ଭଉଣୀ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଥିଲେ, ବାଟରେ ଛକିଥିଲା ମୃତ୍ୟୁ

ନୂଆଦିଲ୍ଲୀ: ଅଧା ରହିଗଲା ଭଉଣୀ ହାତରେ ରାକ୍ଷୀ ବାନ୍ଧିବାର ଆଶା। ରାକ୍ଷୀ ବନ୍ଧନରେ ଭଉଣୀକୁ ଭେଟିବା ପାଇଁ ଯାଉଥିଲେ ଭାଇ। କିନ୍ତୁ ବାଟରେ ଛକି ଥିଲା ମୃତ୍ୟୁ। ସେ ଯାଉଥିବା ବେଳେ ଅଚାନକ ଏକ ଗୁଡ଼ିର ସୂତା ତାଙ୍କ ବେକରେ ଲାଗି କଟିଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀର ଶାସ୍ତ୍ରୀ ପାର୍କ ନଗରରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ  ବିପିନ୍‌ କୁମାର। ସେ ତାଙ୍କ ସ୍ତ୍ରୀ, ଝିଅ ସହ ବାଇକରେ ଯାଉ‌ଥିବା ବେଳେ […]

kite

  • Published: Saturday, 13 August 2022
  • , Updated: 13 August 2022, 06:36 PM IST

ନୂଆଦିଲ୍ଲୀ: ଅଧା ରହିଗଲା ଭଉଣୀ ହାତରେ ରାକ୍ଷୀ ବାନ୍ଧିବାର ଆଶା। ରାକ୍ଷୀ ବନ୍ଧନରେ ଭଉଣୀକୁ ଭେଟିବା ପାଇଁ ଯାଉଥିଲେ ଭାଇ। କିନ୍ତୁ ବାଟରେ ଛକି ଥିଲା ମୃତ୍ୟୁ। ସେ ଯାଉଥିବା ବେଳେ ଅଚାନକ ଏକ ଗୁଡ଼ିର ସୂତା ତାଙ୍କ ବେକରେ ଲାଗି କଟିଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀର ଶାସ୍ତ୍ରୀ ପାର୍କ ନଗରରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ  ବିପିନ୍‌ କୁମାର। ସେ ତାଙ୍କ ସ୍ତ୍ରୀ, ଝିଅ ସହ ବାଇକରେ ଯାଉ‌ଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଲୋନିରେ ରହୁଥିବା ତାଙ୍କ ଭଉଣୀଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ବିପିନ୍‌ କୁମାର ବାଇକରେ ଯାଉଥିଲେ। ସାଙ୍ଗରେ ଝିଅ ଓ ପତ୍ନୀ ବସିଥିଲେ।

ବିପିନ୍‌ ଶାସ୍ତ୍ରୀ ପାର୍କ ଅଞ୍ଚଳ ଦେଇ ଯିବାବେଳେ ତାଙ୍କ ବେକରେ ଏକ ଗୁଡ଼ି ସୂତା ଲାଗି ତାଙ୍କ ବେକ କଟିଯାଥିଲା। ଘଟଣାସ୍ଥଧଳରେ ତାଙ୍କର ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଯେତେବେଳେ ସୂତାଟିକୁ କାଢ଼ିବା ପାଇଁ ବିପିନ ଉଦ୍ୟମ କରିଥିଲେ ତାଙ୍କ ହାତ କଟିଯାଇଥିଲା। ଏହା ପରେ ସେ ବାଇକଟିକୁ ଅଟକାଇଥିଲେ। ପଛରେ ବସିଥିବା ସ୍ତ୍ରୀ ଓ ଝିଅ ଓହ୍ଲାଇଥିଲେ। ବିପିନଙ୍କ ସ୍ତ୍ରୀ ତାଙ୍କ ମଥାରୁ ହେଲମେଟ କାଢ଼ିବା ବେଳକୁ ବହୁ ରକ୍ତ ବହିସାରିଥିଲା। ଏହା ପରେ ବିପିନ ତଳେ ପଡ଼ିଯାଥିଲେ।

ଅନ୍ୟ ଯାତ୍ରୀଙ୍କ ସହାୟତରେ ତାଙ୍କ ପତ୍ନୀ ବିପିନଙ୍କୁ ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ରାଜଧାନୀ ପାର୍କ ନାଙ୍ଗ୍ଲୋଇ ଇଲାକାରେ ବିପିନ ତାଙ୍କ ପରିବାର ସହ ରୁହନ୍ତି। ବିପିନ ଜଣେ ପାଉଁରୁଟି ବ୍ୟବସାୟୀ ଥିଲେ।

Related story