Advertisment

ମା’ ହେବ ‘ଆଶା’

ଭୋପାଲ: ମା’ ହେବ ‘ଆଶା’। ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ମଧ୍ୟରୁ ଅନ୍ୟତମ ଚିତା ‘ଆଶା’ ଏବେ ଗର୍ଭବତୀ ଥିବା ସୂଚନା ମିଳିଛି। ଯାହାକୁ ନେଇ ଚିତା ବଂଶବିସ୍ତାର ଉଦ୍ୟମ କରୁଥିବା ଟିମ୍‌ ଭିତରେ ଖୁସିର ମାହୋଲ ଭରି ଯାଇଛି। ପ୍ରକଳ୍ପ ସଫଳ ହେବା ନେଇ ସମସ୍ତେ ଆଶାବାଦୀ ହୋଇପଡ଼ିଛନ୍ତି। ଏହି ଚିତା ‘ଆଶା’ ଭିତରେ ମା’ ହେଉଥିବାର ସମସ୍ତ ଲକ୍ଷଣ ଦେଖାଯାଇଛି। ତେଣୁ ପ୍ରକଳ୍ପର ଦେଖାରଖା କରୁଥିବା ସିସିଏଫ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ Laurie Marker […]

author-image
Niranjan Mishra
ଅଦ୍ୟତନ ହୋଇଛି
ମା’ ହେବ ‘ଆଶା’

aash

ଭୋପାଲ: ମା’ ହେବ ‘ଆଶା’। ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ମଧ୍ୟରୁ ଅନ୍ୟତମ ଚିତା ‘ଆଶା’ ଏବେ ଗର୍ଭବତୀ ଥିବା ସୂଚନା ମିଳିଛି। ଯାହାକୁ ନେଇ ଚିତା ବଂଶବିସ୍ତାର ଉଦ୍ୟମ କରୁଥିବା ଟିମ୍‌ ଭିତରେ ଖୁସିର ମାହୋଲ ଭରି ଯାଇଛି। ପ୍ରକଳ୍ପ ସଫଳ ହେବା ନେଇ ସମସ୍ତେ ଆଶାବାଦୀ ହୋଇପଡ଼ିଛନ୍ତି।

Advertisment

ଏହି ଚିତା ‘ଆଶା’ ଭିତରେ ମା’ ହେଉଥିବାର ସମସ୍ତ ଲକ୍ଷଣ ଦେଖାଯାଇଛି। ତେଣୁ ପ୍ରକଳ୍ପର ଦେଖାରଖା କରୁଥିବା ସିସିଏଫ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ Laurie Marker କହିଛନ୍ତି, ଆଶା ଯଦି ଗର୍ଭବତୀ ଅଛି, ତେବେ ସେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛି। ତେଣୁ କେହି ଯେପରି ତାର ଶାନ୍ତି ଭଙ୍ଗ ନ କରିବ ସେଥିବାନିମନ୍ତ ଧ୍ୟାନ ଦିଆଯିବ। ଏଥିସହ ଖାଦ୍ୟପେୟର ବିଶେଷ ଦେଖାରଖା କରାଯିବ। ବ୍ୟବହାରିକ ଓ ଶାରୀରିକ ଲକ୍ଷଣରୁ ଆଶା ମା’ ହେବ ବୋଲି ଜଣାପଡ଼ୁଥିଲେ ହେଁ ଚଳିତ ମାସ ଶେଷ ସୁଦ୍ଧା ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପ୍ରକଳ୍ପ ଅଧିକାରୀମାନେ ପ୍ରକାଶ କରିଛନ୍ତି।

ସୂଚନା ଥାଉକି, କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାମାନଙ୍କୁ ଛାଡ଼ିଥିଲେ। ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦି ଏହାକୁ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ। ନାମିବ୍ୟାରୁ ଏହି ଚିତାଗୁଡ଼ିକ ଅଣାଯାଇଛି।

Advertisment

ଏଠାରୁ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତା ବାଘ ଭାରତ ଅଣାଯାଇଛି। ଚିତା ଗୁଡ଼ିକର ଗତିପଥକୁ ଅନୁଧ୍ୟାନ କରିବାକୁ ସେମାନଙ୍କ ଶରୀରରେ ରେଡିଓ କଲାର୍ସ ଲଗାଯାଇଛି। ଏହାବାଦ ୨୪ ଘଣ୍ଟା ପ୍ରତିଟି ଚିତା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ୧୯୫୨ ମସିହା ପରଠୁ ଦେଶରୁ ଚିତା ବିଲୁପ୍ତ ହେବା ନେଇ ସରକାର ଘୋଷଣା କରିଥିଲେ।