Advertisment

ଲୁଟେରାଙ୍କୁ ଦେଖିଲେ ଗୁଳି କର, କାହିଁକି ଓ କିଏ ଦେଲା ଏମିତି ନିର୍ଦ୍ଦେଶ

ଜାକର୍ତ୍ତା: ସୁନାମି ଓ ଭୂକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସୁଲାୱେସି ଦ୍ୱୀପରେ ଏବେ ଲୋକମାନେ ବିଭିନ୍ନ ସ୍ଥାନରୁ ଲୁଟ୍‌ କରିବାକୁ ଲାଗିଛନ୍ତି। ସୁରକ୍ଷାକର୍ମୀଙ୍କ ତାଗିଦ୍‌ ସତ୍ତ୍ୱେ ଏହି ଉତ୍ପାତ କମିବାର ନାଁ ଧରୁନି। ତେଣୁ ଏମାନଙ୍କୁ ସାବାଡ଼ କରିବା ପାଇଁ ଏବେ ସେନାକୁ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୁଟେରାଙ୍କୁ ଦେଖିବା କ୍ଷଣି ଗୁଳି କର ବୋଲି ଆଜି ଜଣେ କର୍ଣ୍ଣେଲ ସେନାର ଯବାନମାନଙ୍କୁ କହିଛନ୍ତି। ସ୍ଥାନୀୟ ପ୍ରତିରକ୍ଷା କର୍ଣ୍ଣେଲ ଇଦା ଦେୱା ଅଗୁନଙ୍ଗ ହାଦିସାପୁଟ୍ରୁ କହିଛନ୍ତି, […]

author-image
Hemant Lenka
ଲୁଟେରାଙ୍କୁ ଦେଖିଲେ ଗୁଳି କର, କାହିଁକି ଓ କିଏ ଦେଲା ଏମିତି ନିର୍ଦ୍ଦେଶ

i

ଜାକର୍ତ୍ତା: ସୁନାମି ଓ ଭୂକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସୁଲାୱେସି ଦ୍ୱୀପରେ ଏବେ ଲୋକମାନେ ବିଭିନ୍ନ ସ୍ଥାନରୁ ଲୁଟ୍‌ କରିବାକୁ ଲାଗିଛନ୍ତି। ସୁରକ୍ଷାକର୍ମୀଙ୍କ ତାଗିଦ୍‌ ସତ୍ତ୍ୱେ ଏହି ଉତ୍ପାତ କମିବାର ନାଁ ଧରୁନି। ତେଣୁ ଏମାନଙ୍କୁ ସାବାଡ଼ କରିବା ପାଇଁ ଏବେ ସେନାକୁ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୁଟେରାଙ୍କୁ ଦେଖିବା କ୍ଷଣି ଗୁଳି କର ବୋଲି ଆଜି ଜଣେ କର୍ଣ୍ଣେଲ ସେନାର ଯବାନମାନଙ୍କୁ କହିଛନ୍ତି।

Advertisment

publive-image

ସ୍ଥାନୀୟ ପ୍ରତିରକ୍ଷା କର୍ଣ୍ଣେଲ ଇଦା ଦେୱା ଅଗୁନଙ୍ଗ ହାଦିସାପୁଟ୍ରୁ କହିଛନ୍ତି, ଲୋକମାନେ ନିର୍ଦ୍ଦେଶ ସତ୍ତ୍ୱେ ବାରମ୍ବାର ବିଭିନ୍ନ ଦୋକାନ ଓ ଲୋକଙ୍କ ଘରେ ପଶି ଲୁଟପାଟ୍‌ କରୁଛନ୍ତି। ଯଦି ଏବେଠାରୁ ଆଉ ଲୁଟ୍‌ପାଟ୍‌ ହୁଏ, ତା’ହେଲେ ଯବାନମାନେ ପ୍ରଥମେ ଲୋକଙ୍କୁ ଘଉଡ଼ାଇବା ପାଇଁ ଫାଙ୍କା ଗୁଳି ଚଳାଇବେ। ଏହାପରେ ଯଦି ପରିସ୍ଥିତି ନ ବଦଳରେ, ତା’ହେଲେ ଲୋକଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

publive-image

ସେ କହିଛନ୍ତି, "ଭୂକମ୍ପ ଓ ସୁନାମି ପରେ ଲୋକମାନେ ଗ୍ୟାସୋଲିନ୍‌ ଓ ପାଣି ଲୁଟ୍‌ କରୁଥିଲେ। ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ଥିବାରୁ ଲୋକମାନେ କ୍ୟାମ୍ପ ଓ ଅନ୍ୟ ସ୍ଥାନରୁ ଏଗୁଡ଼ିକୁ ଲୁଟ୍‌ କରୁଥିଲେ। ଆମେ ସେମାନଙ୍କ ପରିସ୍ଥିତି ବୁଝୁଥିଲୁ। ଦ୍ୱିତୀୟ ଦିନ ମଧ୍ୟ ସମାନ ସ୍ଥିତି ଚାଲିଥିଲା। ଆମେ ସହ୍ୟ କଲୁ। ହେଲେ ଏବେ ସେମାନେ ବୈଦ୍ୟୁତିକ ସରଞ୍ଜାମ ଲୁଟ୍‌ କରିବା ଆରମ୍ଭ କରିଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ।"

Advertisment

publive-image

ତେଣୁ ଏଣିକି ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଏବେ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ୫ ଜଣ ଲେଖାଏ ଯବାନ ଜଗୁଛନ୍ତି। ସେମାନଙ୍କୁ ମଧ୍ୟ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

publive-image