ମାଂସାଶୀ ପୁରୁଷଙ୍କ ବିରୋଧରେ ‘ସେକ୍ସ ଷ୍ଟ୍ରାଇକ’ ପାଇଁ ପେଟାର ଆହ୍ୱାନ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପଶୁପକ୍ଷୀଙ୍କ ଅଧିକାର ଓ ସୁରକ୍ଷା ପାଇଁ କାମ କରୁଥିବା ପେଟାର ଗୋଟିଏ ଟ୍ୱିଟ। ମାଂସମାଛ ଛାଡ଼ି ପଶୁମାନଙ୍କ ସୁରକ୍ଷା କରିବାକୁ ଦୀର୍ଘଦିନ ହେଲା ଅଭିଯାନ ଚଳାଇଥିବା ପେଟା ଏବେ ନୂଆ ଧରଣର ଆହ୍ୱାନ ଦେଇଛି। ଆମିଁଷ ଖାଉଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ସ୍ୱରପ ପେଟା ପକ୍ଷରୁ ମହିଳାମାନଙ୍କୁ ସେକ୍ସ ଷ୍ଟ୍ରାଇକ ପାଇଁ କୁହାଯାଇଛି। ଏହାର ଅର୍ଥ ମାଛମାଂସ ଖାଉଥିବା ପୁରୁଷଙ୍କ ସହ ମହିଳାମାନେ ସେକ୍ସ ନ କରି ପ୍ରତିବାଦ […]

peta

  • Published: Tuesday, 27 September 2022
  • , Updated: 27 September 2022, 07:57 PM IST

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପଶୁପକ୍ଷୀଙ୍କ ଅଧିକାର ଓ ସୁରକ୍ଷା ପାଇଁ କାମ କରୁଥିବା ପେଟାର ଗୋଟିଏ ଟ୍ୱିଟ। ମାଂସମାଛ ଛାଡ଼ି ପଶୁମାନଙ୍କ ସୁରକ୍ଷା କରିବାକୁ ଦୀର୍ଘଦିନ ହେଲା ଅଭିଯାନ ଚଳାଇଥିବା ପେଟା ଏବେ ନୂଆ ଧରଣର ଆହ୍ୱାନ ଦେଇଛି। ଆମିଁଷ ଖାଉଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ସ୍ୱରପ ପେଟା ପକ୍ଷରୁ ମହିଳାମାନଙ୍କୁ ସେକ୍ସ ଷ୍ଟ୍ରାଇକ ପାଇଁ କୁହାଯାଇଛି। ଏହାର ଅର୍ଥ ମାଛମାଂସ ଖାଉଥିବା ପୁରୁଷଙ୍କ ସହ ମହିଳାମାନେ ସେକ୍ସ ନ କରି ପ୍ରତିବାଦ କରିବାକୁ ପେଟା କହିଛି।

ପେଟା ଅଧିକାରୀ ଡା ସି ବେନେଟ୍ କହିଛନ୍ତି ଯେ ପୁରୁଷଙ୍କ କାର୍ବନ ଫୁଟପ୍ରିଣ୍ଟ ୪୦% ଅଧିକ। କାରଣ ସେମାନେ ମହିଳାଙ୍କ ଅପେକ୍ଷା ଅଧିକ ମାଂସ ଖାଉଛନ୍ତି। ଏହି କାରଣ ପାଇଁ ଜର୍ମାନୀର ଝିଅମାନନଙ୍କୁ ମାଂସ ଖାଉଥିବା ସେମାନଙ୍କ ପ୍ରେମିକ ଓ ସ୍ୱାମୀମାନଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରାଯାଇଛି। ଯେଉଁ ପର୍ଯ୍ୟନ୍ତ ସେମାନେ ମାଂସ ଖାଇବା ବନ୍ଦ ନ କରିଛନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ସହ ମହିଳାମାନେ କୌଣସି ପ୍ରକାରର ସେକ୍ସ କରିବେ ନାହିଁ ବୋଲି କହିଛନ୍ତି।

ପୁରୁଷମାନେ ଉତ୍ତରଦାୟୀ ରହିବା ଦରକାର। ଏବେ ବି ଆମେ ପ୍ରତିବର୍ଷ ୧୦୦ କୋଟି କୁକୁଡ଼ା, ଗାଈ ଓ ଘୁଷୁରିଙ୍କୁ ହତ୍ୟା କରୁଛେ। ମହିଳାମାନେ ପୁରୁଷଙ୍କ ବିରୋଧରେ 'ସେକ୍ସ ଷ୍ଟ୍ରାଇକ୍' କରିବା ଉଚିତ୍। କାରଣ ପୁରୁଷମାନେ ପରିବେଶକୁ କ୍ଷତି ପହଞ୍ଚାଉଥିବା ୪୧% ଗ୍ୟାସ୍ ନିର୍ଗମନ ପାଇଁ ଦାୟୀ। ତେଣୁ ସେମାନଙ୍କୁ ଏହାର ପରିଣାମ ଭୋଗିବା ଦରକାର ବୋଲି ସେ କହିଛନ୍ତି।


ପେଟା ଗୋଟିଏ ବିବୃତିରେ କହିଛି ଯେ ଆମେ ସମସ୍ତେ ଜାଣିଛୁ ଯେ ପୁରୁଷମାନେ ଗୋଟିଏ ହାତରେ ବିୟର ଧରନ୍ତି ଓ ଆଉ ଗୋଟିଏ ହାତରେ ପରିବେଶକୁ କ୍ଷତି ପହଞ୍ଚାଉଥିବା ଗ୍ୟାସର ବ୍ୟବହାର କରି ମାଂସ ରାନ୍ଧନ୍ତି। ସେମାନେ କେବଳ ପଶୁପକ୍ଷୀଙ୍କୁ କ୍ଷତି ପହଞ୍ଚାଉ ନାହାନ୍ତି ବରଂ ପରିବେଶ ପ୍ରତି ମଧ୍ୟ ସମସ୍ୟା ସୃଷ୍ଟି କରୁଛନ୍ତି।

ତେବେ ପେଟାର ଏପରି ସେକ୍ସ ଷ୍ଟ୍ରାଇକୁ ସୋଶାଲ ମିଡିଆରେ ସମର୍ଥନ ମିଳିନି। କିଛି ଲୋକ ମାଂସ ଖାଉଥିବା ମହିଳାଙ୍କ ପ୍ରତି କ’ଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଆଉ ଜଣେ କହିଛନ୍ତି, ଆମେ ଦୁଇ ଜଣ ମାଂସ ଖାଉଛୁ। ତେଣୁ ପେଟାର ନିର୍ବୋଧ ପରମର୍ଶରୁ ଆମେ ମୁକ୍ତ।

Related story