Advertisment

ମହାଗଠବନ୍ଧନ ୨.୦ ପରେ ପ୍ରଥମଥର ମୁହଁ ଖୋଲିଲେ ଲାଲୁ

ନୂଆଦିଲ୍ଲୀ: ବିହାରେ ଜେଡିୟୁ ନେତା ନୀତୀଶ କୁମାର ଆରଜେଡି ଓ କଂଗ୍ରେସ ସମେତ ୭ ଦଳକୁ ନେଇ ମହାଗଠବନ୍ଧନ ୨.୦ ସରକାର ଗଠନ କରିଛନ୍ତି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ସହ ଆରଜେଡି ନେତା ତଥା ଲାଲୁ ପ୍ରାସନ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପିକୁ ଛାଡ଼ି ନୀତୀଶ କୁମାର ଆରଜେଡି ସହ ହାତ ମିଳାଇ ଥିବାରୁ ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏସବୁ ଭିତରେ ପ୍ରଥମଥର […]

ମହାଗଠବନ୍ଧନ ୨.୦ ପରେ ପ୍ରଥମଥର ମୁହଁ ଖୋଲିଲେ ଲାଲୁ

lalu

Advertisment

ନୂଆଦିଲ୍ଲୀ: ବିହାରେ ଜେଡିୟୁ ନେତା ନୀତୀଶ କୁମାର ଆରଜେଡି ଓ କଂଗ୍ରେସ ସମେତ ୭ ଦଳକୁ ନେଇ ମହାଗଠବନ୍ଧନ ୨.୦ ସରକାର ଗଠନ କରିଛନ୍ତି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ସହ ଆରଜେଡି ନେତା ତଥା ଲାଲୁ ପ୍ରାସନ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପିକୁ ଛାଡ଼ି ନୀତୀଶ କୁମାର ଆରଜେଡି ସହ ହାତ ମିଳାଇ ଥିବାରୁ ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି।

Advertisment

ଏସବୁ ଭିତରେ ପ୍ରଥମଥର ପାଇଁ ମହାଗଠବନ୍ଧନ ୨.୦କୁ ନେଇ ମୁହଁ ଖୋଲିଛନ୍ତି ଲାଲୁ ପ୍ରସାଦ ଯାଦବ। ଏଥିସହ ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ସରକାର ଏକଛତ୍ରବାଦୀ ଶାସନ କରୁଥିବା ସେ ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୨୪ରେ ଶାସନ ଗାଦିରୁ ହଟାଇବାକୁ ସେ ଆହ୍ୱାନ ଦେଇଛନ୍ତି।

ଲାଲୁଙ୍କୁ ୨୦୨୪ର ରଣନୀତି ସମ୍ପର୍କରେ ପଚରା ଯାଇଥିଲା। ଏହାର ଉତ୍ତରରେ ଲାଲୁ କହିଛନ୍ତି, “ଆମକୁ କେନ୍ଦ୍ରରେ ଥିବା ଏକଛତ୍ରବାଦୀ ଶାସକଙ୍କୁ ହଟାଇବାକୁ ପଡ଼ିବ। ମୋଦିଙ୍କୁ ହଟାଇବାର ଅଛି।” ନୂଆ କରି ଗଠନ ହୋଇଥିବା ମହାଗଠବନ୍ଧନ ସରକାରଙ୍କୁ ବିଜେପି ନେତା ସୁଶୀଲ ମୋଦି ତୀବ୍ର ସମାଲୋଚନା କରିଥିଲେ।

Advertisment

ଏ ସମ୍ପର୍କରେ ସେ କହିଛନ୍ତି, “ ସେହି ବ୍ୟକ୍ତି(ସୁଶୀଲ ମୋଦି) ଜଣଙ୍କ ମିଛୁଆ। ସେ ଭୁଲ କଥା କହୁଛନ୍ତି। ସବୁ କିଛି ଠିକ ଅଛି।” ଲାଲୁ କାରରେ ଯିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନରେ ଏପରି କଥା କହିଛନ୍ତି। ଏହାପରେ ତାଙ୍କ ଝିଅ ମିଶା ଭାରତୀ ବାପା ଲାଲୁଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେମାନେ ପାଟନା ଅଭିମୁଖେ ଯାଉଥିବା ସୂଚନା ଦେଇଛନ୍ତି।


ଜୁଲାଇ ମାସରେ ଲାଲୁ ଘରର ସିଡ଼ିରୁ ଖସି ପଡ଼ିବାରୁ ଗୁରତର ଆହତ ହୋଇଥିଲେ। ଏଥିପାଇଁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା କରାଯାଇଥିଲା। ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଦିଲ୍ଲୀରେ ନିଜ ଝିଅ ମିଶା ଭାରତୀଙ୍କ ସହ ରହୁଥିଲେ। ଏବେ ସେ ସମ୍ଭବତଃ ସୁସ୍ଥ ହୋଇ ସାରିଥିବାରୁ ଆଜି ପାଟନା ଯାଉଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe