ଆପ୍‌ ବନାମ ବିଜେପି: ରେକର୍ଡ ରେଜଲ୍ଟର ୧୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ପରେ ଦିଲ୍ଲୀ ମହାନଗର ନିଗମକୁ ବିଜେପି ହାତରୁ ଛଡ଼ାଇ ଆଣିଛି ଆପ୍‌। ବିଜେପି ୨୫୦ ଆସନ ବିଶିଷ୍ଟ ଏମସିଡିରେ ମ୍ୟାଜିକ ନମ୍ବର ହାସଲ କରି ନଥିଲେ ମଧ୍ୟ ୧୦୪ ୱାର୍ଡ ଦଖଲ କରିବାକୁ ସକ୍ଷମ ହୋଇଛି। ୧-ଦିଲ୍ଲୀ ଏମସିଡି ଏକାଠି ହେବା ପୂର୍ବରୁ ଉତ୍ତର, ପୂର୍ବ ଓ ଦକ୍ଷିଣ ଜୋନରେ ବିଭକ୍ତ ହୋଇ ରହିଥିଲା। ସ୍ୱତନ୍ତ୍ର ଆଇନ ବଳରେ ସବୁ ଜୋନକୁ ଗୋଟିଏ କରାଯିବା ପରେ ଭୋଟିଂ ହୋଇଥିଲା। ବିଜେପି ୧୫ […]

aap1

  • Published: Wednesday, 07 December 2022
  • , Updated: 07 December 2022, 08:55 PM IST

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ପରେ ଦିଲ୍ଲୀ ମହାନଗର ନିଗମକୁ ବିଜେପି ହାତରୁ ଛଡ଼ାଇ ଆଣିଛି ଆପ୍‌। ବିଜେପି ୨୫୦ ଆସନ ବିଶିଷ୍ଟ ଏମସିଡିରେ ମ୍ୟାଜିକ ନମ୍ବର ହାସଲ କରି ନଥିଲେ ମଧ୍ୟ ୧୦୪ ୱାର୍ଡ ଦଖଲ କରିବାକୁ ସକ୍ଷମ ହୋଇଛି।

୧-ଦିଲ୍ଲୀ ଏମସିଡି ଏକାଠି ହେବା ପୂର୍ବରୁ ଉତ୍ତର, ପୂର୍ବ ଓ ଦକ୍ଷିଣ ଜୋନରେ ବିଭକ୍ତ ହୋଇ ରହିଥିଲା। ସ୍ୱତନ୍ତ୍ର ଆଇନ ବଳରେ ସବୁ ଜୋନକୁ ଗୋଟିଏ କରାଯିବା ପରେ ଭୋଟିଂ ହୋଇଥିଲା। ବିଜେପି ୧୫ ବର୍ଷ ହେଲା ଏମସିଡିରେ ନିଜର ଶାସନ ଜାରି ରଖିଥିଲା।

୨- ଦିଲ୍ଲୀ ମହାନଗନ ନିଗମ ନିର୍ବାଚନରେ ବିଜୟ ଯଥେଷ୍ଟ ଗୁରୁତ୍ୱବହନ କରୁଛି। କାରଣ ପ୍ରଥମଥର ପାଇଁ ବିଜେପି ଦଖଲରେ ଥିବା କୌଣସି ସଂସ୍ଥାକୁ ଆପ୍‌ ନିର୍ବାଚନ ଜରିଆରେ ନିଜ ଅକ୍ତିଆରକୁ ନେଇଛି। ଏହାର ଅର୍ଥ କୌଣସି ନିର୍ବାଚନରେ ଆପ୍‌ ପ୍ରଥମଥର ପାଇଁ ବିଜେପିକୁ ହରାଇଛି।

୩- ଆପ୍‌ ଦିଲ୍ଲୀରେ ଏଯାଏ ୭ଟି ନିର୍ବାଚନ ଲଢ଼ିଛି। ୨୦୧୩ ବିଧାନସଭା ନିର୍ବାଚନ, ୨୦୧୪ ଲୋକସଭା ନିର୍ବାଚନ, ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ, ୨୦୧୭ ଏମସିଡି ନିର୍ବାଚନ, ୨୦୧୯ ଲୋକସଭା ନିର୍ବାଚନ, ୨୦୨୦ ବିଧାନସଭା ନିର୍ବାଚନ ଓ ୨୦୨୨ ଏମସିଡି ନିର୍ବାଚନରେ ଆପ ନିଜର ଭାଗ୍ୟ ପରୀକ୍ଷା କରିଛି। ଏହି ୭ଟି ନିର୍ବାଚନରୁ ଆପ୍‌ ୪ଟିରେ ଜିତିଛି ଓ ୩ଟିରେ ହାରିଛି।

୪- ଏବେ ଶେଷ ହୋଇଥିବା ଏମସିଡି ନିର୍ବାଚନରେ ଆପ୍‌ ଓ ବିଜେପି ମଧ୍ୟରେ ଭୋଟ ଶେୟାରର ବ୍ୟବଧାନ ମାତ୍ର ୩%।

୫-୨୦୧୭ ତୁଳନାରେ ଆପ୍‌ ଏଥର ଏମସିଡି ନିର୍ବାଚନରେ ଅଧିକ ୧୬% ଭୋଟ ପାଇଛି। ବିଜେପି ନିଜର ଭୋଟ ବ୍ୟାଙ୍କକୁ ବଜାୟୀ ରଖିବା ସହ ପ୍ରାୟ ୩% ଏଥିରେ ଯୋଡ଼ିଛି।

୬-ଏମସିଡି ନିର୍ବାଚନରେ ଦୁର୍ନୀତି ପ୍ରମୁଖ ପ୍ରସଙ୍ଗ ରହିଥିଲା। ଆପ ଏହାକୁ ସବୁଠାରୁ ବଡ଼ ପ୍ରସଙ୍ଗ କରିଥିଲା। ବିଜେପି ମଧ୍ୟ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କ ନାଁରେ ଥିବା ମନି ଲଣ୍ଡରିଂ ମାମଲାରୁ ପ୍ରସଙ୍ଗ କରି ଆପ୍‌କୁ ଟାର୍ଗେଟ କରିଥିଲା।

୭- ବିଜେପି ସତ୍ୟେନ୍ଦ୍ର ଜୈନଙ୍କ ନିର୍ବାଚନ ମଣ୍ଡଳୀ ଶାକୁର ବସ୍ତିରେ ଥିବା ୩ଟି ଯାକ ୱାର୍ଡରେ ଜିତିଛି।

୮-ମନୀଷ ସିସୋଦିଆରଙ୍କ ନିର୍ବାଚନ ମଣ୍ଡଳୀର ୪ଟି ୱାର୍ଡରୁ ବିଜେପି ୩ଟି ଓ ଆପ୍‌ ମାତ୍ର ଗୋଟିଏରେ ଜିତିବାକୁ ସକ୍ଷମ ହୋଇଛି।

୯-କଂଗ୍ରେସର ଭୋଟ ଭାଗ ପ୍ରାୟ ୧୧% ହ୍ରାସ ପାଇଛି। ଦଳ ଏଥର କେବଳ ୯ଟି ଆସନରେ ଜିତି ପାରିଛି।

୧୦-ଦିଲ୍ଲୀରେ ଥିବା ମୁସଲିମ ଭୋଟ ଗୁଡ଼ିକ ଆପ୍‌ ଓ କଂଗ୍ରେସ ମଧ୍ୟରେ ବାଣ୍ଟି ହୋଇଯାଇଛି। ଏହାର ଫାଇଦା ବିଜେପିକୁ ଅନେକ ୱାର୍ଡରେ ମିଳିଛି। ବିଶେଷ କରି ୨୦୨୦ ଫେବୃଆରୀ ମାସରେ ଦଙ୍ଗା କବଳରେ ପଡ଼ିଥିବା ଉତ୍ତର-ପୂର୍ବ ଦିଲ୍ଲୀରେ ଏପରି ସ୍ଥିତି ଦେଖିବାକୁ ମିଳିଛି।

Related story