Advertisment

୪୧ ବର୍ଷୀୟ ବ୍ୟକ୍ତିଙ୍କୁ ୧୪୨ ବର୍ଷ ଜେଲ୍ ଦଣ୍ଡ

ପତନମତିଟ୍ଟା: ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ୧୪୨ ବର୍ଷ ଜେଲ୍ ଦଣ୍ଡ। କେରଳ ପତନମତିଟ୍ଟା ପୋକ୍ସୋ କୋର୍ଟ ଏହି ଜେଲ୍ ଦଣ୍ଡାଦେଶ କରିଛନ୍ତି। ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ୧୦ ବର୍ଷର ଏକ ଶିଶୁକୁ ଦୁଇବର୍ଷ ଧରି ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେବା ମାମଲାର ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଜରିମାନା ନ ଦେଲେ ସମ୍ପୃକ୍ତ ବ୍ୟକ୍ତିକୁ ଆଉ ୩ ବର୍ଷ ଜେଲ ଦଣ୍ଡାଦେଶ ରହିଛି। ଏହି […]

author-image
Niranjan Mishra
ଅଦ୍ୟତନ ହୋଇଛି
୪୧ ବର୍ଷୀୟ ବ୍ୟକ୍ତିଙ୍କୁ ୧୪୨ ବର୍ଷ ଜେଲ୍ ଦଣ୍ଡ

jail

ପତନମତିଟ୍ଟା: ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ୧୪୨ ବର୍ଷ ଜେଲ୍ ଦଣ୍ଡ। କେରଳ ପତନମତିଟ୍ଟା ପୋକ୍ସୋ କୋର୍ଟ ଏହି ଜେଲ୍ ଦଣ୍ଡାଦେଶ କରିଛନ୍ତି। ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ୧୦ ବର୍ଷର ଏକ ଶିଶୁକୁ ଦୁଇବର୍ଷ ଧରି ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେବା ମାମଲାର ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଜରିମାନା ନ ଦେଲେ ସମ୍ପୃକ୍ତ ବ୍ୟକ୍ତିକୁ ଆଉ ୩ ବର୍ଷ ଜେଲ ଦଣ୍ଡାଦେଶ ରହିଛି। ଏହି ଦଣ୍ଡାଦେଶ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଜେଲ ଦଣ୍ଡାଦେଶ ପାଇଥିବା ବ୍ୟକ୍ତିଙ୍କ ନାମ ଆନନ୍ଦନ ପି ଆର ଓରଫ୍ ବାବୁ। ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଜଣେ ୧୦ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ସାଙ୍ଗକୁ ଯୌନ ନିର୍ଯାତନା ଦେଉଥିବା ନେଇ  ୨୦୨୧ ମାର୍ଚ୍ଚ ୨୦ ତାରିଖରେ ତିରୁଭାଲା ପୁଲିସ ମାମଲା କରିଥିଲା। ସେ ଶିଶୁଟିର ବାପା ଓ ମା’ଙ୍କ ସହ ଗୋଟିଏ ଘରେ ରହୁଥିଲା।

ଏହି ମାମଲାରେ ପୁଲିସ ଦେଇଥିବା ଚାର୍ଜସିଟ୍ ଏବଂ ସମସ୍ତ ତଥ୍ୟ, ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି କୋର୍ଟ ବାବୁକୁ ମୋଟ ୧୪୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

Advertisment