କ୍ଲିନକରେ ଲାଗିଗଲା ନିଆଁ, ଚାଲିଗଲା ଡାକ୍ତର ଓ ୨ ପିଲାଙ୍କ ଜୀବନ

ତିରୁପତି: ତାମିଲନାଡୁର ତିରୁପତିରୁ ଆସିଛି ଦୁଃଖଦ ଖବର। କ୍ଲିନକରେ ନିଆଁ ଲାଗିଯିବାରୁ ପ୍ରାଣ ହରାଇଛନ୍ତି ଜଣେ ଡାକ୍ତର ଓ ତାଙ୍କର ଦୁଇ ପିଲା। ଶର୍ଟସର୍କିଟ ଯୋଗୁ ପ୍ରଥମେ କ୍ଲିନିକ ଓ ପରେ ନିଆଁ ଡାକ୍ତର ରହୁଥିବା ଘରକୁ ବ୍ୟାପୀ ଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ଡାକ୍ତରଙ୍କ ପତ୍ନୀ ଓ ମା’ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ରେନିଗୁଣ୍ଠା ପୁଲିସ ଷ୍ଟେସନର ଇନସପେକ୍ଟର ଆରୋହନ ରାଓ କହିଛନ୍ତି, ରବିବାର ଭୋର ୩ଟାରୁ ୪ଟା ମଧ୍ୟରେ ରେଗନଗୁଣ୍ଟା […]

doctor

  • Published: Sunday, 25 September 2022
  • , Updated: 25 September 2022, 01:47 PM IST

ତିରୁପତି: ତାମିଲନାଡୁର ତିରୁପତିରୁ ଆସିଛି ଦୁଃଖଦ ଖବର। କ୍ଲିନକରେ ନିଆଁ ଲାଗିଯିବାରୁ ପ୍ରାଣ ହରାଇଛନ୍ତି ଜଣେ ଡାକ୍ତର ଓ ତାଙ୍କର ଦୁଇ ପିଲା। ଶର୍ଟସର୍କିଟ ଯୋଗୁ ପ୍ରଥମେ କ୍ଲିନିକ ଓ ପରେ ନିଆଁ ଡାକ୍ତର ରହୁଥିବା ଘରକୁ ବ୍ୟାପୀ ଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ଡାକ୍ତରଙ୍କ ପତ୍ନୀ ଓ ମା’ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।

ରେନିଗୁଣ୍ଠା ପୁଲିସ ଷ୍ଟେସନର ଇନସପେକ୍ଟର ଆରୋହନ ରାଓ କହିଛନ୍ତି, ରବିବାର ଭୋର ୩ଟାରୁ ୪ଟା ମଧ୍ୟରେ ରେଗନଗୁଣ୍ଟା ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ଥିବା ଗୋଟିଏ ବିଲ୍ଡିଂ ପ୍ରଥମ ମହଲାରେ ନିଆଁ ଲାଗି ଯିବାରୁ ୩ ଜଣ ପ୍ରାଣ ହରାଇଛନ୍ତି। ଡାକ୍ତର ରବି ଶଙ୍କର ବିଲଡିଂର ଗ୍ରାଉଣ୍ଡ ଫ୍ଲୋରେ ଗୋଟିଏ କ୍ଲିନିକ ଖୋଲିଥିଲେ।

ଏଥିସହ ପ୍ରଥମ ଓ ଦ୍ୱିତୀୟ ମହମଲାରେ ପରିବାର ଲୋକଙ୍କ ସହ ରହୁଥିଲେ। ପ୍ରଥମେ କ୍ଲିନିକରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ଏହାପରେ ଏହା ପ୍ରଥମ ମହଲାକୁ ବ୍ୟାପି ଯାଇଥିଲା। ଏହି ସମୟରେ ସମସ୍ତେ ନିଘୋଡ଼ ନିଦରେ ଶୋଇଥିଲେ। ତେବେ ନିଆଁର ପ୍ରକୋପ ବଢ଼ିବାରୁ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ପହଞ୍ଚି ନିଆଁର ଆଁରେ ଫସିଥିବା ଡାକ୍ତର ରବି ଶଙ୍କରଙ୍କ ପତ୍ନୀ ଓ ମା’ଙ୍କୁ ପ୍ରଥମେ ସୁରକ୍ଷିତ ଉଦ୍ଧାର କରିଥିଲେ। ଏହାପରେ ରବି ଶଙ୍କର, ତାଙ୍କର ୧୨ ବର୍ଷୀୟ ପୁଅ ଓ ୭ ବର୍ଷୀୟ ଝିଅଙ୍କୁ ବାହାରକୁ ଅଣାଯାଇଥିଲା। ହେଲେ ସେତେବେଳକୁ ନିଆଁରେ ପୋଡ଼ି ହୋଇ ସେମାନଙ୍କ ଅବସ୍ଥା ଗୁରୁତର ହୋଇ ସାରିଥିଲା। ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଯାକ ପ୍ରାଣ ହରାଇଥିବା ଶ୍ରୀ ରାଓ କହିଛନ୍ତି।

ପୁଲିସ୍‌ ବର୍ତ୍ତମାନ ଗୋଟିଏ ମାମଲା ରୁଜୁ କରିବା ସହ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story