NDTV ଦଖଲ କରିବେ ଗୌତମ ଆଦାନି, ଇସ୍ତଫା ଦେଲେ ପ୍ରଣୟ ଓ ରାଧିକା ରୟ

ନୂଆଦିଲ୍ଲୀ: ଜାତୀୟ ନ୍ୟୁଜ ଚ୍ୟାନେଲ ଏନଟିଭିକୁ ନିଜ ଦଖଲକୁ ନେବେ ଶିଳ୍ପପତି ଗୌତମ ଆଦାନି। ଖୁବଶୀଘ୍ର ଏନଡିଟିଭିର ମାଲିକାନା ପରିବର୍ତ୍ତନ ହେବ। ଏହାପୂର୍ବରୁ ଏନଡିଟିଭିର ପ୍ରମୋଟର କମ୍ପାନୀ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ବୋର୍ଡ ଅଫ୍‌ ଡିରେକ୍ଟର୍ସରୁ ଇସ୍ତଫା ଦେଇଛନ୍ତି ପ୍ରଣୟ ରୟ ଓ ରାଧିକା ରୟ। ନଭେମ୍ବର ୨୯ରେ କମ୍ପାନୀର ଡିରେକ୍ଟର୍ସ ବୋର୍ଡରେ ଉଭୟ ଇସ୍ତଫା ଦେଇଥିବା ବେଳେ ଏହାକୁ ଗ୍ରହଣ ମଧ୍ୟ କରି ନିଆଯାଇଛି। ପ୍ରଣୟ ହେଉଛନ୍ତି ଏନଡିଟିଭିର ଅଧ୍ୟକ୍ଷ ଓ ରାଧିକା ହେଉଛନ୍ତି […]

Prannoy roy

  • Published: Wednesday, 30 November 2022
  • , Updated: 30 November 2022, 11:43 AM IST

ନୂଆଦିଲ୍ଲୀ: ଜାତୀୟ ନ୍ୟୁଜ ଚ୍ୟାନେଲ ଏନଟିଭିକୁ ନିଜ ଦଖଲକୁ ନେବେ ଶିଳ୍ପପତି ଗୌତମ ଆଦାନି। ଖୁବଶୀଘ୍ର ଏନଡିଟିଭିର ମାଲିକାନା ପରିବର୍ତ୍ତନ ହେବ। ଏହାପୂର୍ବରୁ ଏନଡିଟିଭିର ପ୍ରମୋଟର କମ୍ପାନୀ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ବୋର୍ଡ ଅଫ୍‌ ଡିରେକ୍ଟର୍ସରୁ ଇସ୍ତଫା ଦେଇଛନ୍ତି ପ୍ରଣୟ ରୟ ଓ ରାଧିକା ରୟ।

ନଭେମ୍ବର ୨୯ରେ କମ୍ପାନୀର ଡିରେକ୍ଟର୍ସ ବୋର୍ଡରେ ଉଭୟ ଇସ୍ତଫା ଦେଇଥିବା ବେଳେ ଏହାକୁ ଗ୍ରହଣ ମଧ୍ୟ କରି ନିଆଯାଇଛି। ପ୍ରଣୟ ହେଉଛନ୍ତି ଏନଡିଟିଭିର ଅଧ୍ୟକ୍ଷ ଓ ରାଧିକା ହେଉଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଆଦାନୀ ଗ୍ରୁପ୍‌ କୌଶଳକ୍ରମେ ଏନଡିଟିଭିର ଶେୟାର କିଣି ନେଇଥିବାରୁ ସେମାନେ ଇସ୍ତଫା ଦେଇଥିବା କୁହାଯାଉଛି।

ରୟ ଦମ୍ପତିଙ୍କ ଇସ୍ତଫା ସମ୍ପର୍କରେ ଏନଡିଟିଭି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇ ଦେଇଛି। ଆଦାନୀ ଗ୍ରୁପ୍ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (ଏନଡିଟିଭି)କୁ ଦଖଲ କରିବା ପାଇଁ ଖୋଲା ଅଫର ଆଣିଥିବା ବେଳେ ଏପରି ଘଟଣା ଘଟିଛି। ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ୯୯.୫ ପ୍ରତିଶତ ଶେୟାର ଆଦାନି ଗ୍ରୁପ ହାସଲ କରିନେଇଛି। ତେଣୁ ଗୌତମ ଆଦାନି ଏବେ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ମାଲିକ ହୋଇଛନ୍ତି।

କମ୍ପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃ ସୁଦର୍ଶନ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗାଲିଆ, ସେନ୍ତିଲ ଏସ୍‌ ଚେଙ୍ଗଲଭାରାୟନଙ୍କୁ ତୁରନ୍ତ ବୋର୍ଡର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛି। ଏଥିସହ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ବୋର୍ଡ ଡିରେକ୍ଟର୍ସରୁ ପ୍ରଣୟ ଓ ରାଧିକା ରୟ ଦେଇଥିବା ଇସ୍ତଫାକୁ ଗ୍ରହଣ କରି ନିଆଯାଇଛି। ସେମାନେ ଇସ୍ତଫା ଦେଇଥିବାରୁ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃ ନୂଆ ଲୋକଙ୍କୁ ବୋର୍ଡରେ ସାମିଲ କରିଥିବା କହିଛି।

ଅଗଷ୍ଟ ମାସରେ ଭିସିପିଏଲ୍ ଏନଡିଟିଭିର ପ୍ରମୋଟର କମ୍ପାନୀ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ୯୯.୫% ଅଂଶଧନ କିଣିଥିଲା। ଭିସିପିଏଲ ହେଉଛି ଏଏମଜି ମିଡିଆ ନେଟୱାର୍କ ଲିମିଟେଡର ଏକ ସହାୟକ କମ୍ପାନୀ, ଯେଉଁଥିରେ ୧୦୦% ଅଂଶଧନ ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡର ରହିଛି।

ଏନଡିଟିଭିର ପ୍ରମୋଟର୍ କମ୍ପାନୀ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର କହିବା ଅନୁଯାୟୀ, ଏହାର ଇକ୍ୱିଟି ପୁଞ୍ଜିର ୯୯.୫ ପ୍ରତିଶତ ଆଦାନି ଗ୍ରୁପ୍ ମାଲିକାନାରେ ଥିବା ଭିସିପିଏଲକୁ ସ୍ଥାନାନ୍ତର କରିଛି। ଏହି ଶେୟାର ଟ୍ରାନ୍ସଫର ହୋଇଥିବାରୁ ଆଦାନି ଗ୍ରୁପକୁ ଏନଡିଟିଭିର ୨୯.୧୮% ଅଂଶଧନ ମିଳିଛି।

ଏଥି ସହିତ ଆଦାନି ଗ୍ରୁପ୍ ଏନଡିଟିଭିର ଆଉ ୨୬% ଅଂଶଧନ ପାଇଁ ବଜାରରେ ଏକ ଖୋଲା ଅଫର ଘୋଷଣା କରିଛି। ଏହା ଡିସେମ୍ବର ୫ ଯାଏ ଚାଲିବ। ଏହି ଖୋଲା ଅଫର ଦ୍ୱାରା ଆଦାନି ଗ୍ରୁପ ଉକ୍ତ ୨୬% ଅଂଶଧନକୁ ମଧ୍ୟ ନିଜ ପାଖକୁ ନେବ। ଏହାପରେ ଏନଡିଟିଭିର ସଂପୂର୍ଣ୍ଣ ଭାବେ ଆଦାନି ଗ୍ରୁପ୍‌ର ହୋଇଯିବ।

ଆଦାନି ଗ୍ରୁପ୍ ଅଗଷ୍ଟ ମାସରେ ଭିସିପିଏଲକୁ ଦଖଲ କରିଥିବା ସମ୍ପର୍କରେ ଘୋଷଣା କରିଥିଲା। ୨୦୦୯ ଓ ୨୦୧୦ ମସିହାରେ ଭିସିପିଏଲ NDTVର ପ୍ରମୋଟର କମ୍ପାନୀ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃକୁ ୪୦୩.୮୫ କୋଟି ଟଙ୍କା ଋଣ ଦେଇଥିଲା। ଏହା ବଦଳରେ ଏନଡିଟିଭିର ୨୯.୧୮% ଶେୟାର କମ୍ପାନୀ ନିଜ ପାଖରେ ରଖିଥିଲା।

Related story