Advertisment

ପୁଣି ବଢ଼ିଲା ପେଟ୍ରୋଲ୍‌ ଦର, ନଭେମ୍ବର ଯାଏ ଦରବୃଦ୍ଧିରୁ ନିସ୍ତାର ନାହିଁ

ନୂଆଦିଲ୍ଲୀ: ତୈଳଦର କମିବାର ନାଁ ଧରୁନି। ଆଜି ପୁଣି ଉଭୟ ଓ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  କଥା ଆଜି ପ୍ରଥମଥର ପାଇଁ ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର ପିଛା ଦର ୮୦ ଟଙ୍କା ଡେଇଁଛି। ଦିଲ୍ଲୀରେ ଶନିବାର ପେଟ୍ରୋଲର ଲିଟର୍‌ ପିଛା ଦର ୩୯ ପଇସା ବୃଦ୍ଧି ପାଇଛି। ଫଳରେ ସହରରେ ପେଟ୍ରୋଲର ଲିଟର୍‌ ପିଛା ଦର ୮୦.୩୮ ଟଙ୍କାରେ ପହଞ୍ଚିଛି।  ସେହିପରି ଡିଜେଲ୍‌ ଦର ଲିଟର୍‌ ପିଛା ୪୪ ପଇସା […]

ପୁଣି ବଢ଼ିଲା ପେଟ୍ରୋଲ୍‌ ଦର, ନଭେମ୍ବର ଯାଏ ଦରବୃଦ୍ଧିରୁ ନିସ୍ତାର ନାହିଁ

pp1

Advertisment
ନୂଆଦିଲ୍ଲୀ: ତୈଳଦର କମିବାର ନାଁ ଧରୁନି। ଆଜି ପୁଣି ଉଭୟ ଓ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି। 
Advertisment
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  କଥା ଆଜି ପ୍ରଥମଥର ପାଇଁ ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର ପିଛା ଦର ୮୦ ଟଙ୍କା ଡେଇଁଛି। ଦିଲ୍ଲୀରେ ଶନିବାର ପେଟ୍ରୋଲର ଲିଟର୍‌ ପିଛା ଦର ୩୯ ପଇସା ବୃଦ୍ଧି ପାଇଛି। ଫଳରେ ସହରରେ ପେଟ୍ରୋଲର ଲିଟର୍‌ ପିଛା ଦର ୮୦.୩୮ ଟଙ୍କାରେ ପହଞ୍ଚିଛି। 
ସେହିପରି ଡିଜେଲ୍‌ ଦର ଲିଟର୍‌ ପିଛା ୪୪ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଡିଜେଲ୍‌ର ଲିଟର ପିଛା ଦର ୭୨.୫୧ ଟଙ୍କା ହୋଇଛି।
Advertisment
publive-image
ମୁମ୍ବାଇରେ ଶନିବାର ପେଟ୍ରୋଲର ଲିଟର୍‌ ପିଛାଦର ୮୭.୭୭ ଟଙ୍କା ଥିବା ବେଳେ ଡିଜେଲ୍‌ର ଲିଟର ପିଛାଦର ୭୬.୯୮ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ଦର ଲିଟର୍‌ ପିଛା ୮୩.୨୭ ଟଙ୍କା ଥିବା ବେଳେ ଡିଜେଲ୍‌ ଦର ୭୫.୩୬ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ଲିଟର୍‌ ପିଛାଦର ୮୩.୫୬ ଟଙ୍କା ରହିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛାଦର ୭୬.୬୬ ଟଙ୍କା ରହିଛି।
 
ବର୍ଦ୍ଧିତ ଦରକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଏବେ କିନ୍ତୁ ଏଥିରୁ ନିସ୍ତାର ମିଳିବାର ସମ୍ଭାବନା କ୍ଷୀଣ। କୁହାଯାଉଛି ନଭେମ୍ବର ମାସ ଯାଏ, ଏଭଳି ତୈଳଦର ବୃଦ୍ଧି ଜାରି ରହିବ। ନଭେମ୍ବର ମାସ ପରେ କିଛି ରାଜ୍ୟରେ ନିର୍ବାଚନ ଥିବାରୁ, ସେତେବେଳେ ଯାଇ ତୈଳଦର ହ୍ରାସ ଘଟିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
publive-image
ବିଶେଷଜ୍ଞଙ୍କ ମତରେ କର୍ଣ୍ଣାଟକ ନିର୍ବାଚନର ୨୦ ଦିନ ପୂର୍ବରୁ ତୈଳଦରେ ଆଦୌ ବୃଦ୍ଧି ପାଇନଥିଲା। କିନ୍ତୁ ମେ’୧୨ରେ ଭୋଟ୍‌ ଗ୍ରହଣ ଶେଷ ହେବା ପରେ ପୁଣି ତୈଳଦର ହୁହୁ ହୋଇ ବଢ଼ିଥିଲା। ଏପରି କି ୧୭ ଦିନ ମଧ୍ୟରେ ତୈଳଦର ପାଖାପାଖି ୪ ଟଙ୍କା ମହଙ୍ଗା ହୋଇଥିଲା।
 
ସେହିପରି ଗତବର୍ଷ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ , ଉତ୍ତରାଖଣ୍ଡ ଓ ମଣିପୁର ନିର୍ବାଚନ ବେଳେ ଜାନୁଆରୀ ୧୬ରୁ ଏପ୍ରିଲ ୧ ଯାଏ ତୈଳଦରରେ ବୃଦ୍ଧି ଘଟିନଥିଲା।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe