Advertisment

ଶାହ, କେଜ୍ରିୱାଲ୍ ଓ ‘ସ୍ୱପ୍ନ ଯୁଦ୍ଧ’

ଅହମଦାବାଦ: ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବା ପରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଆତ୍ମବିଶ୍ୱାସ ବଢ଼ିଯାଇଛି। ଦଳ ଏବେ ନଜର ପକାଇଛି ଗୁଜରାଟ ଉପରେ। ଚଳିତ ବର୍ଷ ଡିସେମ୍ବର ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ଥିବା ବେଳେ ଏଥର ବିଜେପିକୁ ଏଠାରେ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି ଆପ୍‌। ଆଉ ଏଥିପାଇଁ ଅଣ୍ଟା ଭିଡିଛନ୍ତି ନିଜେ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ସେ ଗୁଜରାଟରେ ଏକ ପ୍ରକାର […]

ଶାହ, କେଜ୍ରିୱାଲ୍ ଓ ‘ସ୍ୱପ୍ନ ଯୁଦ୍ଧ’

Shah and Kejriwal

Advertisment

ଅହମଦାବାଦ: ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବା ପରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଆତ୍ମବିଶ୍ୱାସ ବଢ଼ିଯାଇଛି। ଦଳ ଏବେ ନଜର ପକାଇଛି ଗୁଜରାଟ ଉପରେ। ଚଳିତ ବର୍ଷ ଡିସେମ୍ବର ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ଥିବା ବେଳେ ଏଥର ବିଜେପିକୁ ଏଠାରେ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି ଆପ୍‌। ଆଉ ଏଥିପାଇଁ ଅଣ୍ଟା ଭିଡିଛନ୍ତି ନିଜେ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ସେ ଗୁଜରାଟରେ ଏକ ପ୍ରକାର ପ୍ରଚାର ଆରମ୍ଭ କରିସାରିଥିବା ବେଳେ ତାଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

ଆଜି ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସ ମାମଧ୍ୟରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ କିଛି ପ୍ରକଳ୍ପକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ଶାହ କହିଥିଲେ, ଯେଉଁମାନେ ସ୍ୱପ୍ନର ବ୍ୟବସାୟ କରୁଛନ୍ତି, ସେମାନେ ଗୁଜରାଟରେ କେବେ ସଫଳ ହୋଇପାରିବେ ନାହିଁ। ମୁଁ ଗୁଜରାଟବାସୀଙ୍କୁ ଭଲ ଭାବେ ଚିହ୍ନିଛି। ଯେଉଁମାନେ କାମ କରନ୍ତି କେବଳ ସେମାନଙ୍କୁ ଗୁଜରାଟବାସୀ ସ୍ୱୀକୃତି ଦିଅନ୍ତି। ଯିଏ ବାସ୍ତବରେ କାମ କରୁଛି, ସିଏ ହେଉଛି ବିଜେପି। ବିଜେପି ପୁଣି ଗୁଜରାଟରେ କ୍ଷମତାକୁ ଫେରିବ। ଦଳ ବଡ଼ ବିଜୟ ହାସଲ କରି ପୁଣି ସରକାର ଗଠନ କରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ହଁ, ସେ (ଅମିତ ଶାହ) ଠିକ୍ କହିଛନ୍ତି। ଯେଉଁମାନେ ବିଦେଶରୁ କଳାଧନ ଫେରାଇ ଆଣି ଦେଶର ପ୍ରତ୍ୟେକ ନାଗରିକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରି ଦେବାକୁ କହିଥିଲେ, ସେମାନଙ୍କୁ କଦାପି ବିଶ୍ୱାସ କରିବା ଉଚିତ୍ ନୁହେଁ।

Advertisment

କେଜ୍ରିୱାଲ କହିଛନ୍ତି, ଯେଉଁମାନେ ମିଛ ସ୍ୱପ୍ନ ଦେଖାନ୍ତି, ଲୋକେ ସେମାନଙ୍କ କଥାରେ ଭାସିଯିବା ଉଚିତ୍ ନୁହେଁ। ଯେଉଁମାନେ ଦିଲ୍ଲୀ ଓ ପଞ୍ଜାବରେ ବିଦ୍ୟୁତ୍ ବ୍ୟବହାରକୁ ଦେୟମୁକ୍ତ କରି ଦେଇଛନ୍ତି, କେବଳ ସେମାନଙ୍କୁ ଲୋକେ ବିଶ୍ୱାସ କରିବା ଉଚିତ୍। ସେମାନେ (ଆପ୍) ଗୁଜରାଟରେ ମଧ୍ୟ ବିଦ୍ୟୁତ୍‌ ବ୍ୟବହାରକୁ ଦେୟମୁକ୍ତ କରିଦେବେ।

ସେ କହିଛନ୍ତି, ବିଜେପି ନିଜେ ସ୍ୱପ୍ନ ଦେଖୁଛି ଓ ଲୋକଙ୍କୁ ସ୍ୱପ୍ନ ଦେଖାଉଛି। ମୁଁ ଆଶ୍ଚର୍ଯ୍ୟ ଅମିତ ଶାହ କେମିତି ନିଜ ଦଳ ବିରୋଧରେ ଯାଇ ବୟାନବାଜି କରୁଛନ୍ତି। ସେ କହିଛନ୍ତି ସ୍ୱପ୍ନର ସୌଦାଗରମାନଙ୍କୁ ବିଶ୍ୱାସ କର ନାହିଁ।

ସୂଚନାଯୋଗ୍ୟ, ୨୦୧୭ରେ ମଧ୍ୟ ଗୁଜରାଟରେ ଆପ୍ ତା’ର ଭାଗ୍ୟ ପରୀକ୍ଷା କରିଥିଲା। କିନ୍ତୁ ଦଳର ପ୍ରାର୍ଥୀମାନେ ଦୟନୀୟ ଭାବେ ହାରିଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe