Advertisment

ଭିଜିଲାନ୍ସ ରେଡ୍‌: ୪ କୋଟି ଟଙ୍କା ଜବତ

ପାଟନା: ହଜାରେ କି ଲକ୍ଷେ ନୁହଁ। କୋଟି କୋଟି଼ ଟଙ୍କା ଜବତ ହୋଇଛି। ବିହାର ଭିଭିଲାନ୍ସ ଟିମ୍‌ ଆଜି ଜଣେ ସରକାରୀ କର୍ମଚାରୀଙ୍କ ଘରୁ ୪ କୋଟି ଟଙ୍କା ଜବତ କରିଛି। ସମ୍ପୃକ୍ତ କର୍ମଚାରୀ ଜଣକ ହେଉଛନ୍ତି ଏକଜିକ୍ୟୁଟିଭ ଇଞ୍ଜିନିୟର ସଞ୍ଜୟ କୁମାର ରାୟ।  ବିହାରର ପାଟନାର ସଞ୍ଜୟ କୁମାରଙ୍କ ବାସଭବନ ବ୍ୟତୀତ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ। ଆଜି ଯେତେବେଳେ ଭିଜିଲାନ୍ସ  ସଞ୍ଜୟ କୁମାରଙ୍କ ବାସଭବନ କିଶନଗଞ୍ଜରେ ପହଞ୍ଚିଥିଲେ ସେମାନେ ଏକ ଭିନ୍ନ ତଥ୍ୟ […]

author-image
Tapas Behera
ଅଦ୍ୟତନ ହୋଇଛି
ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଉ ୧୫ କୋଟି ଟଙ୍କା ଜବତ

Money

ପାଟନା: ହଜାରେ କି ଲକ୍ଷେ ନୁହଁ। କୋଟି କୋଟି଼ ଟଙ୍କା ଜବତ ହୋଇଛି। ବିହାର ଭିଭିଲାନ୍ସ ଟିମ୍‌ ଆଜି ଜଣେ ସରକାରୀ କର୍ମଚାରୀଙ୍କ ଘରୁ ୪ କୋଟି ଟଙ୍କା ଜବତ କରିଛି। ସମ୍ପୃକ୍ତ କର୍ମଚାରୀ ଜଣକ ହେଉଛନ୍ତି ଏକଜିକ୍ୟୁଟିଭ ଇଞ୍ଜିନିୟର ସଞ୍ଜୟ କୁମାର ରାୟ।  ବିହାରର ପାଟନାର ସଞ୍ଜୟ କୁମାରଙ୍କ ବାସଭବନ ବ୍ୟତୀତ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ। ଆଜି ଯେତେବେଳେ ଭିଜିଲାନ୍ସ  ସଞ୍ଜୟ କୁମାରଙ୍କ ବାସଭବନ କିଶନଗଞ୍ଜରେ ପହଞ୍ଚିଥିଲେ ସେମାନେ ଏକ ଭିନ୍ନ ତଥ୍ୟ ଜାଣିବାକୁ ପାଇଥିଲେ।

Advertisment

ସଞ୍ଜୟ କୁମାର କିଛି ଟଙ୍କା ତାଙ୍କ ଜୁନିୟର ଇଞ୍ଜିନିୟର ଏବଂ କ୍ୟାସିୟରଙ୍କ ଘରେ ଲୁଚାଇଥିବା  ଜାଣିବାକୁ  ପାଇଥିଲେ। କୋଟି କୋଟି ଟଙ୍କାର କିକ୍‌ବ୍ୟାକରୁ ମିଳିଥିବା ଏହି ଟଙ୍କା ଲାଗି ଭିଜିଲାନ୍ସ ପକ୍ଷରୁ ମାରାଥନ ରେଡ୍‌ ହୋଇଥିଲା। ଏହା ପରେ ଭିଜିଲାନ୍ସ କିଶନଗଞ୍ଜରରେ ଥିବା କ୍ୟାସିୟରଙ୍କ ଘରୁ ୩ କୋଟି ଟଙ୍କା ଜବତ କରିଥିଲା। ଆଉ ଏକ କୋଟି ଟଙ୍କା ସଞ୍ଜୟଙ୍କ ଘରୁ ଜବତ କରାଯାଇଥିଲା। ଏହି ରେଡ୍‌ ଜାରି ରହିଥିବା ବେଳେ ଟଙ୍କା ଗଣିବାକୁ ମେସିନ୍ ଅଣାଯାଇଛି।