Advertisment

ପ୍ରକୃତ ଶିବସେନା କିଏ? ଉଦ୍ଧବ ଠାକରେଙ୍କୁ ‘ସୁପ୍ରିମ’ ଝଟକା

ନୂଆଦିଲ୍ଲୀ: ବାଲା ସାହେକ ଠାକରେଙ୍କ ପୁଅ ଉଦ୍ଧବ ଠାକରେଙ୍କୁ ଆଜି ସୁପ୍ରିମ ଝଟକା ଲାଗିଛି। ବାଲା ସାହେବଙ୍କ ଶିବସେନା ଏବେ ଉଦ୍ଧବଙ୍କ ହାତରୁ ଖସି ଯିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେ ଶିବସେନା ଉପରେ ନିଜର ହକ ଜାହିର କରିବା ସହ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ଉଦ୍ଧବ ଠାକରେ ବିରୋଧ କରିଥିଲେ। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଏବେ ସୁପ୍ରିମକୋର୍ଟଙ୍କ ରାୟ ଉଦ୍ଧବଙ୍କୁ […]

ପ୍ରକୃତ ଶିବସେନା କିଏ? ଉଦ୍ଧବ ଠାକରେଙ୍କୁ ‘ସୁପ୍ରିମ’ ଝଟକା

sindhe

Advertisment

ନୂଆଦିଲ୍ଲୀ: ବାଲା ସାହେକ ଠାକରେଙ୍କ ପୁଅ ଉଦ୍ଧବ ଠାକରେଙ୍କୁ ଆଜି ସୁପ୍ରିମ ଝଟକା ଲାଗିଛି। ବାଲା ସାହେବଙ୍କ ଶିବସେନା ଏବେ ଉଦ୍ଧବଙ୍କ ହାତରୁ ଖସି ଯିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେ ଶିବସେନା ଉପରେ ନିଜର ହକ ଜାହିର କରିବା ସହ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ଉଦ୍ଧବ ଠାକରେ ବିରୋଧ କରିଥିଲେ।

Advertisment

ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଏବେ ସୁପ୍ରିମକୋର୍ଟଙ୍କ ରାୟ ଉଦ୍ଧବଙ୍କୁ ନିରାଶ କରିଛି। ସର୍ବୋଚ୍ଚ ଅଦାଲତ ଉଦ୍ଧବ ଠାକରେଙ୍କୁ ଝଟକା ଦେଇ ପ୍ରକୃତ ଶିବ ସୈନିକ କିଏ, ତା’ର ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ଉପରେ ଛାଡ଼ି ଦେଇଛନ୍ତି। ଏବେ ନିର୍ବାଚନ କମିଶନ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ବିବାଦର ସମାଧାନ କରିବେ। ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କ ସପକ୍ଷରେ ରାୟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରି ହେଲେ ସିନ୍ଦେ ହିଁ ଶିବସେନାର ଦଳୀୟ ଚିହ୍ନ ଓ ନାଁର ବ୍ୟବହାର କରିବାକୁ ଅନୁମତି ପାଇବେ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଆଜି ଏପରି ରାୟ ଦେଇଛନ୍ତି। ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ସହ ମିଶିବା ପରେ ଶିବସେନାକୁ ନିଜର ବୋଲି କହିବା ଆରମ୍ଭ କରିଥିଲେ। ଶିବସେନାର ଅଧିକାଂଶ ସାଂସଦ ଓ ବିଧାୟକ ସିନ୍ଦେଙ୍କୁ ସମର୍ଥନ କରୁଥିବାରୁ ତାଙ୍କ ଗୋଷ୍ଠୀ ଦଳର ଚିହ୍ନ ନିଜ ପାଖକୁ ଆଣିବାକୁ ଚାହିଁଥିଲା। ଏଥିପାଇଁ ସେମାନେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ଇସି ଏହାକୁ ଗ୍ରହଣ କରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଜବାବ ଦାଖଲ କରିବାକୁ କହିଥିଲେ। କିନ୍ତୁ ଜବାବ ଦେବା ବଦଳରେ ଏହାକୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ଇସି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିବାରୁ ଉଦ୍ଧବ ଠାକରେଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ଏଥିସହ ଆବେଦନର ବିଚାର ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ।

ଆଜି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପ୍ରାୟ ୫ ଘଣ୍ଟା ଧରି ଶିବସେନା ବନାମ ଶିବସେନା କଳିର ଶୁଣାଣି କରିଥିଲେ। ଏହି ସମୟରେ ଦୁଇ ପକ୍ଷର ବିଭିନ୍ନ ପ୍ରକାରର ଯୁକ୍ତି ଉପସ୍ଥାପନ କରିଥିଲେ। ଶେଷରେ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ସେହିପରି ନିର୍ବାଚନ କମିଶନ ହିଁ ପ୍ରକୃତ ଶିବସେନା କିଏ, ତା’ର ବିଚାର କରିବେ ବୋଲି କହିଛନ୍ତି। ଏହି ରାୟ ପରେ ଉଦ୍ଧବ ଠାକରେଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଅଗ୍ରାହ୍ୟ ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe