ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଶୁକ୍ରବାର ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି।  ବେଲାରୁଷର ଆଲେସ୍ ବାଲିଆସ୍କି ଏବଂ ରୁଷର ମାନବାଧିକାର ସଂଗଠନ ମେମୋରିଆଲ ଏବଂ ୟୁକ୍ରେନର ମାନବାଧିକାର ସଙ୍ଗଠନ ସିଭିଲ ରାଇଟ୍‌ ଲିବର୍ଟିଜ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ। ସାଧାରଣ ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ଲାଗି ଏମାନଙ୍କ ଲଢ଼େଇ ବେଶ ଅତୁଳନୀୟ ବୋଲି କୁହାଯାଇଛି। ବହୁ ବର୍ଷ ଧରି ବେଲାରୁଷର […]

790

  • Published: Friday, 07 October 2022
  • , Updated: 07 October 2022, 03:12 PM IST

ନୂଆଦିଲ୍ଲୀ: ଶୁକ୍ରବାର ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି।  ବେଲାରୁଷର ଆଲେସ୍ ବାଲିଆସ୍କି ଏବଂ ରୁଷର ମାନବାଧିକାର ସଂଗଠନ ମେମୋରିଆଲ ଏବଂ ୟୁକ୍ରେନର ମାନବାଧିକାର ସଙ୍ଗଠନ ସିଭିଲ ରାଇଟ୍‌ ଲିବର୍ଟିଜ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ। ସାଧାରଣ ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ଲାଗି ଏମାନଙ୍କ ଲଢ଼େଇ ବେଶ ଅତୁଳନୀୟ ବୋଲି କୁହାଯାଇଛି। ବହୁ ବର୍ଷ ଧରି ବେଲାରୁଷର ଆଲେସ୍ ବାଲିଆସ୍କି ଏବଂ ଦୁଇ ସଙ୍ଗଠନ ସମାଜର ନିଷ୍ପେସିତ ବର୍ଗଙ୍କ ଅଧିକାର ପାଇଁ  ସ୍ୱର ପାଲଟି ଆସିଛନ୍ତି।

ମାନିବିକ ଅଧିକାରର  ଅସଦବ୍ୟବହାର, ଯୁଦ୍ଧଗ୍ରସ୍ତ ଲୋକଙ୍କ ଦୁର୍ଦ୍ଦଶା ଏବଂ ସାଧାରଣ ଲୋକଙ୍କର ମୌଳି ଅଧିକାରକୁ କେମିତି ଦଳି ମକଚି ଦିଆଯାଉଛି ଏମାନେ ଶ୍ରେଷ୍ଠ ପ୍ରାମାଣିକ ଚଳିଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି।

ଏମାନେ ମିଳିତ ଭାବେ ସମାଜର ନିର୍ଯାତିତ ବର୍ଗଙ୍କ ପାଇଁ କାମ କରିଛନ୍ତି ।୧୯୮୦ରେ ବେଲାରୁଷର ଗଣତନ୍ତ୍ର ଆନ୍ଦୋଳନରେ  ବେଶ ସକ୍ରିୟ ଭୂକିମା ଗ୍ରହଣ କରିଥିଲେ ଆଲେସ୍ ବାଲିଆସ୍କି। ସେ ସମୟରେ ଦେଶର ନାଗରିକଙ୍କ ଅଧିକାର ଓ ଶାନ୍ତି ପାଇଁ ନିଜ ଜୀବନକୁ ବାଲିଆସ୍କି ବାଜି ଲଗାଇଦେଇଥିଲେ। ସେହିପରି ରୁଷରେ ମାନବିକ ଅଧିକାରକୁ ସଙ୍କୁଚିତ କରିବା ପ୍ରତିବାଦରେ ରୁଷର ମାନବାଧିକାର ସଂଗଠନ କାମ କରିଆସୁଛନ୍ତି। ୟୁକ୍ରେନ୍‌ର ମଧ୍ୟ ସମାନ ଭାବେ ସେଠିକାର ସଙ୍ଗଠନ କାମ କାରି ଆସୁଛି।

Related story