ଦୋଷୀଙ୍କୁ ମୁକ୍ତ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ । ୨୦୦୨ ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ ଦଣ୍ଡ କୋହଳ ତଥା ସେମାନଙ୍କୁ ମୁକ୍ତି ମିଳିବା ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାଳୟୟରେ ଦ୍ୱାରସ୍ଥ ହୋଇଛନ୍ତି ବିଲକିସ୍ ବାନୋ। ୨୦୦୨ ଗୁଜରାଟ ଦଙ୍ଗା ସମୟରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିଥିବା ୧୧ଜଣ ଦୋଷୀଙ୍କୁ ସଜା ସମୟ ଅବ୍ୟବହିତ ପୂର୍ବରୁ ମୁକ୍ତି ମିଳିବା ଆଦେଶକୁ ଚାଲେଞ୍ଜ୍‌ କରି ଆଜି ନିଜେ ବିଲ୍‌କିସ୍‌ ବାନୋ ସୁପ୍ରିମ୍‌ କୋର୍ଟରେ […]

bano

  • Published: Wednesday, 30 November 2022
  • , Updated: 30 November 2022, 03:44 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ । ୨୦୦୨ ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ ଦଣ୍ଡ କୋହଳ ତଥା ସେମାନଙ୍କୁ ମୁକ୍ତି ମିଳିବା ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାଳୟୟରେ ଦ୍ୱାରସ୍ଥ ହୋଇଛନ୍ତି ବିଲକିସ୍ ବାନୋ। ୨୦୦୨ ଗୁଜରାଟ ଦଙ୍ଗା ସମୟରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିଥିବା ୧୧ଜଣ ଦୋଷୀଙ୍କୁ ସଜା ସମୟ ଅବ୍ୟବହିତ ପୂର୍ବରୁ ମୁକ୍ତି ମିଳିବା ଆଦେଶକୁ ଚାଲେଞ୍ଜ୍‌ କରି ଆଜି ନିଜେ ବିଲ୍‌କିସ୍‌ ବାନୋ ସୁପ୍ରିମ୍‌ କୋର୍ଟରେ ରିଟ୍‌ ପିଟିସନ୍‌ ଦାଏର କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଆଡ୍ରେସ୍‌ କରି ଏହି ଆବେଦନ କରାଯାଇଛି।  ତେବେ ଉଭୟପକ୍ଷଙ୍କ ଆବେଦନ ଶୁଣିବା ସେ ପରୀକ୍ଷା କରିବେ ବୋଲି ଜଷ୍ଟିସ୍‌ ଚନ୍ଦ୍ରତୂଡ଼ କରିଛନ୍ତି।  ବିଲ୍‌କିସ୍‌ ବାନୋଙ୍କ ଓକିଲ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଆଗରେ ଘଟଣା କହିବା ପରେ ସେ କହିଛନ୍ତି, ଉକ୍ତ ପିଟିସନ୍‌ର ଶୁଣାଣି କରାଯିବ।

ଏହି ପିଟିସନ୍‌ରେ ବିଲ୍‌କିସ୍‌ ବାନୋ କହିଛନ୍ତି, ଦୋଷୀଙ୍କ ମୁକ୍ତି ବିଷୟରେ ଗୁଜରାଟ ନୁହେଁ ମହାରାଷ୍ଟ୍ର ନିଷ୍ପତ୍ତି ଗ୍ରହଣ କରିବା ଉଚିତ। ସୂଚନା ଅନୁଯାୟୀ, ୨୦୦୨ ମାର୍ଚ୍ଚ ୩ ତାରିଖରେ

ଘଟିଥିବା ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋ ସେତେବେଳେ ୩ ମାସର ଗର୍ଭବତୀ ଥିଲେ । ଗୁଜରାଟର ଲିମଖେଡା ଅଞ୍ଚଳରେ ମବ୍ ଲିଞ୍ଚିଂରେ ବିଲକିସ୍ ବାନୋଙ୍କ ୩ ବର୍ଷର ଝିଅ ସମେତ ୧୪ ଜଣଙ୍କୁ ହତ୍ୟା କରାଯାଇଥିଲା । କେବଳ ବାନୋଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ତାଙ୍କ ଆଖି ସାମ୍ନାରେ ହିଁ ହତ୍ୟା କରାଯାଇଥିଲା । ଦୁର୍ବୁତ୍ତମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଗୁରୁତର ଅବସ୍ଥାରେ ବାନୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଲକିସ୍ ବାନୋଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେବା ପରେ ମାମଲାକୁ ଗୁଜରାଟରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପରେ ଗତ ୨୦୦୮ ଜାନୁଆରୀ ୨୧ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।  ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଛି । ମାମଲାରେ ସୁପ୍ରିମକୋର୍ଟ ଗତ ୨୦୧୯ରେ ପୀଡିତା ବିଲକିସ୍‌ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିବା ଯୋଗୁଁ ବିଲକିସ୍‌ ବାନୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

Related story