ହିଟଲର ତୁମକୁ ଜାଳି ଠିକ୍‌ କରିଥିଲେ, ସ୍କ୍ରିନସଟ୍‌ ସେୟାର କଲେ ଇସ୍ରାଏଲ ରାଷ୍ଟ୍ରଦୂତ  

ନୂଆଦିଲ୍ଲୀ: ହିଟଲର ଜଣେ ମହାନ ବ୍ୟକ୍ତି ଥିଲେ। ତୁମପରି ମ୍ଲେଚ୍ଛଙ୍କୁ ସେ ଯାତେବେଳେ ଜାଳି ଦେଉଥିଲେ, ସେ ଠିକ୍‌ କରିଥିଲେ। କିଛି ଏମିତି  ଘୃଣାସୃଷ୍ଟିକାରୀ ମେସେଜ୍‌ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍‌ ପାଖକୁ ଆସିଛି। ଯାହାର ସ୍କ୍ରିନସଟ୍‌ ସେ ସେୟାର କରିଛନ୍ତି। କଶ୍ମୀର ଫାଇଲ’ ଚଳଚ୍ଚିତ୍ରକୁ ଇସ୍ରାଏଲ ଚଳଚ୍ଚିତ୍ର ନିର୍ମାତା ତଥା ଆଇଏଫଏଫଆଇ ଚଳଚ୍ଚିତ୍ର ମହୋତ୍ସବ ଜୁରୀ ମୁଖ୍ୟ ନାଦାଭ ଲାପିଡ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦ ‌ଥମୁ ନାହିଁ। କଶ୍ମୀର ଫାଇଲ ସିନେମାଙ୍କୁ ଏକ […]

io1

  • Published: Saturday, 03 December 2022
  • , Updated: 03 December 2022, 06:50 PM IST

ନୂଆଦିଲ୍ଲୀ: ହିଟଲର ଜଣେ ମହାନ ବ୍ୟକ୍ତି ଥିଲେ। ତୁମପରି ମ୍ଲେଚ୍ଛଙ୍କୁ ସେ ଯାତେବେଳେ ଜାଳି ଦେଉଥିଲେ, ସେ ଠିକ୍‌ କରିଥିଲେ। କିଛି ଏମିତି  ଘୃଣାସୃଷ୍ଟିକାରୀ ମେସେଜ୍‌ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍‌ ପାଖକୁ ଆସିଛି। ଯାହାର ସ୍କ୍ରିନସଟ୍‌ ସେ ସେୟାର କରିଛନ୍ତି। କଶ୍ମୀର ଫାଇଲଚଳଚ୍ଚିତ୍ରକୁ ଇସ୍ରାଏଲ ଚଳଚ୍ଚିତ୍ର ନିର୍ମାତା ତଥା ଆଇଏଫଏଫଆଇ ଚଳଚ୍ଚିତ୍ର ମହୋତ୍ସବ ଜୁରୀ ମୁଖ୍ୟ ନାଦାଭ ଲାପିଡ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦ ‌ଥମୁ ନାହିଁ। କଶ୍ମୀର ଫାଇଲ ସିନେମାଙ୍କୁ ଏକ ପ୍ରପାଗଣ୍ଡା କହିବା ପରେ ନାଦାଭ ଲାପିଡଙ୍କୁ ସମାଲୋଚନାର ସରବ୍ୟ ହେବା ପରେ ସେ କ୍ଷମା ମାଗିଥିଲେ । ତଥାପି ତାଙ୍କ ବକ୍ତବ୍ୟକୁ ନେଇ ଝଡ଼ ଥମିବାର ନାଁ ଧୁରନି। ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍‌ ଶନିବାର ଟ୍ଵିଟରରେ ପାଇଥିବା ଏକ ମେସେଜର ସ୍କ୍ରିନସଟ୍‌ ସେୟାର କରିଛନ୍ତି। ଟ୍ଵିଟ୍‌ରେ ଆସିଥିବା ମେସେଜରେ ଲେଖାଥିଲା, ହିଟଲର ଯେତେବେଳେ ତୁମ ପରି ମ୍ଲେଚ୍ଛଙ୍କୁ ଜାଳି ଦେଇଥିଲେ ସେତେବେଳେ ସେ ମହାନ ଥିଲେ। ହିଟଲର ଜଣେ ମହାନ ବ୍ୟକ୍ତି ଥିଲେ।

ଏଥିସହ ଏଥିରେ ଭାରତୀୟଙ୍କୁ ଆକ୍ଷେପ କରି ଏକ ଧାଡ଼ି ମଧ୍ୟ ଲେଖାଥିଲା। ଏହାକୁ ସାମ୍ନାକୁ ଆଣି ଇସ୍ରାଏଲୀ କୂଟନୀତିଜ୍ଞ ଲେଖିଛନ୍ତି, ମୁଁ ପାଇଥିବା କିଛି ବାର୍ତ୍ତା ମଧ୍ୟରୁ ଗୋଟିଏ ସେୟାର କରିବାକୁ ଚାହୁଁଥିଲି। ବାର୍ତ୍ତା ପ୍ରେରଣକାରୀଙ୍କ ପ୍ରୋଫାଇଲ୍‌ ଅନୁଯାୟୀ, ସେ ଜଣେ ପିଏଚଡି ଡିଗ୍ରି ହାସଲ କରିଥିବା ବ୍ୟକ୍ତି। ବାର୍ତ୍ତା ପୋଷ୍ଟ କରିବାର କିଛି ସମୟ ପରେ ସେ ଭାରତୀୟଙ୍କ ଠାରୁ ବିପୁଳ ସମର୍ଥନ ପାଇଥିଲେ ବୋଲି କହିଛନ୍ତି ଗିଲନ୍। ଅନ୍ୟ ଏକ ଟ୍ଵିଟରେ ସେ ସମସ୍ତଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ହେଡ୍‌ ନାଦାଭ ଲାପିଡ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଲାପିଡ୍‌ କହିଥିଲେ ଯେ ‘‘କଶ୍ମୀର ଫାଇଲ୍ସ’ ଏକ ପ୍ରେପାଗଣ୍ଡା’ ଏବଂ ଅଶ୍ଳୀଳ’ ଚଳଚ୍ଚିତ୍ର। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି! ଯାହାକୁ ନେଇ ଚାରିଆଡ଼େ ନାଦଭ ଲାପିଡ୍‌ଙ୍କୁ ନିନ୍ଦା କରାଯାଉଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଫିଲ୍ମର କଳାକାର ଅନୁପମ୍‌ ଖେର୍‌ ବି ତାଙ୍କୁ ନିନ୍ଦା କରିଛନ୍ତି।

Related story