Advertisment

ଭାରତ-ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ପାକିସ୍ତାନ ଆଲୋଚନା ପାଇଁ ଦେଇଥିବା ପ୍ରସ୍ତାବକୁ ଭାରତ ସରକାର ଗତକାଲି ଗ୍ରହଣ କରିଥିଲେ ହେଁ ଆଜି ଏଥିରୁ ଓହରି ଯାଇଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ଦୁଇ ଦେଶର ବୈଦେଶକ ମନ୍ତ୍ରୀ ଆସନ୍ତା ମାସରେ ନ୍ୟୁୱର୍କରେ ହେବାକୁ ଥିବା ଜାତିସଂଘର ବୈଠକ ସମୟରେ ଆଲୋଚନା କରିବେ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ପାକିସ୍ତାନ ଗୋଟିଏ ପଟେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତକୁ ଛୁରା ମାରୁଥିବା ବେଳେ ନୂଆଦିଲ୍ଲୀ କେମିତି ଇସ୍‌ଲାମାବାଦ୍‌ ସହ ଆଲୋଚନା କରିବ, ତାକୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଭାରତ-ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପ୍ରସ୍ତାବ ଖାରଜ

aw

ନୂଆଦିଲ୍ଲୀ: ପାକିସ୍ତାନ ଆଲୋଚନା ପାଇଁ ଦେଇଥିବା ପ୍ରସ୍ତାବକୁ ଭାରତ ସରକାର ଗତକାଲି ଗ୍ରହଣ କରିଥିଲେ ହେଁ ଆଜି ଏଥିରୁ ଓହରି ଯାଇଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ଦୁଇ ଦେଶର ବୈଦେଶକ ମନ୍ତ୍ରୀ ଆସନ୍ତା ମାସରେ ନ୍ୟୁୱର୍କରେ ହେବାକୁ ଥିବା ଜାତିସଂଘର ବୈଠକ ସମୟରେ ଆଲୋଚନା କରିବେ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

Advertisment

ତେବେ ପାକିସ୍ତାନ ଗୋଟିଏ ପଟେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତକୁ ଛୁରା ମାରୁଥିବା ବେଳେ ନୂଆଦିଲ୍ଲୀ କେମିତି ଇସ୍‌ଲାମାବାଦ୍‌ ସହ ଆଲୋଚନା କରିବ, ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ବିବାଦ ଉପୁଜିବା ପରେ ଭାରତ ସରକାର ପୂର୍ବ ନିଷ୍ପତ୍ତିରୁ ଓହରି ଯାଇଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ପାକ୍‌ର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଚିଠି ଲେଖି ସେ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଥିବା କଥା କହିଥିଲେ। କିନ୍ତୁ ଏବେ ତାଙ୍କର ଅସଲ ଚେହେରା ପଦାରେ ପଡ଼ିଛି। ଆମେ ବିଧିବଦ୍ଧ ଭାବେ ଘୋଷଣା କରୁଛୁ ଯେ ଭାରତ-ପାକ୍‌ ପ୍ରସ୍ତାବି ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ରଦ୍ଦ ହୋଇଛି। ଆମ ଯବାନଙ୍କୁ ବର୍ବରୋଚିତ ଭାବେ ହତ୍ୟା କରିବା ଓ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପଡ଼ୋଶୀ ସହ କେବେ ହେଲେ ସମ୍ପର୍କ ପ୍ରତିଷ୍ଠା ହୋଇପାରିବ ନାହିଁ। ଆଲୋଚନା ଓ ଆତଙ୍କବାଦ ଏକା ସଙ୍ଗରେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Advertisment

ଏଥିସହ ଆଜି ସକାଳେ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ୩ ଜଣ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କରିବା ପଛରେ ପାକିସ୍ତାନର ହାତ ରହିଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ପରିସ୍ଥିତିରେ ପାକିସ୍ତାନ ସହ ଆଲୋଚନା କରିବା ଠିକ୍‌ ନୁହେଁ ବୋଲି ବିଭିନ୍ନ ମହଲରେ ଦାବି ପ୍ରକାଶ ପାଇଥିଲା।

ଖବର ଅନୁଯାୟୀ, ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ସୀମାପାର୍ ଆତଙ୍କବାଦ ବନ୍ଦ ନ କରିଛି, ସେ ଯାଏ ଉଭୟ ଦେଶ କୌଣସି ପ୍ରକାରର ଆଲୋଚନା କରିବେ ନାହିଁ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

publive-image

ଗତକାଲି ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଚିଠି ଲେଖି ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଭାରତ ବର୍ତ୍ତମାନ ପରିସ୍ଥିତିରେ ଦ୍ୱିପାକ୍ଷିକ ଆଲୋଚନା କରିବ ନାହିଁ। କିନ୍ତୁ ନ୍ୟୁୱର୍କରେ ହେବାକୁ ଥିବା ଜାତିସଂଘ ବୈଠକର ସାଇଡ୍‌ ଲାଇନ୍‌ରେ ଭାରତର ବୈଦେଶକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ତାଙ୍କ ପ୍ରତିପକ୍ଷ ଶାହା ମହମ୍ମଦ କୁରେଶୀଙ୍କ ମଧ୍ୟରେ ଏକ ବୈଠକ ହେବ। କିନ୍ତୁ ଏହାର ଏଜେଣ୍ଡା ଏଯାଏ ସ୍ଥିର ହୋଇରାହିଁ।”

୨୦୧୫ ପରଠାରୁ ଭାରତ-ପାକ୍‌ ଦ୍ୱିପାକ୍ଷିକ ଆଲୋଚନା ବନ୍ଦ ରହିଛି। ତେବେ ଇମ୍ରାନ୍‌ ଖାନ୍‌ ପାକ୍‌ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ପ୍ରତି ବନ୍ଧୁତାର ହାତ ବଢ଼ାଇଥିଲେ। ଆଶା କରାଯାଉଥିଲା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ। କିନ୍ତୁ ଏବେ ଜନମତର ଚାପ ଯୋଗୁ ଭାରତ ସରକାର ଆଲୋଚନା କରିବା ମୁଡ୍‌ରେ ନଥିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି।