ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ‘ରାପିଡୋ’ ଡ୍ରାଇଭର ଓ ସହଯୋଗୀ

ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରୁ ଆସିଛି ସାଂଘାତିକ ଅଭିଯୋଗ। ସାଙ୍ଗ ଘରକୁ ଯିବା ପାଇଁ ରାପିଡୋ ଆପ୍‌ରେ ବାଇକ୍‌ ବୁକିଂ କରିଥିବା କେରଳର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବାଇକ ଟ୍ୟାକ୍ସି ଡ୍ରାଇଭର ଓ ତା’ର ଜଣେ ସହଯୋଗୀ ମିଳିତ ଭାବେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏହାକୁ ରାପିଡୋ ଡ୍ରାଇଭରର ଜଣେ ମହିଳା ବନ୍ଧୁ ମଧ୍ୟ ଉପଭୋଗ କରିଛନ୍ତି। ପୂରା ଘଟଣା ଶୁକ୍ରବାର ଘଟିଥିବା ବେଳେ ପୁଲିସ୍‌ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ […]

stoprape

  • Published: Wednesday, 30 November 2022
  • , Updated: 30 November 2022, 09:45 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରୁ ଆସିଛି ସାଂଘାତିକ ଅଭିଯୋଗ। ସାଙ୍ଗ ଘରକୁ ଯିବା ପାଇଁ ରାପିଡୋ ଆପ୍‌ରେ ବାଇକ୍‌ ବୁକିଂ କରିଥିବା କେରଳର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବାଇକ ଟ୍ୟାକ୍ସି ଡ୍ରାଇଭର ଓ ତା’ର ଜଣେ ସହଯୋଗୀ ମିଳିତ ଭାବେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି।

ଏହାକୁ ରାପିଡୋ ଡ୍ରାଇଭରର ଜଣେ ମହିଳା ବନ୍ଧୁ ମଧ୍ୟ ଉପଭୋଗ କରିଛନ୍ତି। ପୂରା ଘଟଣା ଶୁକ୍ରବାର ଘଟିଥିବା ବେଳେ ପୁଲିସ୍‌ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗଣଦୁଷ୍କର୍ମର ଶିକାର ହୋଇଥିବା ୨୨ ବର୍ଷୀୟ ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଶୁକ୍ରବାର ସେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରହିଥିଲେ। ସେଠାରେ ପାର୍ଟି କରିବା ପରେ ସେ ମଧ୍ୟରାତ୍ରରେ ତାଙ୍କର ଆଉ ଜଣେ ବନ୍ଧୁଙ୍କ ଘରକୁ ଯିବା ପାଇଁ ରାପିଡୋ ଆପ୍‌ରେ ବାଇକ ବୁକିଂ କରିଥିଲେ।

ବାଇକ ଧରି ରାପିଡୋ ଡ୍ରାଇଭର ମଧ୍ୟ ଯୁବତୀଙ୍କ ଲୋକେସନରେ ପହଞ୍ଚିଥିଲା। ତେବେ ଯୁବତୀ ଜଣଙ୍କ ପ୍ରଚୁର ମଦ ପିଇଥିଲେ। ତଥାପି ବାଇକ ଡ୍ରାଇଭର ଜଣକ ତାଙ୍କୁ ପ୍ରଥମେ ସେ କହିଥିବା ବନ୍ଧୁଙ୍କ ଠିକଣାକୁ ନେଇଥିଲେ। କିନ୍ତୁ ପ୍ରବଳ ନିଶା ହୋଇଯାଇଥିବାରୁ ଯୁବତୀ ଜଣଙ୍କ ବାଇକୁ ଓହ୍ଲାଇବା ସ୍ଥିତିରେ ଆଉ ନଥିଲେ।

ଏହାର ଫାଇଦା ଉଠାଇ ବାଇକ ଚାଳକ ଜଣକ ଯୁବତୀଙ୍କୁ ନିଜ ଘରକୁ ନେଇ ଆସିଥିଲେ। ସେଠାରେ ପୂର୍ବରୁ ଆଉ ଜଣେ ଯୁବତୀ ମଧ୍ୟ ରହିଥିଲେ। କିଛି ସମୟ ପରେ ବାଇକ ଚାଳକର ଆଉ ଜଣେ ବନ୍ଧୁ ମଧ୍ୟ ସେଠାରେ ପହଞ୍ଚିଥିଲା। ଉଭୟ ନିଶାସକ୍ତ ଯୁବତୀଙ୍କୁ ଘର ଭିତରେ ରାତି ତମାମ ଦୁଷ୍କର୍ମ କରିଥିଲେ। ଏହାକୁ ସେଠାରେ ଥିବା ଯୁବତୀ ଜଣଙ୍କ ଦେଖୁଥିଲେ ମଧ୍ୟ କୌଣସି ପ୍ରକାରର ପ୍ରତିବାଦ କରି ନଥିଲେ। ବରଂ ସେ ଏହାକୁ ଉପଭୋଗ କରିଥିଲେ।

ରାତି ପାହିବା ପରେ ନିଶାସକ୍ତ ଯୁବତୀ ଜଣଙ୍କ ହୋସ ଫେରିଥିଲା। ସେ ଅସହ୍ୟ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥିଲେ। ପ୍ରଥମେ ସେ କୌଶଳକ୍ରମେ ଅଭିଯୁକ୍ତଙ୍କ ଘରୁ ବାହାରିଥିଲେ। ସେଠାରୁ ସିଧା ସେଣ୍ଟ ଜନ୍ସ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କୁ ନିଜର ଯନ୍ତ୍ରଣା ସମ୍ପର୍କରେ କହିଥିଲେ। ଡାକ୍ତରଙ୍କ ପରୀକ୍ଷା ପରେ ଯୁବତୀ ଜଣଙ୍କ ଯୌନଶୋଷଣ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ପୁଲିସ୍‌କୁ ଖବର ଦିଆଯାଇଥିଲା।

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ବାଇକ ଚାଳକ, ଘଟଣା ବେଳେ ଉପସ୍ଥିତ ଥିବା ଯୁବତୀ ଓ ଉଭୟଙ୍କ ସହଯୋଗୀକୁ ଗିରଫ କରିଛି। ୨ ଯୁବକଙ୍କ ଘର ବେଙ୍ଗାଲୁରୁରେ ହୋଇଥିବା ବେଳେ ଗିରଫ ଯୁବତୀ ଜଣଙ୍କ ପଶ୍ଚିମବଙ୍ଗର ବୋଲି ପୁଲିସ୍‌ କହିଛି।

Related story