ଗୁଜରାଟରେ ‘ମୋଦି ସୁନାମୀ’, ବିଜେପିର ରେକର୍ଡ ବିଜୟ

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝଡ଼। ମୋଦି ସୁନାମୀରେ ଛିନଛତ୍ର ବିରୋଧୀ। ବିଜେପିର ହୋଇଛି ଐତିହାସିକ ବିଜୟ। ସଫଳ ହେଲା ଅବ କୀ ବାର ୧୫୦ ପାର୍‌ ନାରା। ଫେଲ ମାରିଲା ବିରୋଧୀଙ୍କ ସବୁ ରଣନୀତି। ସମସ୍ତଙ୍କୁ ଚକିତ କରି ରାଜ୍ୟର ୧୮୨ ଆସନରୁ ବିଜେପି ଏକତରଫା ଭାବେ ୧୫୬ଟିରେ ବାଜିମାତ କରିଛି। ଏଥିସହ ଇତିହାସ ପୃଷ୍ଠାରେ ବିଜେପି ସବୁଦିନ ପାଇଁ ନିଜ ନାଁକୁ ଲିପିବଦ୍ଧ କରିଦେଇଛି। ଗୁଜରାଟରେ କ୍ରମାଗତ ୭ମ ଥର ପାଇଁ […]

modi

  • Published: Thursday, 08 December 2022
  • , Updated: 08 December 2022, 08:05 PM IST

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝଡ଼। ମୋଦି ସୁନାମୀରେ ଛିନଛତ୍ର ବିରୋଧୀ। ବିଜେପିର ହୋଇଛି ଐତିହାସିକ ବିଜୟ। ସଫଳ ହେଲା ଅବ କୀ ବାର ୧୫୦ ପାର୍‌ ନାରା। ଫେଲ ମାରିଲା ବିରୋଧୀଙ୍କ ସବୁ ରଣନୀତି। ସମସ୍ତଙ୍କୁ ଚକିତ କରି ରାଜ୍ୟର ୧୮୨ ଆସନରୁ ବିଜେପି ଏକତରଫା ଭାବେ ୧୫୬ଟିରେ ବାଜିମାତ କରିଛି। ଏଥିସହ ଇତିହାସ ପୃଷ୍ଠାରେ ବିଜେପି ସବୁଦିନ ପାଇଁ ନିଜ ନାଁକୁ ଲିପିବଦ୍ଧ କରିଦେଇଛି। ଗୁଜରାଟରେ କ୍ରମାଗତ ୭ମ ଥର ପାଇଁ ଦଳ ଶାସନ କରିବାକୁ ପାଇଛି ଜନାଦେଶ।

ବିରୋଧୀ କଂଗ୍ରେସ ମାତ୍ର ୧୭ଟି ଆସନ ପାଇଥିବା ବେଳେ ବଡ଼ବଡ଼ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଆକୃଷ୍ଠ କରିବାକୁ ଲକ୍ଷ୍ୟ ରଖିଥିବା ଆପ୍ କେବଳ ୫ ଆସନରେ ଅଟକିଛି। ଅନ୍ୟାନ୍ୟ ଦଳ ୪ଟି ଆସନ ଜିତିଛନ୍ତି।

୨୦୧୭ ତୁଳନାରେ ୨୦୨୨ରେ ବିଜେପି ଜିତିଛି ଅଧିକ ୫୭ଟି ଆସନ। କଂଗ୍ରେସର ଆସନ ସଂଖ୍ୟା ୬୧ଟି ହ୍ରାସ ପାଇଛି। ୨୦୨୨ରେ ବିଜେପି କେବଳ ଜିତି ନି ବରଂ ନିଜ ରେକର୍ଡକୁ ନିଜେ ଭାଙ୍ଗିଛି। ୨୦୦୨ ବିଧାନସଭା ନିର୍ବାଚନରେ ବିଜେପି ୧୨୭ଟି ଆସନ ଜିତିଥିଲା। ଏହା ବିଜେପିର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।

ନରେନ୍ଦ୍ର ମୋଦି ଏହି ରେକର୍ଡ କରିଥିଲେ। ଏହାପରେ ଦଳ କ୍ରମାଗତ ଭାବେ ଗୁଜରାଟ ବିଧାନସଭା ନିର୍ବାଚନରେ ଆସନ ହରାଇ ଚାଲିଥିଲା। କିନ୍ତୁ ସରକାର ବଜାୟୀ ରଖିଥିଲା। ଏବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମୟରେ ବିଜେପି ନିଜ ରେକର୍ଡକୁ ନିଜେ ଭାଙ୍ଗି ଇତିହାସ ରଚିଛି।

ବିଜେପି ଏଥର ଅବ କୀ ବାର ୧୫୦ ପାର୍‌ ନାରା ଦେଇ ନିର୍ବାଚନ ମୈଦାନାକୁ ଓହ୍ଲାଇଥିଲା। ଦଳର ପ୍ରଚାର ମଙ୍ଗ ସମ୍ଭାଳିଥିଲେ ଖୋଦ ପ୍ରଧାନମନ୍ତ୍ରୀ ମୋଦି। ୨୭ଟି ରାଲି ସହ ଘନଘନ ରୋଡ୍‌ ଶୋ’ କରି ମୋଦି ଗୁଜରାଟବାସୀଙ୍କୁ ଭୋଟ ମାଗିଥିଲେ। ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ବିଜେପି କ୍ଷମତାରେ ଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଦଳ ଉପରେ ପଡ଼ିବ ବୋଲି ବିରୋଧୀ ଆଶା କରିଥିଲେ।

କିନ୍ତୁ ମୋଦିଙ୍କ ପ୍ରଚାର ଆଗରେ ସେସବୁ ଫିକା ପଡ଼ି ଯାଇଛି। ବିଜେପି ଏଠାରେ କେବଳ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୯୨ ହାସଲ କରିନି ବରଂ ବିଜୟରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି।

୧୯୮୫ରେ କଂଗ୍ରେସ ମାଧବସିଂହ ସୋଲାଙ୍କିଙ୍କ ନେତୃତ୍ୱରେ ୧୪୯ଟି ବିଧାନସଭା ଆସନ ଜିତିଥିଲା। ଏହା ଗୁଜରାଟ ବିଧାନସଭା ନିର୍ବାଚନରେ ସର୍ବକାଳୀନ ରେକର୍ଡ ଥିଲା। ୧୯୮୫ ପରଠାରୁ କୌଣସି ରାଜନୀତିକ ଦଳ ୧୪୯ କିମ୍ବା ତା’ ଠାରୁ ଅଧିକ ଆସନ ଜିତି ପାରି ନଥିଲେ।

ନରେନ୍ଦ୍ର ମୋଦି ଦୀର୍ଘ ବର୍ଷ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ସୋଲାଙ୍କିଙ୍କ ରେକର୍ଡ ଭାଙ୍ଗି ପାରି ନଥିଲେ। କିନ୍ତୁ ୨୦୨୨ରେ ଏହି ରେକର୍ଡ ଭାଙ୍ଗିଛି। ଗୁଜରାଟରେ ଦେଖାଦେଇଛି ମୋଦି ସୁନାମୀ। ଆଉ ଏହି ସୁନାମୀରେ କଂଗ୍ରେସ ଓ ଆପ୍‌ ଚିତ ମାରିଛନ୍ତି।

ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସିଥିବା ଅନେକ ହେଭିୱେଟଙ୍କୁ ବିଜେପି ଟିକେଟ ଦେଇଥିଲା। ସେମାନେ ମଧ୍ୟ ଦଳକୁ ନିରାଶ କରି ନାହାନ୍ତି। ଏହାବାଦ ଅନେକ ଚର୍ଚ୍ଚିତ ଚେହେରା ମଧ୍ୟ ବିଜେପି ଟିକେଟରେ ବାଜିମାତ କରିଛନ୍ତି। ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଜିତୁ ଭଘାନି, ଅମିତ ଭାଇ ଶାହ, ମୋର୍ବିରୁ କାନ୍ତୀଲାଲ ଅମୃତୟ, ନରୋଦାର ପାୟଲ କୁଲକର୍ଣ୍ଣୀ ପ୍ରମୁଖ ବିଜେପି ଟିକେଟରୁ ଜିତିଛନ୍ତି।

ବିରୋଧୀ କ୍ୟାମ୍ପରୁ ଅନେକ ହେଭିୱେଟ ପରାସ୍ତ ହୋଇଛନ୍ତି। ଆପର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ, ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଈଶୁଦାନ ଗଢ଼ବୀ, କଂଗ୍ରେସର ମହେନ୍ଦ୍ରସିଂହ ବାଘେଲ ଓ ଆପର ମନୋଜ ସୋରାଥିୟା ହାରି ଯାଇଛନ୍ତି।

Related story