ଦୁଷ୍କର୍ମ କରିଥିବା ବ୍ୟକ୍ତିକୁ ଘରେ ଚାବି ପକାଇଲେ ଏୟାରହୋଷ୍ଟେସ, ୧୧୨କୁ ଫୋନ କଲେ

ନୂଆଦିଲ୍ଲୀ: ଦୁଷ୍କର୍ମ ପରେ ମଧ୍ୟ ନ ଡରି ଓ ନିଜ ଉପସ୍ଥିତ ବୁଦ୍ଧି ଖଟାଇଛନ୍ତି ଜଣେ ଏୟାରହୋଷ୍ଟେସ। ଜଣେ ବ୍ୟକ୍ତି ଏୟାରହୋଷ୍ଟେସଙ୍କୁ ଘର ଭିତରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମର ଶିକାର ହେବା ସତ୍ତ୍ୱେ ପୀଡ଼ିତା ଜଣଙ୍କ ଅଭିଯୁକ୍ତ ବ୍ୟକ୍ତିକୁ ଘରେ ପୂରାଇ ଚାବି ପକାଇ ଦେଇଥିଲେ। ଏହାପରେ ପୁଲିସ୍‌କୁ ଡାକି ତାକୁ ଗିରଫ କରାଇଥିଲେ। ଅଭିଯୁକ୍ତକୂ ପୀଡ଼ିତା ଜଣଙ୍କ ପୂର୍ବରୁ ଜାଣିଥିଲେ। ଦକ୍ଷିଣ ଦିଲ୍ଲୀର ମେହରୌଲି ଅଞ୍ଚଳରେ ଏପରି ଗୋଟିଏ ଘଟଣା ଘଟିଛି। ଅଭିଯୁକ୍ତ ହରଜୀତ ଯାଦବର ଘର […]

stop-Rape

  • Published: Tuesday, 27 September 2022
  • , Updated: 27 September 2022, 03:41 PM IST

ନୂଆଦିଲ୍ଲୀ: ଦୁଷ୍କର୍ମ ପରେ ମଧ୍ୟ ନ ଡରି ଓ ନିଜ ଉପସ୍ଥିତ ବୁଦ୍ଧି ଖଟାଇଛନ୍ତି ଜଣେ ଏୟାରହୋଷ୍ଟେସ। ଜଣେ ବ୍ୟକ୍ତି ଏୟାରହୋଷ୍ଟେସଙ୍କୁ ଘର ଭିତରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମର ଶିକାର ହେବା ସତ୍ତ୍ୱେ ପୀଡ଼ିତା ଜଣଙ୍କ ଅଭିଯୁକ୍ତ ବ୍ୟକ୍ତିକୁ ଘରେ ପୂରାଇ ଚାବି ପକାଇ ଦେଇଥିଲେ। ଏହାପରେ ପୁଲିସ୍‌କୁ ଡାକି ତାକୁ ଗିରଫ କରାଇଥିଲେ। ଅଭିଯୁକ୍ତକୂ ପୀଡ଼ିତା ଜଣଙ୍କ ପୂର୍ବରୁ ଜାଣିଥିଲେ। ଦକ୍ଷିଣ ଦିଲ୍ଲୀର ମେହରୌଲି ଅଞ୍ଚଳରେ ଏପରି ଗୋଟିଏ ଘଟଣା ଘଟିଛି।

ଅଭିଯୁକ୍ତ ହରଜୀତ ଯାଦବର ଘର ଖାନପୁର ଅଞ୍ଚଳରେ। ସେ ଗୋଟିଏ ରାଜନୀତିକ ଦଳର ବ୍ଲକ ସଭାପତି ଭାବେ କାମ କରୁଥିଲା। ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ତାକୁ ଗିରଫ କରିଛି। ଡେପୁଟି କମିଶନର ଅଫ ପୁଲିସ୍‌(ଦକ୍ଷିଣ) ଚନ୍ଦନ ଚୌଧୁରୀ କହିଛନ୍ତି, ରବିବାର ମେହରୌଲି ପୁଲିସ୍‌ ଷ୍ଟେସନକୁ ଦୁଷ୍କର୍ମ ସହ ଜଡ଼ିତ ଘଟଣା ସମ୍ପର୍କରେ ଗୋଟିଏ ପିସିଆର କଲ୍‌ ଆସିଥିଲା।

ଖବର ପାଇ ତୁରନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ପୀଡ଼ିତା ଜଣଙ୍କ କହିଥିଲେ ଯେ ଅଭିଯୁକ୍ତ ହରଜୀତ ଯାଦବକୁ ସେ ଦେଢ଼ ମାସ ହେଲା ଜାଣିଥିଲେ। ରବିବାର ସେ ହଠାତ୍‌ ନିଶାସକ୍ତ ଅବସ୍ଥାରେ ଏୟାରହୋଷ୍ଟେସଙ୍କ ପାଖରେ ପହଞ୍ଚିଥିଲେ। ଏହି ନିଶାସକ୍ତ ଅବସ୍ଥାରେ ହିଁ ହରଜୀତ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।

୩୦ ବର୍ଷୀୟ ମହିଳା ଜଣଙ୍କ ସହ ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ସେ ନିଜର ଦମ୍ଭ ଦେଖାଇଛନ୍ତି। ଅଭିଯୁକ୍ତ ଠାରୁ ସେ କଳବଳେ ଖସିବା ପରେ ତା’କୁ ରୁମ ଭିତରେ ଲକ କରି ଦେଇଥିଲେ। ଫଳରେ ପୁଲିସ ହରଜୀତକୁ ଘଟଣାସ୍ଥଳୁ ଗିରଫ କରିଛି ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି।

ପୁଲିସ୍‌ ଅଭିଯୁକ୍ତ ନାଁରେ ୩୭୬, ୩୨୩, ୫୦୯ ଓ ୩୭୭ ଦଫାରେ ମାମଲା ରୁଜୁ କରିଛି। ଗିରଫ ପରେ ହରଜୀତକୁ କୋର୍ଟରେ ହାଜର କରାଯାଇଥିଲେ। କୋର୍ଟ ତା’କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Related story