/odisha-reporter/media/post_attachments/uploads/2018/09/aw-2.jpg)
aw
ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆରମ୍ଭ ହୋଇଥିବା ଅନୁପ୍ରବେଶ ବିରୋଧୀ ଅପରେସନ୍କୁ ଆଜି ପୁଣି ସଫଳତା ମିଳିଛି। ଆଜି ସେନା ପକ୍ଷରୁ କୁପୱାଡା ଜିଲ୍ଲାର ଏଲ୍ଓସିଠାରେ ଚାଲିଥିବା ଅପରେସନ୍ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ତେବେ ଆତଙ୍କବାଦୀଙ୍କ ପାଲଟା ଆକ୍ରମଣରେ ଜଣେ ଯବାନ ମଧ୍ୟ ସହିଦ ହୋଇଯାଇଛନ୍ତି। ଗତକାଲି ଏହି ଅନୁପ୍ରେବଶ ବିରୋଧୀ ଅରେସନ୍ରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।
ସେନାର ଜଣେ ମୁଖପାତ୍ର କହିଛନ୍ତି, ପାକିସ୍ତାନ ସୀମାନ୍ତରୁ ତଙ୍ଗଧର ସେକ୍ଟର୍ ସ୍ଥିତ ଏଲ୍ଓସି ଡେଇଁ କିଛି ଆତଙ୍କବାଦୀ ପ୍ରବେଶ କରୁଥିବା ସୂଚନା ମିଳିଥିଲା। ଗତକାଲି ଏହି ସ୍ଥାନରେ ସୁରକ୍ଷାକର୍ମୀ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ତେବେ ଆଉ ୩ ଜଣ ଏଠାରେ ଲୁଚି ରହିଥିବା ଆଜି ସକାଳେ ଖବର ମିଳିଥିଲା।
ଏମାନଙ୍କ ଉଦ୍ୟମକୁ ପଣ୍ଡ କରିବା ପାଇଁ ଅପରେସନ୍ ଚାଲିଥିବା ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଗତକାଲି ଓ ଆଜକୁ ମିଶାଇ ଏହି ଅଞ୍ଚଳରେ ୫ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବା ସେ କହିଛନ୍ତି। ଏବେ ବି ଉକ୍ତ ଅଞ୍ଚଳରେ ଅପରେସନ୍ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
