ବିଜେପି ସାଂସଦ ରବି କିଶନଙ୍କ ଠାରୁ ୩ କୋଟି ଠକେଇ

ଗୋରଖପୁର: ଠକେଇର ଶିକାର ହୋଇଛନ୍ତି ଅଭିନେତାରୁ ବିଜେପି ସାଂସଦ ହୋଇଥିବା ରବି କିଶନ। ତାଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ମୁମ୍ବାଇର ଜଣେ ବ୍ୟବସାୟୀ ୩.୨୫ କୋଟି ଟଙ୍କା ଠକି ନେଇଛନ୍ତି। ଏନେଇ ତାଙ୍କ ଲୋକସସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ଠକେଇ ସମ୍ପର୍କରେ ପୁଲିସରେ ଅଭିଯୋଗ ହେବାରୁ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉତ୍ତର ପ୍ରଦେଶର ଗୋରଖପୁର ସଦରରୁ ସାଂସଦ ହୋଇଥିବା ରବି କିଶନ ୨୦୧୨ରେ ଅଭିଯୁକ୍ତ ଜୈନ ଜିତେନ୍ଦ୍ର ରମେଶଙ୍କୁ […]

Ravi-kishan

  • Published: Wednesday, 28 September 2022
  • , Updated: 28 September 2022, 09:04 AM IST

ଗୋରଖପୁର: ଠକେଇର ଶିକାର ହୋଇଛନ୍ତି ଅଭିନେତାରୁ ବିଜେପି ସାଂସଦ ହୋଇଥିବା ରବି କିଶନ। ତାଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ମୁମ୍ବାଇର ଜଣେ ବ୍ୟବସାୟୀ ୩.୨୫ କୋଟି ଟଙ୍କା ଠକି ନେଇଛନ୍ତି। ଏନେଇ ତାଙ୍କ ଲୋକସସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ଠକେଇ ସମ୍ପର୍କରେ ପୁଲିସରେ ଅଭିଯୋଗ ହେବାରୁ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଉତ୍ତର ପ୍ରଦେଶର ଗୋରଖପୁର ସଦରରୁ ସାଂସଦ ହୋଇଥିବା ରବି କିଶନ ୨୦୧୨ରେ ଅଭିଯୁକ୍ତ ଜୈନ ଜିତେନ୍ଦ୍ର ରମେଶଙ୍କୁ ଏତେ ପରିମାଣର ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ଫେରସ୍ତର ସମୟ ଆସିବାରୁ ଜିତେନ୍ଦ୍ର ଧରାଛୁଆଁ ଦେଇ ନଥିଲେ। କିଛି ଦିନର ଛକାପଞ୍ଝା ପରେ ଜିତେନ୍ଦ୍ର ୩୪ ଲକ୍ଷ ଟଙ୍କା ଲେଖାଏ ୧୨ଟି ଚେକ୍ ରବି କିଶନଙ୍କୁ ଦେଇଥିଲେ।

ଗତବର୍ଷ ଡିସେମ୍ବର ୭ରେ ସେ ଏହି ଚେକଗୁଡ଼ିକୁ ଏସବିଆଇର ଗୋଟିଏ ବ୍ରାଞ୍ଚରେ ଜମା କରିଥିଲେ। କିନ୍ତୁ ଚେକ୍ ଗୁଡ଼ିକ ବାଉନ୍ସ ହୋଇଯାଇଥିଲା। ଅର୍ଥାତ ଜିତେନ୍ଦ୍ର ଦେଇଥିବା ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିଲା। ଏହାପରେ ସେ ପୁଣି ଜିତେନ୍ଦ୍ର ସହ ଯୋଗାଯୋଗ କରିଥିଲେ। ହେଲେ ଟଙ୍କା ଫେରସ୍ତ ଓ ଚେକ ବାଉନ୍ସ ସମ୍ପର୍କରେ ସେ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।

ଶେଷରେ ନିରାଶ ହୋଇ ରବି କିଶନ ଠକାମୀର ପଡ଼ିଥିବା ଅନୁଭବ କରିଥିଲେ। ଏଥିସହ ପୁଲିସ୍ ନିକଟକୁ ଯାଇ ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ବୋଲି ତାଙ୍କ ପିଆରଓ ପବନ ଦୁବେ କହିଛନ୍ତି। ଗୋରଖପୁର କ୍ୟାଣ୍ଟନମେଣ୍ଟ ପୁଲିସ୍ କହିଛି ଯେ କିଛି ଦିନ ତଳେ ଅଭିଯୋଗ ଦାଖଲ କରାଯାଇଥିଲା। ଏହାକୁ ଭିତ୍ତି କରି ମାମଲା କରାଯାଇଛି। ୪୦୬ ଦଫାରେ ମାମଲା କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍‌ କହିଛି।

ତେବେ ଏତେ ପରିମାଣର ଟଙ୍କା କ’ଣ ପାଇଁ ରବି କିଶନ ବ୍ୟବସାୟୀ ଜିତେନ୍ଦ୍ରଙ୍କୁ ଦେଇଥିଲେ? ସେ କାହିଁକି ଚେକ୍ ଜରିଆରେ ଟଙ୍କା ଫେରସ୍ତ କରିଥିଲେ, ସେକଥା ଜଣାପଡ଼ିନି।

Related story