Advertisment

କେବିସି ପାଇଲା ତା’ର ପ୍ରଥମ କୋଟିପତି, ଦେଖନ୍ତୁ ଭିଡିଓ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କୋରର୍‌ କରୋଡପତି'(କେବିସି)ର ଚଳିତ ବର୍ଷର ପ୍ରଥମ କୋଟିପତି ହୋଇଛନ୍ତି ଆସାମର ବିନୀତା ଜୈନ୍‌। ସେ ୧୪ଟି ପ୍ରଶ୍ନର ସଠିକ୍‌ ଉତ୍ତର ଦେବା ସହ ୧ କୋଟି ଟଙ୍କା ଜିତିବାରେ ସଫଳ ହୋଇଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନ୍‌ ହୋଷ୍ଟ କରୁଥିବା ଏହି କେବିସି ଶୋ’ ର ୧୦ମ ସଂସ୍କରଣ ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଯାଏ କୌଣସି ପ୍ରତିଯୋଗୀ ଏତେ ଟଙ୍କା ଜିତିବାରେ ସକ୍ଷମ ହୋଇନଥିଲେ। […]

author-image
Hemant Lenka
କେବିସି ପାଇଲା ତା’ର ପ୍ରଥମ କୋଟିପତି, ଦେଖନ୍ତୁ ଭିଡିଓ

kbc

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ 'କୌନ ବନେଗା କୋରର୍‌ କରୋଡପତି'(କେବିସି)ର ଚଳିତ ବର୍ଷର ପ୍ରଥମ କୋଟିପତି ହୋଇଛନ୍ତି ଆସାମର ବିନୀତା ଜୈନ୍‌। ସେ ୧୪ଟି ପ୍ରଶ୍ନର ସଠିକ୍‌ ଉତ୍ତର ଦେବା ସହ ୧ କୋଟି ଟଙ୍କା ଜିତିବାରେ ସଫଳ ହୋଇଛନ୍ତି।

Advertisment

ବିଗ୍‌ ବି ଅମିତାଭ ବଚ୍ଚନ୍‌ ହୋଷ୍ଟ କରୁଥିବା ଏହି କେବିସି ଶୋ' ର ୧୦ମ ସଂସ୍କରଣ ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଯାଏ କୌଣସି ପ୍ରତିଯୋଗୀ ଏତେ ଟଙ୍କା ଜିତିବାରେ ସକ୍ଷମ ହୋଇନଥିଲେ। ଭାଗଲପୁରର ସୌମେଶ କୁମାର ଚୌଧୁରୀ ଓ ଗୁଜରାଟ୍‌ର ଗ୍ରାଫିକ୍ସ ଡିଜାଇନର୍‌ ସନ୍ଦୀପ ସାଭାଲିୟା ସର୍ବାଧିକ ୨୫ ଲକ୍ଷ ଟଙ୍କା ଲେଖାଏ ଜିତିପାରି ଥିଲେ। ତେବେ ଉଭୟ ୧୩ ନମ୍ବର ପ୍ରଶ୍ନର ଉତ୍ତର ଦେବାକୁ ଅକ୍ଷମତା ପ୍ରକାଶ କରିବା ସହ ଶୋ’କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ବନୀତା ୧୪ଟି ପ୍ରଶ୍ନର ଉତ୍ତର ଦେଇ କୋଟିଏ ଟଙ୍କା ଜିତିଛନ୍ତି। ଆସନ୍ତା ଅକ୍ଟୋବର ୨ରେ ସେ ୭ କୋଟି ଟଙ୍କାର ଟପ ପୁରସ୍କାର ପାଇଁ ପ୍ରଶ୍ନର ସାମ୍ନା କରିବେ। ସେ ଏହି ପ୍ରଶ୍ନର ଉତ୍ତର ଦେବେ ନା କୋଟିଏ ଟଙ୍କା ନେଇ ଶୋ’ ଛାଡ଼ିବେ, ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Advertisment

ଗତ ସଂସ୍କରଣରେ କୌଣସି ପ୍ରତିଯୋଗୀ ୭ କୋଟି ଟଙ୍କା ଜିତି ପାରି ନଥିଲେ। କିନ୍ତୁ ଜାମସେଦପୁରର ଅନାମିକା ମଜୁମଦାର କୋଟିଏ ଟଙ୍କା ଜିତିବା ପରେ ଶୋ’ ଛାଡ଼ି ଦେଇଥିଲେ।

ପୂର୍ବଥର ଭଳି ଏଥର ମଧ୍ୟ ଜଣେ ମହିଳା କୋଟିପତି ହୋଇଛନ୍ତି।