/odisha-reporter/media/post_attachments/uploads/2018/10/r-24.jpg)
r
ନୂଆଦିଲ୍ଲୀ: ହାଇଦ୍ରାବାଦର ବ୍ୟବସାୟୀ ତଥା ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ୨ କୋଟିର ଲାଞ୍ଚ ନେଇଥିବା ଅଭିଯୋଗ ଆଣିଥିବା ସତୀଶ ସାନା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ସେ ସିବିଆଇ ଜେରାରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ସୁରକ୍ଷା ଲୋଡ଼ିଛନ୍ତି। ସତୀଶ ବିଭିନ୍ନ କାରଣ ଦେଖାଇ ସିବିଆଇ ଜେରାରୁ ବର୍ତ୍ତିବା ପାଇଁ ଅନ୍ତରୀଣ ସୁରକ୍ଷା ମାଗିଥିବା ଜଣାପଡ଼ିଛି। ତେବେ ତାଙ୍କର ଏହି ଆବେଦନ ଶୁଣାଣି ପାଇଁ ଗ୍ରହଣ ହୋଇଛି କି ନାହିଁ, ତାହା ଜଣାପଡ଼ିନାହିଁ।
ମାଂସ ମାଫିଆ ମୋଇନ୍ କ୍ୟୁରେସି ମନିଲଣ୍ଡରିଂ ମାମଲାରେ ଫସିଥିବା ବେଳେ ଏଥିରୁ ତାଙ୍କୁ ମୁକୁଳାଇବା ପାଇଁ ତାଙ୍କର ବନ୍ଧୁ ସତୀଶ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ରାକେଶ ଆସ୍ଥାନାଙ୍କୁ ୨ କୋଟି ଟଙ୍କା ଲାଞ୍ଚ ଦେଇଥିବା କଥା ସିବିଆଇକୁ କହିଥିଲେ। ଏହି ବୟାନ ଆଧାରରେ ସିବିଆଇ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା। ଏହାକୁ ନେଇ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଶ୍ରୀ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିବାରୁ ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଉଭୟଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ବିବାଦ ଆରମ୍ଭ ହେବା ପରଠାରୁ ସତୀଶ ସାନା ଫେରାର ହୋଇଯାଇଛନ୍ତି। ଏବେ ସେ ତାଙ୍କ ଓକିଲଙ୍କ ଜରିଆରେ ଏହି ଆବେଦନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
