ଆପ୍ ଓ ଓୱେସୀଙ୍କ ପାଇଁ ବିଭାଜନ ହେଲା ଭୋଟ, ବାଜି ମାରିନେଲା ବିଜେପି!

ଅହମଦାବାଦ: ଗୁଜରାଟରେ ବିଜେପି ଐତିହାସିକ ବିଜୟ ହାସଲ କରିବାକୁ ନିକଟତର ହୋଇଛି। ଦଳ ଏଥର ୧୫୦ରୁ ଅଧିକ ଆସନ ଜିତିବ। ଏହି ଐତିହାସିକ ବିଜୟରେ ମୁସଲିମ ବହୁଳ ଆସନଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବିଜେପି ଜଣେ ହେଲେ ବି ମୁସଲିମ ସଂପ୍ରଦାୟର ଲୋକଙ୍କୁ ଟିକେଟ ଦେଇ ନଥିଲା। ତଥାପି ମୁସଲିମ ବହୁଳ ଅଞ୍ଚଳରେ ବାଜି ମାରି ନେଇଛି ବିଜେପି। ପୂର୍ବରୁ ଗୁଜରାଟରେ ଥିବା ମୁସଲିମ ବହୁଳ ଅଞ୍ଚଳରେ କଂଗ୍ରେସ ଜିତୁଥିଲା। ହେଲେ ଏଥର ସ୍ଥିତି […]

BJP12

  • Published: Thursday, 08 December 2022
  • , Updated: 08 December 2022, 03:02 PM IST

ଅହମଦାବାଦ: ଗୁଜରାଟରେ ବିଜେପି ଐତିହାସିକ ବିଜୟ ହାସଲ କରିବାକୁ ନିକଟତର ହୋଇଛି। ଦଳ ଏଥର ୧୫୦ରୁ ଅଧିକ ଆସନ ଜିତିବ। ଏହି ଐତିହାସିକ ବିଜୟରେ ମୁସଲିମ ବହୁଳ ଆସନଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବିଜେପି ଜଣେ ହେଲେ ବି ମୁସଲିମ ସଂପ୍ରଦାୟର ଲୋକଙ୍କୁ ଟିକେଟ ଦେଇ ନଥିଲା। ତଥାପି ମୁସଲିମ ବହୁଳ ଅଞ୍ଚଳରେ ବାଜି ମାରି ନେଇଛି ବିଜେପି।

ପୂର୍ବରୁ ଗୁଜରାଟରେ ଥିବା ମୁସଲିମ ବହୁଳ ଅଞ୍ଚଳରେ କଂଗ୍ରେସ ଜିତୁଥିଲା। ହେଲେ ଏଥର ସ୍ଥିତି ବଦଳିବା ସହ ଅଧିକାଂଶ ସ୍ଥାନରେ ବିଜେପି ଜିତିବା ପାଇଁ ଯାଉଛି। ମୁସଲିମ ବହୁଳ ୧୭ଟି ଆସନରୁ ବିଜେପି ୧୨ଟିରେ ବିଜୟର ନିକଟତର ହୋଇଛି। ସେହିପରି କଂଗ୍ରେସ କେବଳ ୫ଟିରେ ଆଗୁଆ ରହିଛି। ପୂର୍ବ ରେକର୍ଡକୁ ଦେଖିଲେ ଏହି ସବୁ ଆସନରେ ସାଧାରଣତଃ କଂଗ୍ରେସକୁ ଅଧିକ ଭୋଟ ମିଳିଥାଏ।

ଉଦାହରଣ ସ୍ୱରୂପ ଦାରିଆପୁରକୁ ନିଆଯାଇ ପାରେ। ଏହା ଏକ ମୁସଲିମ ବହୁଳ ଅଞ୍ଚଳ। ଏହି ଆସନକୁ କଂଗ୍ରେସ ୧୦ ବର୍ଷ ହେଲା ନିଜ ପାଖରେ ରଖିଥିଲା। କଂଗ୍ରେସ ବିଧାୟକ ଗୟାସୁଦ୍ଦିନ ଶେଖ ମଧ୍ୟ ଏଥର ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ବିଜେପିର କୌଶିକ ଜୈନ ହରାଇ ଦେଇଛନ୍ତି। ଆମ ଆଦମୀ ପାର୍ଟି (ଆପ୍‌) ଏହି ମୁସଲିମ ବହୁଳ ୧୭ଟି ଆସନରୁ ୧୬ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲା।

ହେଲେ ଗୋଟିଏ ଆସନରେ ଦଳ ଜିତିପାରିନି। କିନ୍ତୁ ୧୦ ବର୍ଷ ତଳେ ଗଠନ ହୋଇଥିବା ଆପ୍‌ ଓ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ ମିଳିତ ଭାବେ କଂଗ୍ରେସର ପାରମ୍ପରିକ ଭୋଟ ବିଭାଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଏଆଇଏମଆଇଏମ ୨ ଅଣ ମୁସଲିମଙ୍କ ସମେତ ପ୍ରାର୍ଥୀ କରିଥିବା ୧୩ ଜଣ କଂଗ୍ରେସର ଭୋଟ ଭାଗ ଉପରେ ପ୍ରଭାବିତ କରିଛନ୍ତି। ବିଶେଷ କରି ଜମଲପୁର-ଖାଡିଅ ଓ ବଡ଼ଗାମ ଭଳି ମୁସଲିମ ବହୁଳ ଆସନରେ କଂଗ୍ରେସ ଭୋଟ ହ୍ରାସ ପାଇଛି।

କଂଗ୍ରେସର ଇମରାନ ଖେଡାୱାଲା ଆଶ୍ଚର୍ଯ୍ୟଜନକ ଭାବେ ଜମଲପୁର-ଖାଡିଆରେ ହାରି ଯାଇଛନ୍ତି। ଜିଗ୍ନେଶ ମେୱାନୀ ବଡ଼ଗାମରେ ପଛରେ ରହିଛନ୍ତି। ତେଣୁ ଆପ୍‌ ଓ ଏଆଇଏମଆଇଏମ ମୁସଲିମ ବହୁଳ ଅଞ୍ଚଳରେ ପ୍ରାର୍ଥୀ ଦେବାରୁ ଭୋଟ ବିଭାଜନ ହୋଇଥିଲା। ଫଳରେ ବିଜେପି ଏଥିରୁ ଫାଇଦା ନେଇ ବାଜି ମାରିଛି। କେବଳ ମୁସଲିମ ବହୁଳ ଅଞ୍ଚଳ ନୁହେଁ, ଏକାଧିକ ସ୍ଥାନରେ ବିଜେପି ବିରୋଧୀ ଭୋଟ ଭାଗ ହୋଇ ଯାଇଛି। ଆପ୍‌ ସବୁ ସ୍ଥାନରେ ପ୍ରାର୍ଥୀ ଦେବାରୁ ଭୋଟ ବିଭାଜନ ହୋଇଥିଲା। ଏହାର ଫାଇଦା ବିଜେପି ଉଠାଇ ରେକର୍ଡ ବିଜୟ ହାସଲ କରିବାକୁ ଯାଉଛି।

Related story