥତା କାରଣରୁ ସେ ଟ୍ରେନ ଆଗକୁ ଡେଇଁବା ଭଳି ପଦକ୍ଷେପ ନେଇଥିଲେ। ଏହି ବିଷୟରେ ଖବର ପାଇ ତାଙ୍କ ପତ୍ନୀ ପି ବରଲକ୍ଷ୍ମୀ ଘଟଣାସ୍ଥଳକୁ ଦୌଡ଼ିଥିଲେ ଏବଂ କେହି କିଛି ବୁଝିବା ଆଗରୁ ସେହି ସ୍ଥାନରେ ଅନ୍ୟ ଏକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।  

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe