ଆଜନ ପାଇଁ ଅଟକିଲେ ଅମିତ ଶାହ

ଜମ୍ମୁ: ଆଜନ ପାଇଁ ଅଟକିଲେ ଅମିତ ଶାହ। କଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାରମୁଲ୍ଲାରେ ଗତକାଲି ଭାଷଣ ଦେଉଥିବା ବେଳେ ମସଜିଦ୍‌ରେ ଆଜନ ସ୍ୱର ଆସିବା ପରେ ଶାହ ନିଜ ଭାଷଣକୁ ଅଟକାଇ ଦେଇଥିଲେ। ଯେତେବେଳେ ଶାହ ଭାଷଣ ଦେଉଥିଲେ ସ୍ଥାନୀୟ ଏକ ମସଜିଦରୁ ଆଜନ ସ୍ୱର ଶୁଣାଯାଇଥିଲା। ଶାହ କିଞ୍ଚିତ୍ ଦ୍ୱନ୍ଦ୍ୱରେ ପଚାରିଥିଲେ କିଛି ଗୋଟେ ଚାଲୁଛି। ଏହା ପରେ ସେ ସ୍ଥାନୀୟ ମସଜିଦ୍‌ରେ ଆଜନ ପ୍ରାର୍ଥନା କରାଯାଉଥିବା ସ୍ପଷ୍ଟ ହେବା […]

amit saha (1)

  • Published: Thursday, 06 October 2022
  • , Updated: 06 October 2022, 07:59 AM IST

ଜମ୍ମୁ: ଆଜନ ପାଇଁ ଅଟକିଲେ ଅମିତ ଶାହ। କଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାରମୁଲ୍ଲାରେ ଗତକାଲି ଭାଷଣ ଦେଉଥିବା ବେଳେ ମସଜିଦ୍‌ରେ ଆଜନ ସ୍ୱର ଆସିବା ପରେ ଶାହ ନିଜ ଭାଷଣକୁ ଅଟକାଇ ଦେଇଥିଲେ। ଯେତେବେଳେ ଶାହ ଭାଷଣ ଦେଉଥିଲେ ସ୍ଥାନୀୟ ଏକ ମସଜିଦରୁ ଆଜନ ସ୍ୱର ଶୁଣାଯାଇଥିଲା। ଶାହ କିଞ୍ଚିତ୍ ଦ୍ୱନ୍ଦ୍ୱରେ ପଚାରିଥିଲେ କିଛି ଗୋଟେ ଚାଲୁଛି। ଏହା ପରେ ସେ ସ୍ଥାନୀୟ ମସଜିଦ୍‌ରେ ଆଜନ ପ୍ରାର୍ଥନା କରାଯାଉଥିବା ସ୍ପଷ୍ଟ ହେବା ପରେ  କିଛି କ୍ଷଣପାଇଁ ସେ ନିରବ ରହିଥିଲେ।  ଆଜନ ସରିବା ପରେ ଶାହ ପୁଣି ଥରେ ନିଜର ଭାଷଣ ଆରମ୍ଭ କରିଥିଲେ।

ଜମ୍ମୁ କଶ୍ମୀରକୁ ୩ଦିନିଆ ଗସ୍ତରେ ଥିବା ଶାହ କହିଛନ୍ତି ଯେ, ପୂର୍ବରୁ ଜମ୍ମୁ-କଶ୍ମୀର ଆତଙ୍କବାଦୀଙ୍କ ହଟସ୍ପଟ୍ ଥିଲା। ଆଜି ଏହା ପର୍ଯ୍ୟଟକଙ୍କ ହଟସ୍ପଟ୍ ପାଲଟିଛି। ପୂର୍ବରୁ ପ୍ରତିବର୍ଷ ୬ଲକ୍ଷ ପର୍ଯ୍ୟଟକ ଏଠାକୁ ଆସୁଥିଲେ। ଏବେ ଅକ୍ଟୋବର ପର୍ଯ୍ୟନ୍ତ ୨୨ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିଛନ୍ତି। ଏହା ଅନେକ ଯୁବକଙ୍କୁ ରୋଜଗାର ଦେଇଛି। ଗତ ୭୦ବର୍ଷ ଧରି ମୁଫତି ଆଣ୍ଡ କମ୍ପାନି ଓ ଅବଦୁଲ୍ଲାଙ୍କ ପୁଅ ଏଠାରେ କ୍ଷମତାରେ ଥିଲେ। କ୍ଷମତାରେ ଥାଇ ବି ୧ ଲକ୍ଷ ଭୂମିହୀନଙ୍କ ପାଇଁ ସେମାନେ ଘର ଯୋଗାଇ ପାରିନଥିଲେ।

୨୦୧୪-୨୨ ମଧ୍ୟରେ ମୋଦି ସେହି ୧ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦେଇଛନ୍ତି। ଅମିତ ଶାହା ଆହୁରି କହିଛନ୍ତି ଯେ, ଯେଉଁମାନେ ୭୦ବର୍ଷ ଧରି ଏଠାରେ ଶାସନ କରିଥିଲେ ସେମାନେ ମୋତେ ପାକିସ୍ତାନ ସହ କଥା ହେବାକୁ ପରାମର୍ଶ ଦେଉଥିଲେ। ହେଲେ ମୁଁ ସେମାନଙ୍କୁ ସ୍ପଷ୍ଟ କହିଥିଲି ଯେ, ମୁଁ ପାକିସ୍ତାନ ସହ କଥା ହେବାକୁ ଚାହେଁ ନାହିଁ। ମୁଁ ବାରାମୁଲାର ଯୁବକଯୁବତୀମାନଙ୍କ ସହ କଥା ହେବାକୁ ଚାହେଁ। ଆଜି ଦେଶର ସମସ୍ତ ରାଜ୍ୟ ଆଗକୁ ବଢ଼ୁଛନ୍ତି, କଶ୍ମୀରକୁ ମଧ୍ୟ ଦେଶ ସହ ଚାଲିବାକୁ ପଡିବ। ଆମେ ପାକିସ୍ତାନ ସହ କାହିଁକି ଆଲୋଚନା କରିବୁ।  ତାଙ୍କ ସହ କଶ୍ମୀନ କାଳେ ଆଲୋଚନା କରିବୁ ନାହିଁ।  ଆମେ ଦେଶରେ ଜମ୍ମୁ-କଶ୍ମୀରକୁ ସବୁଠାରୁ ଶାନ୍ତିର ସହର ଭାବେ ଗଢ଼ିବାକୁ ଚାହୁଁଛୁ ବୋଲି ଶାହ କହିଛନ୍ତି।

Related story