୧୨ ତାରିଖରେ ଶପଥ ନେବେ ଗୁଜରାଟ ମୁଖ୍ୟମନ୍ତ୍ରୀ, ଯୋଗଦେବେ ମୋଦି

ଅହମଦାବାଦ: ପୁଣିଥରେ ଗୁଜରାଟରେ ଚାଲିବ ବିଜେପି ଶାସନ। କ୍ରମାଗତ ୭ମଥର ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ରେକର୍ଡ ୧୫୦ରୁ ଅଧିକ ସିଟ୍‌ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଇତି ମଧ୍ୟରେ ବିଜେପି ୧୧୮ଟି ଆସନରେ ଲିଡ୍‌ କରୁଥିବା ବେଳେ ୪୦ଟି ଆସନରେ ଜିତି ସାରିଲାଣି। ଦଳର ଭୋଟ ଶେୟାର ମଧ୍ୟ ୫୬% ଅତିକ୍ରମ କରିଛି। ଏହା ଗୁଜରାଟ ରାଜନୀତିରେ ଗୋଟିଏ ରେକର୍ଡ। ପୂର୍ବରୁ […]

BJP1

  • Published: Thursday, 08 December 2022
  • , Updated: 08 December 2022, 02:09 PM IST

ଅହମଦାବାଦ: ପୁଣିଥରେ ଗୁଜରାଟରେ ଚାଲିବ ବିଜେପି ଶାସନ। କ୍ରମାଗତ ୭ମଥର ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ରେକର୍ଡ ୧୫୦ରୁ ଅଧିକ ସିଟ୍‌ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଇତି ମଧ୍ୟରେ ବିଜେପି ୧୧୮ଟି ଆସନରେ ଲିଡ୍‌ କରୁଥିବା ବେଳେ ୪୦ଟି ଆସନରେ ଜିତି ସାରିଲାଣି। ଦଳର ଭୋଟ ଶେୟାର ମଧ୍ୟ ୫୬% ଅତିକ୍ରମ କରିଛି।

ଏହା ଗୁଜରାଟ ରାଜନୀତିରେ ଗୋଟିଏ ରେକର୍ଡ। ପୂର୍ବରୁ କେବେ ହେଲେ ବିଜେପିର ଭୋଟ ଶେୟାର ୫୦% ଅତିକ୍ରମ କରି ନଥିଲା। ଏହି ଐତିହାସିକ ବିଜୟ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବା ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଆସନ୍ତା ୧୨ ତାରିଖ ଦିନ ୨ଟାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶପଥ ନେବେ। ନିର୍ବାଚନର ଠିକ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଭୂପେନ୍ଦର ପଟେଲଙ୍କୁ ବିଜେପି କମାଣ ସମ୍ଭାଳିଥିଲା। ଏବେ ବିଜେପି ସଫଳତା ପାଇଥିବାରୁ ଶ୍ରୀ ପଟେଲ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ଏହି ଶପଥପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେବେ।

ରାଜ୍ୟ ବିଜେପି ମୁଖ୍ୟ ସିଆର ପାଟିଲ କହିଛନ୍ତି, “ବିଜେପିକୁ ପୁଣି ନିର୍ବାଚିତ କରିବା ପାଇଁ ଗୁଜରାଟର ଲୋକମାନେ ମନସ୍ତ କରି ନେଇଛନ୍ତି। କେନ୍ଦ୍ର ଓ ଗୁଜରାଟରେ ଥିବା ବିଜେପି ସରକାର ଉତ୍ତର ନୀତି ଓ ବିକାଶର ବିଜୟ ହୋଇଛି। ରାଜ୍ୟରେ ଜୋରଦାର ପ୍ରଚାର କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି। ପରିବର୍ତ୍ତନ କଥା କହୁଥିବା ଲୋକମାନେ ଆଜି କେଉଁଠି?”

Related story