/odisha-reporter/media/post_attachments/uploads/2018/09/sharif.jpg)
sharif
ଇସ୍ଲାମାବାଦ୍: ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲ୍ଦଣ୍ଡ ପାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ଓ ତାଙ୍କ ଝିଅ ମରୟାମ ଶରିଫ୍ ଖୁବ୍ଶୀଘ୍ର ମୁକ୍ତ ହେବେ। ଆଜି ପାକିସ୍ତାନର କୋର୍ଟ ଶରିଫ୍ ଓ ମରୟାମଙ୍କ ଜେଲ୍ଦଣ୍ଡକୁ ବାତିଲ କରିଦେଇଛନ୍ତି।
ଜିଓ ଟିଭି ଓ ଅନ୍ୟ ପାକ୍ ଗଣମାଧ୍ୟମ ଅନୁଯାୟୀ, ଇସ୍ଲାମାବାଦ୍ ହାଇକୋର୍ଟ ଶରିଫ୍ଙ୍କୁ ମିଳିଥିବା ୧୦ ବର୍ଷର ଜେଲଦଣ୍ଡ ଓ ତାଙ୍କ କନ୍ୟା ମାରୟମଙ୍କୁ ମିଳିଥିବା ୭ ବର୍ଷ ଜେଲ୍ଦଣ୍ଡକୁ ଖାରଜ କରିଦେଇଛନ୍ତି।
ଗତ ସପ୍ତାହରେ ଶରିଫ୍ ଓ ମାରୟମଙ୍କୁ କୋର୍ଟ ପ୍ୟାରୋଲ୍ରେ ଯିବାକୁ ଅନୁମତି ଦେଇଥିଲେ। ଶରିଫ୍ଙ୍କ ପତ୍ନୀ ବେଗମ୍ କୁଲସୁମଙ୍କ ଅନ୍ତିମ ସଂସ୍କାରେ ସାମିଲ ହେବା ପାଇଁ ଏଭଳି ପ୍ୟାରୋଲ ମିଳିଥିଲା।
ଶରିଫ୍ ଓ ମାରୟାମଙ୍କ ବ୍ୟତୀତ ତାଙ୍କ ଜ୍ୱାଇଁ ସଫଦରଙ୍କ ଜେଲଦଣ୍ଡକୁ ମଧ୍ୟ ଇସ୍ଲାମାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ଆଣ୍ଟି ଗ୍ରାଫ୍ଟ କୋର୍ଟ ଶରିଫ୍, ମାରୟମ ଓ ସଫଦରଙ୍କୁ ବେଆଇନ୍ ଅର୍ଥଠୁଳ ମାମଲାରେ ଯଥାକ୍ରମେ ୧୦, ୭ ବର୍ଷ ଓ ଗୋଟିଏ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ।
ସେହିପରି ଶରିଫ୍ଙ୍କୁ ସୁପ୍ରିମକୋର୍ଟ ଭ୍ରଷ୍ଟାଚାର ମାମଲାରେ ପ୍ରଧାନମନ୍ତ୍ରୀ ପଦରୁ ବିତାଡ଼ିତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
