୨୦୨୩ରୁ କାରରେ ୬ ଏୟାର ବ୍ୟାଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରେ ରଖି କାର ଓ ଜିପ ଗୁଡ଼ିକରେ ୬ଟି ଏୟାର ବ୍ୟାଗ ରଖିବାକୁ  କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି। ଅକ୍ଟୋବର ୨୩ରୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।  ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଠ ସିଟ୍ ବିଶିଷ୍ଟ ଗାଡିରେ ୬ଟି ଏୟାରବ୍ୟାଗ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଥିଲେ। ଏହି ନିର୍ଦ୍ଦେଶ ଅକ୍ଟୋବର ପହିଲା […]

car

  • Published: Thursday, 29 September 2022
  • , Updated: 29 September 2022, 05:39 PM IST

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରେ ରଖି କାର ଓ ଜିପ ଗୁଡ଼ିକରେ ୬ଟି ଏୟାର ବ୍ୟାଗ ରଖିବାକୁ  କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି। ଅକ୍ଟୋବର ୨୩ରୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।  ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଠ ସିଟ୍ ବିଶିଷ୍ଟ ଗାଡିରେ ୬ଟି ଏୟାରବ୍ୟାଗ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଥିଲେ। ଏହି ନିର୍ଦ୍ଦେଶ ଅକ୍ଟୋବର ପହିଲା ୨୦୨୨ରୁ କାର୍ଯ୍ୟକାରୀ ହେବାର ଥିଲା। ହେଲେ ଆଜି ଗଡକରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ଅଟୋ ଇଣ୍ଡଷ୍ଟ୍ରିର ସମ୍ମୁଖୀନ ହେଉଥିବା ବ୍ୟାଘାତ ଏବଂ ମାକ୍ରୋ-ଇକୋନୋମିକ୍ ପରିସ୍ଥିତିରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ୧ ଅକ୍ଟୋବର ୨୦୨୩କୁ ବୃଦ୍ଧି କରାଯାଇଛି। ସମସ୍ତ କାର୍‌ରେ ୬ଟି ଏୟାରବ୍ୟାଗ୍‌ ଲଗାଇବା ପାଇଁ ସରକାର ଆଗରୁ ନିଷ୍ପତ୍ତି ନେଇଥିଲେ। ହେଲେ ଗାଡ଼ି ଦାମ୍ ବଢ଼ିଯିବା ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ତ୍ୱରିତ ଲାଗୁ ନହେଉ ବୋଲି କଂପାନିଗୁଡ଼ିକ ଚାହୁଁଥିଲେ। କିନ୍ତୁ ସରକାର ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ରୋକଠୋକ୍ କହିଥିଲେ।

ଚଳିତ ବର୍ଷ ଜାନୁଆରିରେ ସରକାର ଏକ ଚିଠା ଗାଇଡ୍‌ଲାଇନ୍ ଜାରି କରିଥିଲେ। ଯେଉଁଥିରେ ଅକ୍ଟୋବର ୧ରୁ କାର୍‌ଗୁଡ଼ିକ ପାଇଁ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ ରହିବ। ଦୁଇ ପାର୍ଶ୍ୱରେ କିମ୍ବା କଣ୍ଟେନ ଏୟାରବ୍ୟାଗ୍‌ ମଧ୍ୟ ରହିବ।

ସେହି ଗାଇଡ୍‌ଲାଇନ୍‌କୁ ଚଳିତ ମାସରେ ଚୂଡ଼ାନ୍ତ ରୂପ ଦିଆଯିବ। ସେଥିପାଇଁ ଗାଡ଼ି କଂପାନିଗୁଡ଼ିକଠାରୁ ମିଳିଥିବା ମତାମତକୁ ତର୍ଜମା କରାଯାଇଥିଲା। କଂପାନିଗୁଡ଼ିଙ୍କର ଯୁକ୍ତି ଥିଲା  ଯଦି ୬ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରାଯିବ ତେବେ ଛୋଟ କାର୍‌ଗୁଡ଼ିକର ଦାମ୍ ବହୁତ ବଢ଼ିଯିବ। ଏବେ ଯେଉଁମାନେ ଗାଡ଼ି କିଣିପାରୁଛନ୍ତି ସେମାନେ ଆଉ ଚଢ଼ା ଦାମ୍‌ରେ ତାହାକୁ କିଣିପାରିବେ ନାହିଁ। ବର୍ତ୍ତମାନ ଚାଳକ ଓ ସାମ୍ନା ସିଟ୍‌ରେ ବସୁଥିବା ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ ରହିଛି। ହେଲେ ସରକାର ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି କହିଥିଲେ।  ତେବେ ଏହି ନିୟମ ଚଳିତ ବର୍ଷ ଲାଗୁ ହେବାର ଥିଲା। ଏବେ ଏହାର ଅବଧିକୁ ବୃଦ୍ଧି କରାଯାଇଛି।

Related story