ଜଣେ ସିରିଏଲ କିଲର ବୁଲି ବୁଲି ସବୁ ସରକାରଙ୍କୁ ହତ୍ୟା କରୁଛି: କେଜ୍ରିୱାଲ 

ନୂଆଦିଲ୍ଲୀ: ସହରରେ ଜଣେ ସିରିଏଲ କିଲର ବୁଲୁଛି। ଆଉ ସିଏ ସବୁ ସରକାରଙ୍କୁ ହତ୍ୟା କରୁଛି। ଏହା କହିଛନ୍ତି ଆପ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ସିଧାସଳଖ ବିଜେପିରେ ନାଁ ନେଇ ଏଭଳି ନିଶାନା କରିଛନ୍ତି । କେଜ୍ରିୱାଲ କହିଛନ୍ତି, ଅନେକ ସରକାରଙ୍କୁ ଧ୍ୱଂସ କରି ସାରିଲାଣି ବିଜେପି । ଏବେ ସେମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି।  ସେ ଆହୁରୀ କହିଛନ୍ତି, ଏବେ ଆମ ଦେଶର ସରକାରରେ ଜଣେ ସିରିଏଲ କିଲର ବୁଲୁଛି। […]

kejriwal

  • Published: Friday, 26 August 2022
  • , Updated: 26 August 2022, 08:18 PM IST

ନୂଆଦିଲ୍ଲୀ: ସହରରେ ଜଣେ ସିରିଏଲ କିଲର ବୁଲୁଛି। ଆଉ ସିଏ ସବୁ ସରକାରଙ୍କୁ ହତ୍ୟା କରୁଛି। ଏହା କହିଛନ୍ତି ଆପ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ସିଧାସଳଖ ବିଜେପିରେ ନାଁ ନେଇ ଏଭଳି ନିଶାନା କରିଛନ୍ତି ।

କେଜ୍ରିୱାଲ କହିଛନ୍ତି, ଅନେକ ସରକାରଙ୍କୁ ଧ୍ୱଂସ କରି ସାରିଲାଣି ବିଜେପି । ଏବେ ସେମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି। 

ସେ ଆହୁରୀ କହିଛନ୍ତି, ଏବେ ଆମ ଦେଶର ସରକାରରେ ଜଣେ ସିରିଏଲ କିଲର ବୁଲୁଛି। ଅପରାଧର ତରିକା ମଧ୍ୟ ସମାନ। ଯାହା ବିଜେପି ଆପଣେଇଛି। ଦିଲ୍ଲୀ ବିଧାନସଭାରେ ଆଜି ଉଦବୋଧନ ଦେଉଥିବା ବେଳେ ଏହା କହିଛନ୍ତି କେଜ୍ରିୱାଲ। ବିଗତ ଦିନ ମାନଙ୍କରେ ବିଜେପି ୨୭୭ ଜଣ ବିଧାୟକଙ୍କୁ କିଣି ସାରିଲାଣି ବୋଲି କେଜ୍ରିୱାଲ କହିଛନ୍ତି। ବିଜେପିର ଅପରେଶନ ଲୋଟସ ଚର୍ଚ୍ଚାକୁ ଆସିବା ପରେ ଆପ୍ ପକ୍ଷରୁ ଆଜି ଦିଲ୍ଲୀ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା।

ଆପ୍ ଅଭିଯୋଗ କରିଛି ଯେ, ବିଜେପି ୪୦ ଜଣ ବିଧାୟକଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରିଥିଲା।  ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଭାଙ୍ଗି ଦେବାକୁ ଉଦ୍ୟମ କରିଥିଲା ବିଜେପି। ଦଳ ପରିବର୍ତ୍ତନ ପାଇଁ ବିଧାୟକ ପିଛା ୨୦ କୋଟି ଟଙ୍କା ଯାଚି ଥିଲା ବିଜେପି । ଏହି କିଣାବିକା ପାଇଁ ବିଜେପି ପାଖକୁ ଏତେ ପରିମାଣରେ ଟଙ୍କା କେଉଁଠୁ ଆସୁଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, କରଦାତାଙ୍କ ଅର୍ଥ ୨ଟି କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି। ପ୍ରଥମେ ଜିଏସଟିରୁ ଆସୁଥିବା ଅର୍ଥ ବିଧାୟକ କିଣାବିକାରେ ଖର୍ଚ୍ଚ କରାଯାଉଛି। ସେହିପରି ବାକି ଅର୍ଥରେ ମୋଦି ସରକାରଙ୍କ ବନ୍ଧୁମାନଙ୍କ ଋଣ ଛାଡ଼ କରି ଭରଣା କରାଯାଉଛି।

Related story