Advertisment

ସ୍ୱାଧୀନତା ଦିବସରେ ଆକ୍ରମଣ ଯୋଜନା ପଣ୍ଡ, ଆଇଏସଆଇଏସ ଏଜେଣ୍ଟ ଗିରଫ

ଲକ୍ଷ୍ନୌ: ସ୍ୱାଧୀନତା ଦିବସରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ହେଲେ ଫସର ଫାଟିଲା ଯୋଜନା। ଅଭିଯୁକ୍ତ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ସବାଉଦ୍ଦିନ ଆଜମି। ସବାଉଦ୍ଦିନଙ୍କ ଆଇଏସ ଆଇଏସ ସହ ଲିଙ୍କ ଥିବା ସନ୍ଦେହ କରାଯାଉଛି। ଆଜମଗଡ଼ରୁ ସବାଉଦ୍ଦିନଙ୍କୁ ଗିରଫ କରାଯାଛି। ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧୀ ସଂସ୍ଥା(ଏଟିଏସ) ତାଙ୍କୁ ବୁଧବାର ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁଲାଇ ୨୨ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ […]

ସ୍ୱାଧୀନତା ଦିବସରେ ଆକ୍ରମଣ ଯୋଜନା ପଣ୍ଡ, ଆଇଏସଆଇଏସ ଏଜେଣ୍ଟ ଗିରଫ

isis

Advertisment

ଲକ୍ଷ୍ନୌ: ସ୍ୱାଧୀନତା ଦିବସରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ହେଲେ ଫସର ଫାଟିଲା ଯୋଜନା। ଅଭିଯୁକ୍ତ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ସବାଉଦ୍ଦିନ ଆଜମି। ସବାଉଦ୍ଦିନଙ୍କ ଆଇଏସ ଆଇଏସ ସହ ଲିଙ୍କ ଥିବା ସନ୍ଦେହ କରାଯାଉଛି। ଆଜମଗଡ଼ରୁ ସବାଉଦ୍ଦିନଙ୍କୁ ଗିରଫ କରାଯାଛି। ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧୀ ସଂସ୍ଥା(ଏଟିଏସ) ତାଙ୍କୁ ବୁଧବାର ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁଲାଇ ୨୨ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Advertisment

ସବାଉଦ୍ଦିନ ଆଇଏସଆଇଏଦସ ଦ୍ୱାରା ନିଯୁକ୍ତି ପାଇଥିବା ପୁଲିସ ସନ୍ଦେହ  କରୁଛି। ବର୍ତ୍ତମାନ ସବାଉଦ୍ଦିନ ଏଆଇଏମଆଇମ ଦଳର ସଦସ୍ୟ ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କଠାରୁ ବିସ୍ଫୋରମ ସାମଗ୍ରୀ ତଥା ଆଇଇଡି ଜବତ କରାଯାଇଛି।  ସେହିପରି ତାଠାରୁ ବେଆଇନ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଛି। ସବାଉଦ୍ଦିନଙ୍କ ମୋବାଲ ଫୋନକୁ ଜବତ କରି ଅଧିକ ଖୋଳତାଡ଼ ଚାରି ରଖିଛି ଏଟିଏସ। ପୂର୍ବରୁ ସ୍ୱାଧୀନତା ଦିବସରେ ଅବସରର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲଟି କରିଛି ଗୋଇନ୍ଦା ବିଭାଗ ।

ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲଇଟି) ଏବଂ ଜୈସ-ଇ-ମହମ୍ମଦ(ଜେଇଏମ) କରିପାରନ୍ତି ଆକ୍ରମଣ। ଏମିତି କିଛି ଆଭାସ ପାଇଛି ଗୋଇନ୍ଦା ବିଭାଗ। ଏନେଇ ବିଭାଗ ଦିଲ୍ଲୀ ପୁଲିସକୁ ଆଲର୍ଟ କରିଛି। ମୁଖ୍ୟତଃ ଦିଲ୍ଲୀର ଲାଲକିଲ୍ଲା ଉପରେ କଡ଼ା ନଜର ସହ ସୁରକ୍ଷା ବଳୟକୁ କଡ଼ାକଡ଼ି କରି କରିବା ପାଇଁ ପରାମର୍ଶ ଦିଆଯାଇଛି। ତେଣୁ ଦିଲ୍ଲୀ ପୁଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe