ବାୟୁସେନା କ୍ୟାଡେଟଙ୍କ ମୃତଦେହ ଉଦ୍ଧାର, ୬ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

ବେଙ୍ଗାଲୁରୁ: କଲେଜ କ୍ୟାମ୍ପରୁ ମିଳିଛି ଜଣେ ଏୟାର ଫୋର୍ସ କ୍ୟାଡେଟ ଟ୍ରେନିଙ୍କ ଝୁଲନ୍ତା ମୃତଦେହ। ଶନିବାର କର୍ଣ୍ଣାଟକାର ଜାଲାହାଲ୍ଲିରେ ଥିବା ଏୟାରଫୋର୍ସ ଟେକ୍ନିକାଲ କଲେଜ(ଏଏଫଟିସି)ରୁ ଏହି ୨୭ ବର୍ଷୀୟ ଯୁବ କ୍ୟାଡେଟଙ୍କ ମୃତଦେହ ମିଳିଥିଲା। ଆଜି ଏହି ଘଟଣାରେ ବାୟୁସେନାର ୬ ଅଧିକାରୀଙ୍କ ବିରୋଧରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଛି। କ୍ୟାଡେଟ ଟ୍ରେନି ଜଣଙ୍କ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହା ପଛରେ ୬ ଅଧିକାରୀଙ୍କ ହାତ ଥିବା କୁହାଯାଉଛି। ପୀଡ଼ିତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

campus

  • Published: Sunday, 25 September 2022
  • , Updated: 25 September 2022, 11:52 AM IST

ବେଙ୍ଗାଲୁରୁ: କଲେଜ କ୍ୟାମ୍ପରୁ ମିଳିଛି ଜଣେ ଏୟାର ଫୋର୍ସ କ୍ୟାଡେଟ ଟ୍ରେନିଙ୍କ ଝୁଲନ୍ତା ମୃତଦେହ। ଶନିବାର କର୍ଣ୍ଣାଟକାର ଜାଲାହାଲ୍ଲିରେ ଥିବା ଏୟାରଫୋର୍ସ ଟେକ୍ନିକାଲ କଲେଜ(ଏଏଫଟିସି)ରୁ ଏହି ୨୭ ବର୍ଷୀୟ ଯୁବ କ୍ୟାଡେଟଙ୍କ ମୃତଦେହ ମିଳିଥିଲା। ଆଜି ଏହି ଘଟଣାରେ ବାୟୁସେନାର ୬ ଅଧିକାରୀଙ୍କ ବିରୋଧରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଛି।

କ୍ୟାଡେଟ ଟ୍ରେନି ଜଣଙ୍କ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହା ପଛରେ ୬ ଅଧିକାରୀଙ୍କ ହାତ ଥିବା କୁହାଯାଉଛି। ପୀଡ଼ିତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ସେ ଆତ୍ମହତ୍ୟା କରିଛନ୍ତି।

୨୭ ବର୍ଷୀୟ ଅଙ୍କିତ କୁମାର ଝାଙ୍କ ମୃତଦେହ ନିକଟରୁ ଗୋଟିଏ ସୁଇସାଇଡ ନୋଟ ଜବତ କରାଯାଇଥିଲା। ସେ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ସୁଇସାଇଟ ନୋଟରେ ଏୟାର କମାଣ୍ଡର, ୱିଙ୍ଗ କମାଣ୍ଡର ଓ ଗ୍ରୁପ କ୍ୟାପ୍ଟେନ ରାଙ୍କର ଅଧିକାରୀଙ୍କ ନାଁ ଉଲ୍ଲେଖ କରିଛନ୍ତି। କଲେଜ କ୍ୟାମ୍ପସରେ ଅଙ୍କିତ ନିୟମିତ ମାନସିକ ଓ ଶାରିରୀକ ନିର୍ଯାତନା ପାଉଥିବା ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ଏବେ ସେ ଜୀବନ ହାରିଥିବାରୁ ପରିବାର ଲୋକ ସବୁ କଥା ପୁଲିସ ଆଗରେ ଅଭିଯୋଗ କରିଛନ୍ତି।

ଘଟଣାର ତଦନ୍ତ କରୁଥିବା ବରିଷ୍ଠ ପୁଲିସ ଅଧିକାରୀ ବିନାୟକ ପାଟିଲ କହିଛନ୍ତି, “ଅଭିଯୁକ୍ତମାନେ ଫେରାର ହୋଇନାହାନ୍ତି। ଘଟଣା ସମ୍ପର୍କରେ ଅଙ୍କିତଙ୍କ ଭାଇ ଏଫଆଇଆର କରିଛନ୍ତି। ପରିବାର ଲୋକ କରିଥିବା ଅଭିଯୋଗର ତଦନ୍ତ କରାଯାଉଛି ଓ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଉଛି। ଏଥିସହ ସୁଇସାଇଡ ନୋଟର ଫରେନ୍ସିକ ଯାଞ୍ଚ ମଧ୍ୟ ହେବ।

ଅଙ୍କିତଙ୍କ ବିରୋଧରେ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିଲା ଓ ସେହିଦିନ ତାଙ୍କୁ ଟ୍ରେନିଂ ତାଲିକାର ବାଦ ଦିଆଯାଇଥିଲା। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପରେ ସେ ମର୍ମାହତ ହୋଇଥିଲେ। ଏହାପରେ ଅଙ୍କିତଙ୍କ ମୃତଦେହ କ୍ୟାମ୍ପସ ମଧ୍ୟରେ ଥିବା ତାଙ୍କ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ‌ଥିଲା। ପୁଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ତଦନ୍ତ କରୁଛି।”

Related story