Advertisment

ଘନଘନ ରେଡ୍‌ ପରେ ପିଏଫଆଇ ଉପରେ ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଛି। ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାର ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ […]

ଘନଘନ ରେଡ୍‌ ପରେ ପିଏଫଆଇ ଉପରେ ଲାଗିଲା ବ୍ୟାନ୍‌

PFI

Advertisment

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଛି। ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାର ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ ମଧ୍ୟ ବ୍ୟାନ ଲାଗୁ କରାଯାଇଛି। ସଂଗଠନର ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ହିଂସା ସୃଷ୍ଟି କରିବା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପାଇଁ ପିଏଫଆଇ ବିଦେଶର ପାଣ୍ଠି ପାଇଥିବା ମଧ୍ୟ ଏନଆଇଏ ରେଡ ବେଳେ ଜଣାପଡ଼ିଥିଲା।

Advertisment

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ପିଏଫଆଇ ଓ ଏହା ସହ ଜଡ଼ିତ ଥିବା ରେହାବ ଇଣ୍ଡିଆ ଫାଉଣ୍ଡେସନ (ଆରଆଇଏଫ), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (ସିଏଫଆଇ), ଅଲଇଣ୍ଡିଆ ଇମାମ୍ସ କାଉସିଲ(ଏଆଇଆଇସି), ନ୍ୟାଶନାଲ କନଫେଡେରେସନ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (ଏନସିଏଚ୍‌ଆରଓ), ନ୍ୟାଶନାଲ ୱମେନ୍ସ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏନପାୱାର ଇଣ୍ଡିଆ ‍ଫାଉଡେସନ ଓ କେରଳ ରେହାବ ଫାଉଣ୍ଡସେନକୁ ବେଆଇନ ସଂଗଠନ ଭାବେ ଅବିହିତ କରାଯାଉଛି। ଏହାର ଅର୍ଥ ଏବେ ଏହି ସଂସ୍ଥାଗୁଡ଼ିକ ଦେଶରେ କୌଣସି ପ୍ରକାରର କାର୍ଯ୍ୟକଳାପ କରିପାରିବେ ନାହିଁ।

ମନ୍ତ୍ରଣାଳୟ କହିଛି ଯେ ପିଏଫଆଇ ଏକାଧିକ ଅପରାଧିକ ଓ ଆତଙ୍କବାଦ ମାମଲାରେ ଜଡ଼ିତ। ଭାରତର ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ପଦ ପ୍ରତି ଏହାର କୌଣସି ପ୍ରକାରର ସମ୍ମାନ ନାହିଁ। ସଂଗଠନ ବିଦେଶରୁ ପାଣ୍ଠି ସଂଗ୍ରହ କରିଛି। ବିଦେଶରୁ ସଂଗଠନର ସଦସ୍ୟଙ୍କୁ ନୀତିଗତ ସମର୍ଥନ ମିଳୁଛି। ଏହା ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି।

Advertisment

ତଦନ୍ତରୁ ଜଣାପଡ଼ିଛି ଯେ ପିଏଫଆଇ ଓ ଏହାର କ୍ୟାଡରମାନେ ଏକାଧିକ ହିଂସାତ୍ମକ ଓ ଦେଶ ବିରୋଧୀ କାମରେ ଲିପ୍ତ ରହିଛନ୍ତି। ଜଣେ କଲେଜ ପ୍ରେଫସରଙ୍କୁ ହାଣିବା, ଅନ୍ୟ ଧର୍ମର ସଂଗଠନ ସହ ଜଡ଼ିତ ଥିବା ଲୋକମାନଙ୍କୁ ନିର୍ମମ ଭାବେ ହତ୍ୟା କରିବା, ବିସ୍ଫୋରଣ ଦ୍ୱାରା ବିଶିଷ୍ଟ ବ୍ୟକ୍ତିଙ୍କୁ ଉଡ଼ାଇ ଦେବାର ଯୋଜନା କରିବା ଓ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାବା ଭଳି ଅପରାଧିକ କାର୍ଯ୍ୟକଳାପରେ ପିଏଫଆଇ ଓ ଏହାର ସଦସ୍ୟମାନେ ସାମିଲ ରହିଛନ୍ତି।

ପିଏଫଆଇର ଲିଙ୍କ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ରହିଛି। ଏପରି କି ପିଏଫଆଇର ଏକାଧିକ ସଦସ୍ୟ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ମଧ୍ୟ ସାମିଲ ହୋଇଛନ୍ତି। ଏମାନେ ସିରିୟା, ଇରାକ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି। ଆଇଏସ ସହ ଲିଙ୍କ ଥିବା କିଛି ପିଏଫଆଇ କ୍ୟାଡର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

ସୂଚନାଯୋଗ୍ୟ, ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ସେପ୍ଟେମ୍ବର ୨୨ରେ ଦେଶର ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ରେଡ୍‌ କରିଥିଲା। ଏହି ସମୟରେ ପିଏଫଆଇ ସହ ଜଡ଼ିତ ପ୍ରାୟ ୧୦୬ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ମଙ୍ଗଳବାର ୮ଟି ରାଜ୍ୟରେ ପୁଣି ଅପରେସନ କରାଯାଇଥିଲା। ଏତିକି ବେଳେ ପିଏଫଆଇର ୧୭୦ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe