ଜୟ ଶ୍ରୀରାମ ଅର୍ଥ ଜୟ ସିୟା ରାମ ନୁହଁ: ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କୁ ନେଇ ପୁଣି ଥରେ ରାଜନୀତି ସରଗରମ ହୋଇଛି। ପ୍ରଭୁ ଶ୍ରୀରାମ ଏବଂ  ମାତା ସୀତାଙ୍କ ମଧ୍ୟରେ ଏକ ସମାନତା ଆଣି କଂଗ୍ରେସ ନେତା ରାହୁଲ ଗାନ୍ଧି  ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ସେମାନେ ଜୟ ସିୟାରାମ କହିବା ବଦଳରେ ଜୟ ଶ୍ରୀରାମ ନାରା ପକାଇ ଥାନ୍ତି । ବିଜେପି ଏବଂ ଆରଏସସକୁ ନିଶାନା କରି ରାହୁଲ କରିଛନ୍ତି ଯେ, ସେମାନେ ମାତା ସୀତାଙ୍କୁ  […]

Rahul gandhi

  • Published: Saturday, 03 December 2022
  • , Updated: 03 December 2022, 05:59 PM IST

ନୂଆଦିଲ୍ଲୀ: ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କୁ ନେଇ ପୁଣି ଥରେ ରାଜନୀତି ସରଗରମ ହୋଇଛି। ପ୍ରଭୁ ଶ୍ରୀରାମ ଏବଂ  ମାତା ସୀତାଙ୍କ ମଧ୍ୟରେ ଏକ ସମାନତା ଆଣି କଂଗ୍ରେସ ନେତା ରାହୁଲ ଗାନ୍ଧି  ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ସେମାନେ ଜୟ ସିୟାରାମ କହିବା ବଦଳରେ ଜୟ ଶ୍ରୀରାମ ନାରା ପକାଇ ଥାନ୍ତି । ବିଜେପି ଏବଂ ଆରଏସସକୁ ନିଶାନା କରି ରାହୁଲ କରିଛନ୍ତି ଯେ, ସେମାନେ ମାତା ସୀତାଙ୍କୁ  ପୂଜା କରନ୍ତି ନାହିଁ। ରାହୁଲ ଗାନ୍ଧି କହିବାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ଉପରେ ବର୍ଷିଥିଲେ।

ମୋଦିଙ୍କୁ ରାବଣ ଆକ୍ଷେପ କରିଥିଲେ ଖାଡ଼ଗେ।  ମୋଦି କହିଥିଲେ ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରନ୍ତି ନାହିଁ ସେମାନେ  ମୋତେ ରାବଣ ସହ ତୁଳନା କରୁଛନ୍ତି।  ଜଣେ ସନ୍ଥ ବେଶରେ ଭାରତ ଯୋଡ଼ୋ ଯାତ୍ରାରେ ନେତୃତ୍ୱ ନେଉଥିବା କଂଗ୍ରେସ ନେତା  ରାହୁଲ ଗାନ୍ଧି ‘ଜୟ ଶ୍ରୀରାମ ମହତ୍ୱ ’ ବୁଝାଇଲେ। ମଧ୍ୟପ୍ରଦେଶର ମାଲୱା ଜିଲ୍ଲାରେ ରାମଙ୍କର ୩ ମହାମନ୍ତ୍ରର ଅର୍ଥ ବୁଝାଇଛନ୍ତି । ଏହା ସହିତ ଆରଏସଏସ ଓ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ।

କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ତିନି ମାସ ପୂରିବାକୁ ଯାଉଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିଛି । ମାଲୱା ଜିଲ୍ଲାରେ ଆୟୋଜିତ ସଭାରେ ଆରଏସଏସ ଓ ବିଜେପି ଉପରେ ବର୍ଷିବା ସହିତ ‘ଜୟ ଶ୍ରୀରାମ ଦର୍ଶନ’ ବୁଝାଇଛନ୍ତି ରାହୁଲ । ‘ହେ ରାମ’ର ଅର୍ଥ ଭଗବାନ ‘ରାମ’ ସେହି ପତସ୍ୱୀଙ୍କ ସହିତ ରହିଥାନ୍ତି, ଯିଏ ପୁରା ଜୀବନକୁ ପ୍ରଭୁଙ୍କ ତପସ୍ୟାରେ ନିୟୋଜିତ ହୋଇଥାଏ । ଏହା ସହିତ କହିଛନ୍ତି, ଭଗବାନ ରାମ ଏକ ବ୍ୟକ୍ତି ନଥିଲେ । ସେ ଲୋକଙ୍କ ବଞ୍ଚିବାର ଶୈଳୀ ଥିଲେ । ଦ୍ୱିତୀୟ ମନ୍ତ୍ର ‘ଜୟ ସିୟାରାମ’ର ଅର୍ଥ ମଧ୍ୟ ବୁଝାଇଛନ୍ତି ରାହୁଲ । ‘ଜୟ ସିୟାରାମ’ ମାନେ ସୀତା-ରାମ୍ ଏକ । ‘ଜୟ ସିୟାରାମ’ କହିବା ବେଳେ ଆମେ ମା’ ସୀତାଙ୍କୁ ମନେପକାଇଥାଉ । ସେହିପରି ତୃତୀୟ ନାରା ‘ଜୟ ଶ୍ରୀରାମ’ର ଅର୍ଥ ମଧ୍ୟ ବୁଝାଇଥିଲେ ରାହୁଲ ।

ରାମଙ୍କର ତିନି ମନ୍ତ୍ରକୁ ନେଇ ବିଜେପି ଓ ଆରଏସଏସ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ବିଜେପି ସଦସ୍ୟ ସବୁବେଳେ ‘ଜୟ ଶ୍ରୀରାମ’ କହିଥାନ୍ତି, ହେଲେ ‘ଜୟ ସିୟାରାମ’ କେବେ କହିନଥାନ୍ତି । ପ୍ରଭୁ ରାମଚନ୍ଦ୍ର ଯେଉଁ ଭଳି ଭାବେ ଜୀବନ ଜୀଉ ଥିଲେ, ବିଜେପି ନେତାଙ୍କ ମଧ୍ୟରେ ସେହି ଭଳି ଭବନା ନାହିଁ । ରାମଚନ୍ଦ୍ର କାହା ସହିତ ଅନ୍ୟାୟ କରିନାହାନ୍ତି। ଭଗବାନଙ୍କ ପାଖରେ ଧାନୀ ଓ ଗରିବ ସବୁ ସମାନ । ବିଜେପି ସଦସ୍ୟ ଜୟ ସିୟାରାମ ଓ ଜୟ ସୀତାରାମ କୁହାନ୍ତି ନାହିଁ, କାରଣ ତାଙ୍କ ସଂଗଠନରେ ମହିଳା ନାହାନ୍ତି ବୋଲି କହି ଜୋରଦାର ଟାର୍ଗେଟ୍ କରିଛନ୍ତି ରାହୁଲ ।

Related story