୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ, ଲିଭାଇ ପାରୁନି ଅଗ୍ନିଶମ ବିଭାଗ

ନୂଆଦିଲ୍ଲୀ: ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ। ୫ ଦିନ ହେବ ଲିଭିବାର ନାଁ ଧରୁନି। ନିଆଁ ଲିଭାଇ ପାରୁନି ଅଗ୍ନିଶମ ବିଭାଗ। ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ। ଯାହା ଅଗ୍ନିଶମ ବିଭାଗର ଚିନ୍ତାର କାରଣ ପାଲଟିଛି। ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ […]

chandni-chowk-bhagirath-palace-market-fire

Madhupriya Mistry
  • Published: Tuesday, 29 November 2022
  • , Updated: 29 November 2022, 10:37 AM IST

ନୂଆଦିଲ୍ଲୀ: ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ। ୫ ଦିନ ହେବ ଲିଭିବାର ନାଁ ଧରୁନି। ନିଆଁ ଲିଭାଇ ପାରୁନି ଅଗ୍ନିଶମ ବିଭାଗ। ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ। ଯାହା ଅଗ୍ନିଶମ ବିଭାଗର ଚିନ୍ତାର କାରଣ ପାଲଟିଛି।

ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ ବୀମା କମ୍ପାନୀଗୁଡ଼ିକୁ ଭାଗିରଥ ପ୍ୟାଲେସ୍ ବଜାରର ପ୍ରଭାବିତ ବ୍ୟବସାୟୀମାନଙ୍କ ପାଇଁ ଥଇଥାନ କାର୍ଯ୍ୟ ଆରମ୍ଭ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛି। ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ପାଖାପାଖି ୨୫୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି।

ସେପଟେ ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ଏବଂ ଅନ୍ୟ ବାଣିଜ୍ୟ ନେତାମାନେ କହିଛନ୍ତି ଯେ ଦିଲ୍ଲୀ ଇଲେକ୍ଟ୍ରିକାଲ ଟ୍ରେଡର୍ସ ଆସୋସିଏସନ ସହିତ ପ୍ରଭାବିତ ବ୍ୟବସାୟୀଙ୍କ ବୀମା ଦାବି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ କରାଯିବ।

ଏକ ଅଧିକାରୀଙ୍କ କହିବା ମୁତାବକ, ନଭେମ୍ବର ୨୪ ରାତିରେ ଚାନ୍ଦନୀଚୌକ ଭାଗିରଥୀ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ୨୫ ତାରିଖ ସକାଳ ସୁଦ୍ଧା ନିଆଁକୁ ଆୟତ କରାଯାଇଥିଲା। କିନ୍ତୁ ପୁଣି ଥରେ କିଛି ଦୋକାନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଇଲେକ୍ଟ୍ରିକ୍ ଓ ପ୍ଳାଷ୍ଟିକ୍ ଉପକରଣ ଥିବାରୁ ନିଆଁକୁ ସହଜରେ ଲିଭା ଯାଇପାରୁନାହିଁ ବୋଲି କୁହାଯାଉଛି।

ଅଗ୍ନିକାଣ୍ଡ ପରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ବଜାର ପରିଦର୍ଶନ କରିଥିଲେ। ସେ କହିଥିଲେ ଏହି ଅଞ୍ଚଳର ଝୁଲୁଥିବା ତାର ଓ ଓଭରଲୋଡ୍ ସର୍କିଟ୍ ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।

Related story