ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦନ ମହମ୍ମଦ

କୋଝିକୋଡ: ବରିଷ୍ଠ କଂଗ୍ରେସ ନେତା ତଥା ୮ଥର କେରଳ ବିଧାନସଭାକୁ ନିର୍ବାଚିତ ହୋଇଥିବା ଆର୍ଯ୍ୟଦନ ମହମ୍ମଦ ଆଉ ନାହାନ୍ତି। ଆଜି ସେ ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ବୟସଜନିତ ଅସୁସ୍ଥତା ଯୋଗୁ ଗୋଟିଏ ସପ୍ତାହ ହେବ ମହମ୍ମଦଙ୍କୁ କେରଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। […]

congress

  • Published: Sunday, 25 September 2022
  • , Updated: 25 September 2022, 12:54 PM IST

କୋଝିକୋଡ: ବରିଷ୍ଠ କଂଗ୍ରେସ ନେତା ତଥା ୮ଥର କେରଳ ବିଧାନସଭାକୁ ନିର୍ବାଚିତ ହୋଇଥିବା ଆର୍ଯ୍ୟଦନ ମହମ୍ମଦ ଆଉ ନାହାନ୍ତି। ଆଜି ସେ ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ବୟସଜନିତ ଅସୁସ୍ଥତା ଯୋଗୁ ଗୋଟିଏ ସପ୍ତାହ ହେବ ମହମ୍ମଦଙ୍କୁ କେରଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

୧୯୭୭ରୁ ୨୦୧୧ ଯାଏ ନିଲମବୁର ବିଧାନସଭା ଆସନରୁ ବିଧାୟକ ଭାବେ କାମ କରିଥିବା ମହମ୍ମଦ ରାଜ୍ୟରେ ୩ଥର ମନ୍ତ୍ରୀ ହୋଇଥିଲେ। କରିଛନ୍ତି।

ପ୍ରଥମେ ସେ ଇକେ ନାୟନର ସରକାରରେ ମନ୍ତ୍ରୀ ହୋଇଥିଲେ। ଏହାପରେ ଏକେ ଆଣ୍ଟୋନୀ ଓ ପରେ ଓମେନ ଚାଣ୍ଡୀଙ୍କ ସରକାରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା।

ମହମ୍ମଦଙ୍କ ପୁଅ ଆୟଦନ ସୌକତ କହିଛନ୍ତି, “ବାପାଙ୍କ ପାର୍ଥିବ ଶରୀରରୁ ହସ୍ପିଟାଲରୁ ନିଲମବୁର ନିଆଯିବ। ସେଠାରେ ତାଙ୍କୁ ଭଲ ପାଉଥିବା ଲୋକମାନେ ଶେଷ ଦର୍ଶନ କରିବେ। ଆସନ୍ତାକାଲି ସକାଳ ୯ଟାରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସପ୍ତାହେ ହେଲାଣି ବାପା ଅସୁସ୍ଥତା କାରଣରୁ ଆଇସିୟୁରେ ରହିଥିଲେ। ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ସେ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।”

ଦିବଙ୍ଗତ ମହମ୍ମଦଙ୍କ ପାଇଁ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୀତିକ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି, “ବାମପନ୍ଥୀ ସହିତ ଓ ଏହା ବିରୋଧରେ ମହମ୍ମଦଙ୍କ ରାଜନୀତିକ ଅଭିଜ୍ଞତା ରହିଥିଲା। ସେ ଜଣେ ମହାନ ବିଧାୟକ ଥିଲେ। ସେ ସବୁବେଳେ ଧର୍ମନିରପେକ୍ଷତାର ମୂଲ୍ୟବୋଧକୁ ବୁଝୁଥିଲେ।”

ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେରଳ ପିସିସି ମୁଖ୍ୟ କେ ସୁଧାକନ, ବରିଷ୍ଠ କଂଗ୍ରେସ ନେତା ରମେଶ ଚେନ୍ନିତାଲା, କେରଳ କଂଗ୍ରେସ(ଏମ)ର ଅଧ୍ୟକ୍ଷ ଯୋସେ କେ ମଣି, କେରଳ ବିଧାନସଭା ବାଚସ୍ପତି ଏଏନ ଶମସୀରଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ମହମ୍ମଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Related story