ଶ୍ରଦ୍ଧାଙ୍କୁ ହତ୍ୟା ପରେ ତାଙ୍କ ମୁଦି ଆଉ ଜଣେ ଯୁବତୀଙ୍କୁ ଦେଇଥିଲା ଅଫତାବ

ନୂଆଦିଲ୍ଲୀ: ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ଅଫତାବ ପୁନାୱାଲା ସମ୍ପର୍କରେ ଆଉ ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରି ଖଣ୍ଡଖଣ୍ଡ କରିବା ପରେ ମଧ୍ୟ ଅଫତାବ ବେଶ ସ୍ୱାଭାବିକ ଭାବେ ଆଚରଣ କରିଥିଲା। ଏପରି କି ସେ ଆଉ ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ତାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅଫତାବ ନିଜ ରୁମକୁ ଆଣିଥିଲା। ରୁମରୁ ଯିବା […]

shradha

  • Published: Tuesday, 29 November 2022
  • , Updated: 29 November 2022, 01:28 PM IST

ନୂଆଦିଲ୍ଲୀ: ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ଅଫତାବ ପୁନାୱାଲା ସମ୍ପର୍କରେ ଆଉ ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରି ଖଣ୍ଡଖଣ୍ଡ କରିବା ପରେ ମଧ୍ୟ ଅଫତାବ ବେଶ ସ୍ୱାଭାବିକ ଭାବେ ଆଚରଣ କରିଥିଲା।

ଏପରି କି ସେ ଆଉ ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ତାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅଫତାବ ନିଜ ରୁମକୁ ଆଣିଥିଲା। ରୁମରୁ ଯିବା ବେଳେ ଉକ୍ତ ଯୁବତୀଙ୍କୁ ଅଫତାବ ଗୋଟିଏ ମୁଦି ମଧ୍ୟ ଉପହାର ଆକାରରେ ଦେଇଥିଲେ। ତେବେ ଉକ୍ତ ମୁଦିଟି ଶ୍ରଦ୍ଧାଙ୍କର ଥିଲା। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ସେହି ମୁଦିଟିକୁ ତାଙ୍କ ଆଙ୍ଗୁଠିରୁ କାଢ଼ି ନିଜ ପାଖରେ ରଖିଥିଲେ।

ଏହାପରେ ସେହି ମୁଦିକୁ ଆଉ ଜଣେ ଯୁବତୀଙ୍କୁ ଦେଇ ନିଜ ପ୍ରେମ ସମ୍ପର୍କରୁ ଆହୁରି ମଜବୁତ କରିବାକୁ ସେ ଚେଷ୍ଟା କରିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଉକ୍ତ ଯୁବତୀଙ୍କ ଠାରୁ ଅଫତାବ ଦେଇଥିବା ମୁଦିକୁ ଜବତ କରିଛି। ଏଥିସହ ଅଫତାବର ପ୍ରେମ ଜାଲରେ ଫସିଥିବା ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଶ୍ରଦ୍ଧାଙ୍କ ବାପା ହିଁ ଝିଅକୁ ଉକ୍ତ ମୁଦି ଦେଇଥିଲେ। ଏହି ମୁଦିକୁ ସବୁବେଳେ ଶ୍ରଦ୍ଧା ନିଜ ପାଖରେ ରଖୁଥିଲେ। କିନ୍ତୁ ଅଫତାବ ତାଙ୍କୁ ହତ୍ୟା କରିବା ପରେ ସେହି ମୁଦିକୁ ନିଜର ବୋଲି ଦାବି କରି ନୂଆ ପ୍ରେମିକାଙ୍କୁ ଦେଇଥିଲା। ପୁଲିସ୍‌ ଶ୍ରଦ୍ଧାଙ୍କ ବାପା ଓ ମୁଦି ପାଇଥିବା ଯୁବତୀଙ୍କ ବୟାନ ରେକର୍ଡ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ ମଧ୍ୟ ଉକ୍ତ ଯୁବତୀଙ୍କ ସହ ଅଫତାବ ବେଶ ସାଧାରଣ ଭାବେ ବ୍ୟବହାର କରୁଥିଲା। ସେ ଏମିତି ସ୍ୱାଭାବିକ ଭାବେ କଥାବାର୍ତ୍ତା କରୁଥିଲା ଯେ ତାଙ୍କ ପ୍ରେମରେ ପଡ଼ିଥିବା ଯୁବତୀ ଜଣଙ୍କ ଅଫତାବ ଜଣେ ହତ୍ୟାକାରୀ ବୋଲି ଆଦୌ ସନ୍ଦେହ କରି ନଥିଲେ।

ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ଶରୀର ଅଫତାବ ନିଜ ରୁମରେ ରଖିଥିବା ବେଳେ ନୂଆ ପ୍ରେମିକାଙ୍କୁ ଘରକୁ ଆଣିଥିଲା। ସେ ରୁମରୁ ଯିବା ବେଳେ ଅଫତାବ ତାଙ୍କୁ ଶ୍ରଦ୍ଧାଙ୍କ ମୁଦି ଦେଇଥିଲା ବୋଲି ପୁଲିସ୍ କହିଛି। ନୂଆ ପ୍ରେମିକାଙ୍କୁ ରୁମକୁ ଆଣିବା ପୂର୍ବରୁ ଅଫତାବ ନିଜ ଘରକୁ ଭଲ ଭାବେ ସଫା କରିଥିଲା। ତେଣୁ ଯୁବତୀ ଜଣଙ୍କ ଅଫତାବ ଉପରେ କୌଣସି ପ୍ରକାରର ସନ୍ଦେହ କରି ନଥିଲେ।

ଅନ୍ୟପକ୍ଷରେ ଦିଲ୍ଲୀର ମେହରଉଲି ଜଙ୍ଗଲରୁ ପୁଲିସ୍ କିଛି ଚୁଟି ପାଇଛି। ଏହା ଶ୍ରଦ୍ଧାଙ୍କର କି ନୁହେଁ, ସେକଥା ଜାଣିବା ପାଇଁ ଠାବ ହୋଇଥିବା ଚୁଟିର ଫରେନ୍ସିକ ଯାଞ୍ଚ କରାଯିବ। ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଅଫତାବ ତାଙ୍କ ଚୁଟିକୁ କାଟି ଦେଇଥିଲା। ଏହାପରେ ଉକ୍ତ ଚୁଟିକୁ ଶରୀରର ଅଂଶଗୁଡ଼ିକ ସହ ମେହରଉଲି ଜଙ୍ଗଲରେ ଫିଙ୍ଗିଥିବା ପୁଲିସ ଜାଣିବାକୁ ପାଇଛି।

Related story