Advertisment

ମୁଖ୍ୟମନ୍ତ୍ରୀ କହିଲେ ଆସ୍ଥା ପରୀକ୍ଷା ଦେବୁ, ବିରୋଧୀ ମନା କରି ନାରାବାଜୀ କଲେ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାରେ ଆଜି କ୍ଷମତାସୀନ ଆପ୍‌ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ଆଜି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଆରମ୍ଭରୁ ଆପ୍‌ ପକ୍ଷରୁ ଆସ୍ଥା ଭୋଟ ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ବିରୋଧ କରିଥିଲେ। ବିଧାନସଭାରେ […]

ମୁଖ୍ୟମନ୍ତ୍ରୀ କହିଲେ ଆସ୍ଥା ପରୀକ୍ଷା ଦେବୁ, ବିରୋଧୀ ମନା କରି ନାରାବାଜୀ କଲେ

mann

Advertisment

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାରେ ଆଜି କ୍ଷମତାସୀନ ଆପ୍‌ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ଆଜି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି।

Advertisment

ଏହି ଅଧିବେଶନ ଆରମ୍ଭରୁ ଆପ୍‌ ପକ୍ଷରୁ ଆସ୍ଥା ଭୋଟ ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ବିରୋଧ କରିଥିଲେ। ବିଧାନସଭାରେ ଆସ୍ଥା ଭୋଟ ପ୍ରସ୍ତାବ ଆଣିବା ରାଜ୍ୟପାଳଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରିବା ସହ ସମାନ। ମୁଁ ବିଧାନସଭାର ପବିତ୍ର ଗୃହରେ ଏହାକୁ ନିନ୍ଦା କରୁଛି ବୋଲି ସେ କହିଛନ୍ତି।

କଂଗ୍ରେସ ଓ ଅକାଳୀ ଦଳର ସମସ୍ତ ବିଧାୟକ ଆପ୍‌ ପକ୍ଷରୁ ଆସିଥିବା ଆସ୍ଥା ଭୋଟ ପ୍ରସ୍ତାବକୁ ବିରୋଧ କରି ନାରାବାଜୀ କରିଥିଲେ। ଏହାପୂର୍ବରୁ ରାଜ୍ୟପାଳ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଜରିଆରେ ଆପ୍‌ ଦେବାକୁ ଚାହୁଁଥିବା ଶକ୍ତିପରୀକ୍ଷାକୁ ବିରୋଧ କରିଥିଲେ। ଏପରି କି ଗୁରୁବାର ଆପ୍‌ ଡାକିଥିବା ସ୍ୱତନ୍ତ୍ର ଅଧିବେଶ ପାଇଁ ରାଜ୍ୟପାଳ ଅନୁମତି ଦେଇ ନଥିଲେ।

Advertisment

ଅନ୍ୟପକ୍ଷରେ କଂଗ୍ରେସକୁ ରାଜସ୍ଥାନ ସୃଷ୍ଟି ହୋଇଥିବା ଦଳୀୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ମାନ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ବର୍ତ୍ତମାନ ଆମକୁ ଗୃହର ଆଇନ ବିଷୟରେ ଶିକ୍ଷାଦେବ? ପ୍ରଥମେ ସେମାନେ ନିଜ ଘର ସଜାଡ଼ିବା ଦରକାର।”

ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ରବିବାର ଦିନ ସେପ୍ଟେମ୍ବର ୨୭ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ପାଇଁ ଅନୁମତି ଦେଇଥିଲେ। ଏହାପୂର୍ବରୁ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନେଇ ରାଜଭବନ ଓ ଆପ୍‌ ସରକାର ମଧ୍ୟରେ ବାକଯୁଦ୍ଧ ହୋଇଥିଲା।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି କୁଲତର ସିଂହ ସାନ୍ଧୱାନ ଆପ୍‌ ଆଣିଥିବା ଆସ୍ଥା ପ୍ରସ୍ତାବ କଥା କହିଥିଲେ। ଏହଶୁଣି ଗୃହରେ ଉପସ୍ଥିତ ଥିବା ୨ ବିଜେପି ବିଧାୟକ ଅଶ୍ୱିନୀ ଶର୍ମା ଓ ଜାଙ୍ଗୀ ଲାଲ ମହାଜନ କକ୍ଷତ୍ୟାଗ କରିଥିଲେ। ବାଚସ୍ପତି ଆହୁରି କହିଥିଲେ ଯେ ଗୃହର ବିଜନେସ ଆଡଭାଇଜରୀ କମିଟି ଏହି ସ୍ୱତନ୍ତ୍ର ଅଧିବେଶନର ଅବଧି ଅକ୍ଟୋବର ୩ ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହା ଦିନିକିଆ ଅଧିବେଶନ ହେବ ବୋଲି କୁହାଯାଇଥିଲା।

ସେପ୍ଟେମ୍ବର ୨୨ରେ ସ୍ୱତନ୍ତ୍ର ଅଧିବେଶନ ଡାକି ଆପ୍‌ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଚାହୁଁଥିଲେ। ହେଲେ ୨୧ ତାରିଖ ସନ୍ଧ୍ୟାରେ କେବଳ ଆସ୍ଥା ଭୋଟ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡାକିବାର ପ୍ରାବଧାନ ନଥିବା କହି ଅନୁମତି ଦେଇ ନଥିଲେ। ଏହାପରେ ୨୭ ତାରିଖରେ ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ରବିବାର ରାଜ୍ୟପାଳ ଅନୁମତି ଦେଇଥିଲେ।

ଏହି ଅଧିବେଶନରେ ଆପ୍‌ ସରକାର ନଡ଼ା ଜାଳିବା ଓ ବିଜୁଳି କ୍ଷେତ୍ରରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି କହିଥିଲେ। ହେଲେ ଆଜି ଆସ୍ଥା ଭୋଟ କଥା ଉଠିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ ବିରୋଧ କରିଥିଲେ।

ସୂଚାଯୋଗ୍ୟ, ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍‌ ଏକାକୀ ୯୨ଟି ଦଖଲ କରିଥିଲା। ହେଲେ କିଛି ଦିନ ତଳେ ବିଜେପି ଆପ୍‌ର କିଛି ବିଧାୟକଙ୍କୁ ଟଙ୍କା ଅଫର କରି କିଣିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଏହାର ଜବାବରେ ଆପ୍‌ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଚାହୁଁଥିବା ପ୍ରସ୍ତାବ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe